Rajya sabha Election 2026, ଡ଼ାର୍କ ହର୍ସ ହୋଇ ପାରନ୍ତି ରଘୁବର, ବସନ୍ତ, ଗୌତମ

ଭୁବନେଶ୍ୱର-(ହରେକୃଷ୍ଣ ଦାସ)- ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ଗୌତମ ରାୟ, ବସନ୍ତ ପଣ୍ଡା ଓ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ସତ୍ୟତା ନେଇ ସଂଦେହ ରହିଛି। ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନୂଆପଡ଼ା ଉପନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା। ନୂଆପଡ଼ା ବିଧାନସଭା ଆସନ ଢୋଲକିଆ ପରିବାର ହାତକୁ ଚାଲି ଯାଇଥିବା ବେଳେ ବସନ୍ତ ପଣ୍ଡା ଓ ତାଙ୍କ ପୁଅଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ…

Read More

ଅନୁଷ୍ଠିତ ହେଲା ହଳଦିଆଟାଙ୍ଗିରୀର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ବାର୍ଷିକ ଉତ୍ସବ

କେନ୍ଦୁଝର : ଗତ ତା ୦୬ ତାରିଖ ଶୁକ୍ରବାର ଅପରାହ୍ନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଳଦିଆଟାଙ୍ଗିରୀ ର ବାର୍ଷିକ ଉତ୍ସବ ୨୦୨୫-୨୬ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଓଁକାର ଅନ୍ୱେଷ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଅଛି। ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ…

Read More

କେନ୍ଦ୍ର ବଜେଟ୍ ୨୦୨୬-୨୭: ସରକାରୀ ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବେ କର୍ପୋରେଟ୍ ହାତକୁ ଟେକିଦେବାର ଏକ ପ୍ରତାରଣାପୂର୍ଣ୍ଣ ନକ୍ସା – ଏଆଇଡିଏସଓ

ଭୁବନେଶ୍ୱର :  ଏଆଇଡିଏସଓ କେନ୍ଦ୍ରୀୟ କାଉନସିଲ୍‌ର ସାଧାରଣ ସମ୍ପାଦକ ଶିବାଶିଷ ପ୍ରହରାଜ କେନ୍ଦ୍ର ବଜେଟ୍ – ୨୦୨୬ ଉପରେ ନିମ୍ନଲିଖିତ ବିବୃତ୍ତି ଜାରି କରିଛନ୍ତି lଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏଆଇଡିଏସଓ) ପୁଞ୍ଜିପତିଙ୍କ ସପକ୍ଷବାଦୀ ଏବଂ ଶ୍ରମିକ ବିରୋଧୀ କେନ୍ଦ୍ର ବଜେଟ୍ ୨୦୨୬-୨୭ କୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛି। ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ଏହା ଏକ ପ୍ରତାରଣାପୂର୍ଣ୍ଣ ନକ୍ସା ବୋଲି ସଂଗଠନ ଏହାକୁ ନିନ୍ଦା କରିଛି। “ଆଧୁନିକୀକରଣ” ନାମରେ…

Read More

ବିକାଶ ହଜିଛି କେନ୍ଦୁଝରରେ… ସରକାର ଖୋଜନ୍ତି Conclave ରେ…

କେନ୍ଦୁଝର : ବାଂଶପାଳ ବ୍ଳକ୍ ର କୋଡିପଶା ପଞ୍ଚାୟତ। ତା’ରି ଭିତରେ ପାହାଡ ତଳେ , ବଣ ଜଙ୍ଗଲ ମଧ୍ୟରେ ଏକ ଛୋଟ ଗାଁ – ଘୁଙ୍ଗି। ଆଦିମ ଜନଜାତି ଜୁଆଙ୍ଗ ଲୋକଙ୍କ ବସତି। ମୋଟ ପରିବାର ସଂଖ୍ୟା ଛତିଶ ହେବ। ଏଇଠୁ ଆସିଛନ୍ତି ମୋହନ ମାଝୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ। ଏଇମାନଙ୍କ ବିଧାୟକ।   ଏଠି ସମସ୍ତେ ଗରିବୀର ଧାର୍ଯ୍ୟ ସୀମା ରେଖା ତଳେ। ତଳେ ଅର୍ଥ କାହିଁ କେଉଁ ତଳେ । ତେନ୍ଦୁଲକର କମିଟିର ମତ…

