
ଆଇନଜୀଵୀ ବେଶରେ ଆସି ମହିଳାଙ୍କୁ ଗୁଳି ମାଡ଼
ନୂଆଦିଲ୍ଲୀ,୨୧/୪(ବ୍ୟୁରୋ): ଆଇନଜୀଵୀ ବେଶରେ ଆସିଥିବା ଜଣେ ଦୁର୍ବୃତ୍ତ ଶୁକ୍ରବାର ସକାଳେ ଦିଲ୍ଲୀ ସାକେତ୍ ଜିଲ୍ଲା ଅଦାଲତ ପରିସରରେ ଗୁଳି ଚଳାଇବାରୁ ଜଣେ ମହିଳା ଓ ଜଣେ ଓକିଲ ଆହତ ହୋଇଥିବା ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l ‘ଡିସିପି ସାଉଥ୍’ ଚନ୍ଦନ ଚୌଧୁରୀ କହିଛନ୍ତି ଯେ, ଗୁଳିକାଣ୍ଡ ଘଟଣାରେ ଜଣେ ମହିଳା ଓ ଜଣେ ଓକିଲଙ୍କ ସମେତ ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ହୋଇଥିବା ମହିଳାଜଣକ ହେଉଛନ୍ତି ୪୦ ବର୍ଷୀୟ ଏମ୍. ରାଧା ।…