ଜିଏସ୍‌ଟି ଠକେଇ ରୋଗିବ ଡାଟା ଆନାଲିଟିକ୍ସ

               ଜିଏସ୍‌ଟିରେ ହେଉଥିବା ଠକେଇକୁ ରୋକିବା ଲାଗି ଜିଏସ୍‌ଟି ଗୁଇନ୍ଦା ମହାନିର୍ଦେଶାଳୟ (ଡିଜିଜିଆଇ) ପକ୍ଷରୁ ଡାଟା ଆନାଲିଟିକ୍ସ ବ୍ୟବହାର କରାଯାଉଛି। ଯୋଗାଣ ଶୃଙ୍ଖଳରେ ରହୁଥିବା ତାରତମ୍ୟକୁ ଧରିବାରେ ତାହା ସହାୟକ ହୋଇପାରିବ। ଗତ ଆର୍ଥିକ ବର୍ଷରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ଠକେଇ ସାମ୍ନାକୁ ଆସିଥିବାରୁ ତାହାର ମୁକାବିଲା କରିବା ଲାଗି ପ୍ରୟାସ ଚାଲିଛି । ଜଣେ ଅଧିକାରୀ କହିଛନ୍ତି ଯେ ଯୋଗାଣ ଶୃଙ୍ଖଳ ଲାଗି ଯେତିକି ଟଙ୍କାର ଜିଏସ୍‌ଟି ପୈଠ କରାଯାଇଛି, ସେଥିପାଇଁ…

Read More

‘ନୀଳ ଟିକ୍’ ଫେରାଇଲେ ଟ୍ବିଟରର ମାଲିକ ଏଲନ୍‌ ମସ୍କ

ନୂଆଦିଲ୍ଲୀ; ଟ୍ବିଟରରେ କିଛି ଚର୍ଚ୍ଚିତ ଚେହେରାଙ୍କ ପାଇଁ ଟ୍ବିଇଟର ର  ବ୍ଲୁ ଟିକ୍ ଆପେ ଫେରିଆସିଛି। କଂପାନିକୁ କୌଣସି ପେମେଣ୍ଟ୍‌ କରିନଥିବା ସତ୍ତ୍ବେ କିଭଳି ବ୍ଲୁ ଟିକ୍ ଫେରିଲା ତାହାକୁ ନେଇ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ କୁହାଯାଉଛି ଯେ ଯେଉଁମାନଙ୍କ ଫଲଓ୍ବର ସଂଖ୍ୟା ଏକ ନିୟୁତରୁ ଅଧିକ ସେମାନଙ୍କ ବ୍ଲୁ ଟିକ୍‌କୁ ଟ୍ବିଟର ଆପେ ଫେରାଇ ଦେଇଛି। ଚଳିତ ମାସ ୨୦ତାରିଖର  ମଧ୍ୟରାତ୍ରୀରୁ ‌ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ହଟିଯାଇଥିଲା। ବଲିଉଡ୍…

Read More

୪ ଦିନ ପର୍ଯ୍ୟନ୍ତ ୪ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ।

ଭୁବନେଶ୍ବର : ରାଜ୍ୟରେ ଗତ ଦୁଇ ଦିନ ହେବ ପାଗରେ ପରିବର୍ତ୍ତନ ସହ ଦିନ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ସକାଳ ୯ଟା ସୁଦ୍ଧା କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୪୦ ରୁ ୫୦ କିମି…

Read More

ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍

ବେଙ୍ଗାଲୁରୁ/କୋଲ୍‌କାତା : ଚଳିତ ଆଇପିଏଲ୍‌‌ରେ ରବିବାର ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁରେ ଅପରାହ୍ଣ ୩.୩୦ରେ ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଘରୋଇ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହାପରେ ୭.୩୦ରେ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ‌ଘରୋଇ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ।

Read More

ଆଇପିଏଲ୍ ଅବସର ସମ୍ପର୍କରେ ମୁହଁ ଖୋଲିଲେ ଧୋନି

ଚେନ୍ନାଇ;ଶୁକ୍ରବାର ରାତିରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସ ବିଜୟ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏମିତି କିଛି ସୂଚନା ଦେଇ ନିଜ ପ୍ରଶଂସକ ମାନଙ୍କୁ ଦ୍ବନ୍ଦ୍ବରେ ପକାଇଛନ୍ତି। ଡେଭନ୍ କନୱେଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ରବୀନ୍ଦ୍ର ଜାଦେଜାଙ୍କ ୩ ୱିକେଟ୍ ନେଇ ଚେନ୍ନାଇ ସୁପର୍ କିଙ୍ଗ୍ସ ୧୩୫ ରନ୍ ଲକ୍ଷ୍ୟକୁ ୮ ବଲ୍‌ ପୂର୍ବରୁ ହାସଲ କରିଥିଲା। ‘ଦୁଇ ବର୍ଷ ପରେ ପ୍ରଶଂସକମାନେ ଚେନ୍ନାଇ ଆସିବାର ସୁଯୋଗ ପାଇଲେ ଏବଂ…

Read More

ଶଙ୍ଖ ଭବନ ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟକୁ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରୁ ଦଳର ନେତା ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ…