Read More

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ପୁଲିଙ୍ଗ ପଦର ଗ୍ରାମବାସୀ ଓ ଖଣ୍ଡୁଆଳ ମାଳି ଜନ ଆନ୍ଦୋଳନ କମିଟି

ଥୁଆମୁଳ ରାମପୁର,୩୦/୦୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ୱର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ ହକ ଏବଂ ଜଙ୍ଗଲ ଜମି ପଟା ଦାବିରେ ଶୁକ୍ରବାର ଥୁଆମୁଳ ରାମପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କୁର୍କୁଟି ମୌଜାରେ ଥିବା ପ୍ରାୟ ୪୨ ଏକର ଜମିକୁ ବିନା ଗ୍ରାମସଭାରେ ‘ଇଡକୋ’ କମ୍ପାନୀକୁ ହସ୍ତାନ୍ତର କରାଯିବା ନେଇ ହେଉଥିବା ଚକ୍ରାନ୍ତକୁ ଗ୍ରାମବାସୀ ଓ ଆନ୍ଦୋଳନକାରୀ କମିଟି…

Read More

ପଦୋନ୍ନତି ସମ୍ପର୍କିତ ବିବାଦୀୟ ସର୍କୁଲାରକୁ ରଦ୍ଦକଲେ ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଗତ ୧୧, ସେପ୍ଟେମ୍ବର ୨୦୨୪ରେ ଏକ ସର୍କୁଲାର ପ୍ରକାଶ କରିଥିଲେ। ସେଥିରେ କୁହାଯାଇଥିଲା ଯେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କାଳରେ ସଂରକ୍ଷଣ ସୁବିଧା ହାସଲ କରି ଚାକିରି କରିଥିବା  ଜନଜାତି ଓ ଜାତି ବର୍ଗର କର୍ମଚାରୀ, ଅଣ ସଂରକ୍ଷିତ ପଦବୀକୁ ମଧ୍ୟ  ପଦୋନ୍ନତି ପାଇ ପାରିବେ। ଏ ବିବାଦୀୟ ସର୍କୁଲାର କୁ ଆଜି…

Read More

ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୦ତମ ସ୍ମାରକ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା
– ୨୩ ଜାନୁଆରୀକୁ ରାଷ୍ଟ୍ରୀୟ ଧ୍ୱଜା ଦିବସ ଘୋଷଣା ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ/ଇମ୍ଫାଲ: ଆମର ମହାନ ପରମ୍ପରା ଓ ଦେଶ ଭକ୍ତିର ଚମତ୍କାର ସଂଗମର ନିଦର୍ଶନ ସ୍ୱରୂପ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ମଣିପୁର ରାଜଧାନୀ ଇମ୍ଫାଲସ୍ଥିତ ଐତିହାସିକ କାଙ୍ଗଲା ଦୁର୍ଗରେ ୨୦୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି। ଏହି ବିଶାଳ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା ଦୁଇଟି ଐତିହାସିକ ନ୍ୟାୟିକ ନିଷ୍ପତ୍ତିର ବାର୍ଷିକୀକୁ ସ୍ମରଣ କରାଉଛି। ଦିଲ୍ଲୀ ହାଇକୋର୍ଟଙ୍କ ସେହି ଐତିହାସିକ ନିର୍ଣ୍ଣୟର ୩୦ ବର୍ଷ, ଯାହା ବଳରେ ସାଧାରଣ ନାଗରିକଙ୍କୁ ସସମ୍ମାନେ ଜାତୀୟ…

Read More

ହ୍ୱାଟସ୍ ଆପ : ରୋଜଗାର ଦେଉଛି – ଛଡେଇ ବି ନେଉଛି, ଗ୍ରାମୀଣ ମହିଳାଙ୍କ ପାଇଁ  ଡିଜିଟାଲ ଦୁନିଆ କେମିତି ସଙ୍କଟ..

