ଲୋକ ସେବକ ନବକୃଷ୍ଣ ଚୌଧୁରୀ :
କିଛି କଥା ଅନେକ ବ୍ୟଥା
ଭୁବନେଶ୍ୱର : (ବିଜୟ ସାହୁ)-1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ ଛାତ୍ରାବାସର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବରେ ମୁଖ୍ୟ ଅତିଥି । ଛାତ୍ର ନେତାମାନେ ଖବର ପାଇଲେ ଦିଲ୍ଲୀରେ ସୀମା କମିଶନ ସୁପାରିଶକୁ ନିଖିଳ ଭାରତ କଂଗ୍ରେସ କମିଟି ଗ୍ରହଣ କରି ନେବାକୁ ଯାଉଛି ।ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଚାପରେ ଓଡ଼ିଶାର ଷଢ଼େଇକଳା -ଖରସୁଆଁ ବିହାରରେ ମିଶିଯିବ ।କିଛି ଛାତ୍ର ନେତା ନବବାବୁଙ୍କୁ ଭେଟିବାକୁ ଚାହିଁଲେ । କିନ୍ତୁ…
