ରେଭେନସା କଲେଜରୁ ବିଦାୟ
ସତେ ଆଜି ଜନନୀ ! ଏ ଅଧମ ତନୟସଂସାର ଘଟଣା-ବଳେ ଭାସି ଶୋକ-ଦୁଃଖ ଜଳେଛାଡିଲା ତୁମ୍ଭର ଚାରୁ ଅଙ୍କ ମଧୁମୟନିଃସହାୟ ଲୋଡେ ଏବେ ସଂସାର ଆଶ୍ରୟ। ସଂସାର-ବିଷମ ସ୍ଥାନ ନାହିଁ ଜ୍ଞାନ,ନାହିଁ ଧ୍ୟାନଅଜ୍ଞାନ ସକଳେ ଏଥି ସତତ ଚଞ୍ଚଳତୋ କୋଳ ସମାନ ନାହିଁ ଶାନ୍ତିମୟ ସ୍ଥଳ। କେତେ ଦିବ୍ୟ ଭାବରାଶିମୋ ହୃଦ ତରଙ୍ଗେ ଭାସିଯାଉଥିଲା ଥିଲି ଯେବେ ତୋର କୋଳ ଭୋଳେସେ ସବୁ ରହିବଟିକି ଏବେ ଭାବ ଭୋଳେ। ତୋ ମନୋହର ଉଦ୍ୟାନେ ନିକାଞ୍ଚନେ ଏକ ଧ୍ୟାନେଚନ୍ଦ୍ରାଲୋକେ…