ଭୂବନେଶ୍ବର(ଐଶ୍ଵର୍ଯ୍ୟା ପରିଜା) : ଡିଜିଟାଲ ମୋଡରେ ଏବେ ସାରା ଦୁନିଆ । ଓଡ଼ିଶାର ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ମୋବାଇଲ୍ ଫୋନ୍ ଜୀବନରେଖା ପାଲଟିଛି । ମହିଳାଙ୍କ ପାଇଁ ଡିଜିଟାଲ ଦୁନିଆ କେତେବେଳେ ରୋଜଗାରର ମାଧ୍ୟମ ସାଜିଛି ତ ଆଉ କେତେବେଳେ ଭୟର ଉତ୍ସ ପାଲଟିଛି। ହ୍ୱାଟ୍ସଆପ୍ ମାଧ୍ୟମରେ ଛୋଟ ବ୍ୟବସାୟ ଚଳାଇବା ଠାରୁ ଆରମ୍ଭ କରି ସରକାରୀ ଯୋଜନାଗୁଡ଼ିକୁ ଅନଲାଇନରେ ପ୍ରବେଶ କରିବା ପର୍ଯ୍ୟନ୍ତ, ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ନୂତନ ସୁଯୋଗ ସୃଷ୍ଟି କରିଛି । କିନ୍ତୁ ସୁଯୋଗ…

Read More

AI ଦୂରୁପଯୋଗ : ଭୟଭୀତ ମହିଳା; ଚିନ୍ତା ବଢ଼ାଇଲାଣି ଡିପ୍‌ଫେକ୍‌ ଫଟୋ, ଭିଡିଓ … Viral ଡ଼ର

ଭୁବନେଶ୍ବର(ଐଶ୍ଵର୍ଯ୍ୟା ପରିଜା): ଡିଜିଟାଲ ଯୁଗରେ ସବୁକିଛି ହାତ ପାହାନ୍ତାରେ ମିଳୁଛି । ଯାହା ସାଧାରଣ ଜୀବନକୁ ଯେତିକି ସହଜ କରିଛି ସେତିକି ବିପଦ ମଧ୍ୟ ବଢାଇଛି । ଡିଜିଟାଲ ଯୁଗରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଆଜିର ପ୍ରଯୁକ୍ତିବିଦ୍ୟା କେତେବେଳେ ସଶକ୍ତିକରଣ ତ ଆଉ କେତେବେଳେ କାହା ପାଇଁ ଶୋଷଣର ମାଧ୍ୟମ ସାଜିଛି । ସାଇବର ଧମକ, ଡିଜିଟାଲ ଷ୍ଟକିଂ, ସୋସିଆଲ ମିଡ଼ିଆ ଟ୍ରୋଲ, ବ୍ୟକ୍ତିଗତ ଡାଟାର ଦୁରୂପଯୋଗର ଶିକାର ହେଉଛନ୍ତି । ବିଶେଷ କରି ଏବେ…

Read More

ବାରବାଟୀ ଆମ କ୍ରିକେଟ ଐତିହ୍ୟ…. ଜୟ ଯାତ୍ରା…..

କଟକ : (ଚିତ୍ତ ରଞ୍ଜନ ମହାନ୍ତି)-ବାରବାଟୀ ଷ୍ଟାଡ଼ିୟମ୍ ପୁଣିଥରେ ଖବରରେ ରହିଛି, କାରଣ ଡିସେମ୍ବର ୯ ତାରିଖରେ ଏଠାରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଆୟୋଜିତ ହେବ।ଏହି ମ୍ୟାଚ୍ ଓଡ଼ିଶାର କ୍ରୀଡ଼ା ପ୍ରେମୀମାନଙ୍କୁ ନୂଆ ଉତ୍ସାହ ପ୍ରଦାନ କରିବ ଓ ଷ୍ଟାଡ଼ିୟମ୍ର ଐତିହ୍ୟକୁ ଆହୁରି ଉଜ୍ଜ୍ୱଳ କରିବ। ବାରବାଟୀ ଷ୍ଟାଡ଼ିୟମ୍: ଓଡ଼ିଶାର କ୍ରୀଡ଼ା ଇତିହାସର ଏକ ଅମର ଅଧ୍ୟାୟକଟକର ହୃଦୟସ୍ଥଳୀରେ ଅବସ୍ଥିତ ବରବାଟୀ ଷ୍ଟାଡ଼ିୟମ୍ ଓଡ଼ିଶାର କ୍ରୀଡ଼ା ଜଗତର ଏକ ପ୍ରତୀକ। ଏହା କେବଳ…

Read More