Read More

ସହୀଦ ଦେବାଶିଷ ବିଶ୍ୱାଳ ଅମର ରହେ

ସତ୍ୟବାଦୀ,୨୨/୪(ବ୍ୟୁରୋ): ପିଲାଦିନୁ ସେନାରେ ଯାଇ ଭାରତମାତାର ସେବା କରିବାର ଇଚ୍ଛା ଦେବାଶିଷ ବିଶ୍ୱାଳଙ୍କୁ ନିଜର ଅନ୍ୟ ସହପାଠୀଙ୍କ ଠାରୁ ଭିନ୍ନ କରିଥିଲା l ଘରେ ନିଜର ସମସ୍ତ ସମ୍ପର୍କୀୟଙ୍କୁ ବିଦାୟ ଦେଇ ଦେବାଶିଷ ସୀମାନ୍ତ ଅଂଚଳକୁ ଚାଲିଯାଇଥିଲେ l ହେଲେ ସେ ଆଉ ଫେରିଲେଣି, ତାଙ୍କ ପାର୍ଥିବ ଶରୀର ଫେରିଲା ସହୀଦର ସୁନାମ ସହ l ଶନିବାର ସେହି ବୀର ସୈନିକଙ୍କ ଚିତା ଜଳିଛି ଜନ୍ମ ମାଟିରେ ସତ୍ୟବାଦୀରେ l ଆଉ ବିଦାୟ ଜଣାଇଛନ୍ତି ଆତ୍ମୀୟସ୍ୱଜନ,ଲକ୍ଷ ଲକ୍ଷ…

Read More

ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍; ପ୍ରଥମେ ଲକ୍ଷ୍ନୌ ଓ ଗୁଜରାଟ, ପରେ ମୁମ୍ବାଇ – ପଞ୍ଜାବ ମୁହାଁମୁଁହି

ଲକ୍ଷ୍ନୌ : ଆଜି ଆଇପିଏଲର ୩୦ତମ ଲିଗ୍‌ ର ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ-ଗୁଜରାଟ ଟାଇଟାନ୍‌ସକୁ ଏକ୍‌ନା ଷ୍ଟାଡ଼ିୟମରେ ଭେଟିବେ। ଗୁଜରାଟ ୬ଷ୍ଠ ଓ ଲକ୍ଷ୍ନୌ ସପ୍ତମ ମ୍ୟାଚ ଖେଳିବେ। ଲକ୍ଷ୍ନୌ ବିଜୟକୁ ବଜାୟ ରଖିବାକୁ ଉଦ୍ୟମ କରିବାବେଳେ ଗୁଜରାଟ ବିଜୟପଥକୁ ଫେରିବା ପାଇଁ ପ୍ରୟାସ କରିବ।ଲକ୍ଷ୍ନୌ ୬ଟି ମ୍ୟାଚରୁ ୪ଟି ବିଜୟ ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ବିଜୟ ହାସଲ କରିଥିଲା। ଦୁଇ…

Read More

ପିଚାଇଙ୍କ କ୍ଷତିପୂରଣ ୨୨୬ ନିୟୁତ ଡଲାର

୨୦୨୨ରେ ‘ଆଲ୍‌ଫାବେଟ୍‌ ଇନ୍‌କର୍ପୋରେଟ୍‌’ର ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ସୁନ୍ଦର ପିଚାଇ କ୍ଷତିପୂରଣ ବାବଦକୁ ପ୍ରାୟ ୨୨୬ ନିୟୁତ ଡଲାର୍‌ ପାଇଥିବା ନେଇ ‘ସିକ୍ୟୁରିଟିଜ୍‌’ରେ କମ୍ପାନି ତରଫରୁ କୁହାଯାଇଛି । ଏହା କମ୍ପାନିର କର୍ମଚାରୀ ପାଉଥିବା ବେତନର ୮୦୦ଗୁଣରୁ ଅଧିକ ବୋଲି ଜଣାପଡିଛି । ପିଚାଇଙ୍କ କ୍ଷତିପୂରଣ ବାବଦ ଅର୍ଥରେ ପ୍ରାୟ ୨୧୮ ନିୟୁତ ଡଲାର୍‌ର ‘ଷ୍ଟକ୍‌ ଆୱାର୍ଡ’ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସେହି ଫାଇଲିଙ୍ଗ୍‌ରେ ଉଲ୍ଲେଖ ରହିଛି ।‘ଗୁଗଲ୍‌’ ଭଳି ଏକାଧିକ ସଂସ୍ଥାନର ମୁଖ୍ୟ ‘ଆଲ୍‌ଫାବେଟ୍‌ ଇନ୍‌କର୍ପୋରେଟ୍‌’ ଖର୍ଚ୍ଚ…

Read More

ଯେ କୌଣସି ସମୟରେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରେ : ଅଜିତ୍ ପାଓ୍ୱାର

ମୁମ୍ବାଇ,୨୨/୪(ବ୍ୟୁରୋ): ୨୦୨୪ ମହାରାଷ୍ତ୍ର ନିର୍ବାଚନ କାହିଁକି, ଯେକୌଣସି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ଲାଗି ତାଙ୍କ ଦଳ ପ୍ରସ୍ତୁତ ରହିଛି ବୋଲି ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ (ଏନ୍‌ସିପି) ନେତା ଅଜିତ ପାୱାର୍‌ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୦୪ରେ ‘ଏନ୍‌ସିପି’ କଂଗ୍ରେସ୍‌ଠାରୁ ଅଧିକ ଆସନ ପାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ପଦ ‘ଏନ୍‌ସିପି’କୁ ମିଳିବାର ଥିଲା। ହେଲେ ଦଳକୁ ମିଳିଲା କେବଳ ଉପମୁଖ୍ୟମନ୍ତ୍ରୀ ପଦ। ଯଦି ସବୁ କିଛି ଠିକ୍ ରୁହେ,…

Read More