ଲଘୁଚାପ ପରେ ଜଣା ପଡିବ ବାତ୍ୟାର ପ୍ରଭାବ; ଆଇଏମଡି ଡିଜି
ଭୁବନେଶ୍ବର: ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣିବଳୟ ସୃଷ୍ଟି ହୋଇପାରେ। ଯାହାର ପ୍ରଭାବରେ ୭ ତାରିଖ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅବପାତ ଓ ସାମୁଦ୍ରିକ ଝଡ଼ର ରୂପ ନେବାର ଆକଳନ କରାଯାଉଛି । ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧୀରେଧୀରେ ଉତ୍ତର ଆଡ଼କୁ ଗତି କରିପାର । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ ନାହିଁ। ଓଡିଶା…
କନସେନଟ୍ରିକ୍ସ କଷ୍ଟୋମର ଏକ୍ସପେରିଏନ୍ସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୫ /୫: ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନ୍ସେନ୍ଟ୍ରିକ୍ସ ବିପିଓ ଆଜି ରାଜଧାନୀ ଭୁବନେଶ୍ୱରରେ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଯାଇଛି। ରାଜ୍ୟରେ ବୃହତ୍ ପୁଞ୍ଜି ନିବେଶ ଲାଗି ଅନୁଷ୍ଠିତ ହୋଇଥିବା ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ ସମାବେଶ ସଫଳତାର ଏହା ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ନିକଟ ଅତୀତରେ ଆଇବିଏମ, ହାପ୍ପିଏଷ୍ଟ ମାଇଣ୍ଡସ୍ , ଡେଲଏଟ୍ର ‘କାପାବିଲିଟି ଏନ୍ହାନ୍ସମେଣ୍ଟ ସେଣ୍ଟର’ ଏବଂ ଆଜି କନ୍ସେନ୍ଟ୍ରିକ୍ସ ବିପିଓ…
ପୁଣି ରିଲିଜ୍ ହେବ ଏମ୍ଏସ୍ ଧୋନି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ୍ ସିନେମା ‘ଏମ୍ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରି’ ପୁଣି ଥରେ ମୁକ୍ତିଲାଭ କରିବ। ଆସନ୍ତା ୧୨ ତାରିଖରେ ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ଏହି ସିନେମା ପୁନଃ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଷ୍ଟାର୍ ଷ୍ଟୁଡିଓସ୍ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ପୁନଃ ମୁକ୍ତିଲାଭ ଦ୍ବାରା ପ୍ରଶଂସକମାନେ ପୁଣି ଥରେ ବଡ଼ ପରଦାରେ କ୍ରିକେଟ୍ର ସେହି ଅଭୂଲା…
ଜି-ମେଲ୍ ରେ ଯୋଡିହେବ ବ୍ଲୁ-ଟିକ୍
ନୂଆଦିଲ୍ଲୀ : ଲୋକପ୍ରିୟ ଇ-ମେଲ୍ ସେବା ଜି-ମେଲ୍ ଆଇଡିକୁ ଖୁବ୍ଶୀଘ୍ର ଟ୍ବିଟର ଭଳି ବ୍ଲୁ-ଟିକ୍ କରିବା ପାଇଁ ଯାଉଛି । ଏହି ଆକାଉଣ୍ଟ୍ଗୁଡ଼ିକୁ ବ୍ଲୁ-ଟିକ୍ ମିଳିବ। ଫଳରେ ଲୋକମାନେ କେଉଁ ଆଇଡି ଅସଲି ଓ କେଉଁଟି ନକଲି ତାହା ସହଜରେ ଜାଣିପାରିବେ । ଗୁଗୁଲ୍ ଖୁବ୍ଶୀଘ୍ର ଏହି ସୁବିଧା ପ୍ରଦାନ କରିବ। ନେଇ କଂପାନି ଏହାର ଅଫିସିଆଲ ବ୍ଲଗ୍ ପୋଷ୍ଟ୍ରେ ସୂଚନା ଦେଇଛି। ଏହି ସୁବିଧା ଦ୍ବାରା ବ୍ୟବହାରକାରୀମାନେ ସ୍ପାମ୍ ଇ-ମେଲ୍ଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ ଏବଂ…
