ସଡ଼କ ସୁରକ୍ଷା ପଦକ୍ଷେପରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ
ଭୁବନେଶ୍ଵର,୨୮/୦୮; ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଶ୍ରେଷ୍ଠ ରାଜ୍ୟ ହୋଇଛି ଓଡ଼ିଶା । ଦିଲ୍ଲୀରେ ଆୟୋଜିତ ଫିକି ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ ଓଡ଼ିଶାକୁ ସମ୍ମାନିତ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଛନ୍ତି । ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତ ରାଜ୍ୟ ନେଉଥିବା ପଦକ୍ଷେପ…
