Biju legacy : ସେ କାଳ ଖଣ୍ଡରେ ଏମାନଙ୍କ ଚେର ନଥିଲା…..
ଭୁବନେଶ୍ୱର :(ବିଜୟ ସାହୁ)-ସତୁରୀ ଦଶକ ଥିଲା ବିଶ୍ଵବ୍ୟାପୀ ଛାତ୍ର ଆନ୍ଦୋଳନର ଏକ ଐତିହାସିକ କାଳଖଣ୍ଡ । ଏବଂ ଏହା ମଧ୍ୟ ଥିଲା କଂଗ୍ରେସ ଭିତରେ ବିଦ୍ରୋହର କାଳଖଣ୍ଡ ।ଏହି ପ୍ରେକ୍ଷାପଟରେ ଓଡ଼ିଶା ଛାତ୍ର ରାଜନୀତିର କିଛି ଘଟଣାକୁ ଅତୀତାବଲୋକନ କରିବି ।ଘଟଣାଗୁଡିକ ପ୍ରାସଙ୍ଗିକତା କ୍ରମେ ଆଗ ପଛ ହେଇ ପାରେ ।ମୁଁ ପୂର୍ବରୁ କିଛି ପୋଷ୍ଟରେ ଖ୍ରୀଷ୍ଟ କଲେଜର ଛାତ୍ର ପଦୀପ୍ତ ପଣ୍ଡା ରେଭେନ୍ସା କଲେଜ ନିକଟରେ ସହୀଦ ହେବା ଓ ବାମପନ୍ଥୀ ବିଚାରକ କବି ସଚ୍ଚି…
