ଶିଳ୍ପ ହବ୍ ହେବ ଓଡିଶା, ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ:ଓଡ଼ିଶା ହେବ ଶିଳ୍ପ ହବ୍। ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଈଁ ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ପୁଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି। ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି। ସେମିକଣ୍ଡକ୍ଟର, ପେଟ୍ରୋ-କେମିକାଲ୍ସ, ଆଇଟିରେ ବିନିଯୋଗ ହେବାର ସମ୍ଭାବନା ରହିଥିବା ବେଳେ ଗ୍ରୀନଏନଜ୍ରିରେ ମଧ୍ୟ ବିନିଯୋଗ ବଢିବ। ଏହା ୨୦୩୬ରେ ସମୃଦ୍ଧ ଓଡ଼ିଶା ଓ ୨୦୪୭ରେ ବିକଶିତ ଓଡ଼ିଶା…
