
ଦେଶରେ ୧.୮୭ ଲକ୍ଷ କୋଟି, ରାଜ୍ୟରେ ୫,୦୩୬ କୋଟି ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ /ଭୁବନେଶ୍ବର : ଚଳିତ ବର୍ଷ ଏପ୍ରିଲ୍ରେ ଦେଶରେ ୧.୮୭ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିବା ବେଳେ ରାଜ୍ୟରେ ୫,୦୩୫.୭୪ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ସେବା କ୍ଷେତ୍ରରେ ଅଭିବୃଦ୍ଧି ଓ ବିଭିନ୍ନ କାରବାରରେ ହୋଇଥିବା ବୃଦ୍ଧି ପ୍ରଭାବରେ ଜିଏସ୍ଟି ସଂଗ୍ରହ ବଢ଼ିଛି। ୨୦୨୨ ଏପ୍ରିଲ୍ରେ ଓଡ଼ିଶାର ଜିଏସ୍ଟି ସଂଗ୍ରହ ୪,୯୧୦ କୋଟି ଟଙ୍କା ଥିଲା। ସେହି ତୁଳନାରେ ଚଳିତ ବର୍ଷ ଏପ୍ରିଲ୍ରେ ଜିଏସ୍ଟି ସଂଗ୍ରହ ମାତ୍ର ୩ ପ୍ରତିଶତ ବଢ଼ିଛି…