ବିଦ୍ରୋହୀଙ୍କୁ ଭିଡିଓ କଲ କରି ମନାଉଛନ୍ତି ମୋଦି
ବେଙ୍ଗଲୁରୁ,୨୧/୪(ବ୍ୟୁରୋ): କର୍ନାଟକରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହା ମଧ୍ୟରେ ବିଜେପିର ବହୁ ବରିଷ୍ଠ ନେତା ଦଳ ଛାଡି କଂଗ୍ରେସ ଏବଂ ଜେଡିଏସ୍ ରେ ଯୋଗ ଦେଉଛନ୍ତି। ଏହି କ୍ରମରେ ବରିଷ୍ଠ ନେତା ଇଶ୍ୱରପ୍ପା ମଧ୍ୟ ଦଳ ଛାଡିବାକୁ ମନସ୍ଥ କରିଥିବା ଜଣାପଡିଛି। ଏହି ଖବର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ନିଜେ ଭିଡିଓ କଲ୍ କରି ଇଶ୍ୱରପ୍ପାଙ୍କୁ ବୁଝାଇବାରେ ଲାଗିଛନ୍ତି। ଉଭୟଙ୍କ ବାର୍ତ୍ତାଳାପ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ…
