ବିସିସିଆଇ ବର୍ଷକୁ ୨୩୦ ମିଲିଅନ୍ ଡଲାର ଆୟ କରିବା ନେଇ ଆକଳନ କଲା ଆଇସିସିର ଆର୍ଥିକ ନୀତି
ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ନୂଆ ଆର୍ଥିକ ନୀତି ଅନୁଯାୟୀ ବିଶ୍ବରେ ବିସିସିଆଇ ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ଭାବେ ନ ିଜର ପ୍ରଭାବ ବିଶ୍ବ କ୍ରିକେଟ୍ ପରିଷଦ ଆଗରେ ବଜାୟ ରଖିବ । ନୂଆ ମଡେଲ୍ ଅନୁସାରେ ଆଇସିସିର ବାର୍ଷିକ ଆୟର ପାଖାପାଖି ୪୦ ପ୍ରତିଶତ ବିସିସିଆଇ ପକେଟ୍କୁ ଆସିବ । ଆଇସିସି ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୨୪ରୁ ୨୦୨୭ ବର୍ଷ ମଧ୍ୟରେ (ଆଇସିସି)ଠୁ ୬୦୦ ମିଲିଅନ୍ ଡଲାରରୁ ବିସିସିଆଇ…