ମଣିପୁର ହିଂସାକାଣ୍ଡ : ଦଙ୍ଗାକରୀଙ୍କୁ ଗୁଳି ଆଦେଶ
ଇମ୍ଫାଲ: ମଣିପୁର ହିଂସାକାଣ୍ଡ ମଧ୍ୟରେ ସରକାର ଦଙ୍ଗାକାରୀଙ୍କୁ ଦେଖିବା କ୍ଷଣି ଗୁଳି ମାରିବାକୁ ଆଦେଶ ଦେଇଛନ୍ତି। ମଣିପୁର ରାଜ୍ୟପାଳ ଗୁରୁବାର ରାଜ୍ୟ ଗୃହ ବିଭାଗକୁ ଏହି ଗୁଳି ଆଦେଶକୁ ଅନୁମୋଦନ କରିଛନ୍ତି। ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଛି। ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇମ୍ଫାଲ, ଚୁରାଚାନ୍ଦପୁର ଓ କାଙ୍ଗପୋକପିରେ ସ୍ଥିତି ଅତି ଉତ୍ତେଜନାପ୍ରବଣ ରହିଛି । ସାରା ରାଜ୍ୟରେ…
କେନ୍ଦୁପତ୍ର ହିତାଧିକାରୀ ପାଇବେ ୧୧୧ କୋଟି ଟଙ୍କା ସହୟତା,ଦ୍ବିତୀୟ ପର୍ଯ୍ୟାୟରେ ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ
ଭୁବନେଶ୍ବର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ବର୍ଷରେ ଏକ ସର୍ବକାଳୀନ…
ଗୋପାଳପୁରରେ ସିଦ୍ଧାନ୍ତଙ୍କ ଅନୁପ୍ରବେଶକୁ ନେଇ ଦ୍ୱନ୍ଦ୍ୱରେ ବିଜେଡ଼ି କର୍ମୀ
ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆଶନରୁ ଦୁଇ ଥର ସାଂସଦ ଥିଲେ ମଧ୍ୟ ୨୦୧୯ ମସିହାରେ ଟିକେଟ୍ କଟିବା ପରେ ଗାଏବ ହୋଇଯାଇଥିବା ସିଦ୍ଧାନ୍ତ ମହାପାତ୍ର ଏବେ ପୁଣି ଥରେ ସକ୍ରୀୟ ହେବାରେ ଲାଗିଛନ୍ତି । ଏକଦା ତାଙ୍କ ଘନିଷ୍ଠ ନିକଟତର ଥିବା ବିଜେଡ଼ିର ନେତା ଓ କର୍ମୀଙ୍କୁ ନେଇ ତୁହାକୁ ତୁହା ବୈଠକ ଡାକୁଛନ୍ତି । ଅଞ୍ଚଳ ଭ୍ରମଣ କରୁଛନ୍ତି । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଛତ୍ରପୁର, ଗୋପାଳପୁର, ଚିକିଟି ଏବଂ ବ୍ରହ୍ମପୁର ବିଧାନସଭା ଅଞ୍ଚଳରେ…
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ। ପଣ୍ଡିତ ମୁର୍ମୁ ଅଲଚିକି ଲିପି ଉଦ୍ଭାବନ କରି ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିଯାଇଛନ୍ତି । ସାନ୍ତାଳି ଲିପି ଏକ ବିଜ୍ଞାନ ସମ୍ମତ ଲିପି ଭାବରେ ମଧ୍ୟ ସ୍ବୀକୃତି ପାଇଛି। ସାନ୍ତାଳି ଭାଷାରେ ଅଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି । ତାଙ୍କର କାଳଜୟୀ କୃତୀ ପାଇଁ ସେ…
ଓଡ଼ିଶା ଏଫସି ଖେଳାଳିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର :ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶା ଏଫସି ଖେଳାଳି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ଏଫସି ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କୋଚ ଓ ଖେଳାଳିମାନେ ଆମକୁ ଗର୍ବିତ କରିଛନ୍ତି । ଓଡିଶା ଏଫସି ସେମାନଙ୍କର ବିଜୟ ଫର୍ମ ଜାରି ରଖିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଏକ ନୂତନ ପିଢ଼ିଙ୍କୁ ଫୁଟବଲ ପ୍ରେରଣା ଦେବ । ସେମାନଙ୍କର ସଫଳତା ହେଉଛି…
