ଏୟାର ଇଣ୍ଡିଆ ଓ ଭିସ୍ତାରା ମିଶ୍ରଣକୁ ମିଳିଲା ଗ୍ରୀନ୍ ସିଗନାଲ୍ …
ଏୟାର ଇଣ୍ଡିଆ ସହ ଭିସ୍ତାରା ମିଶ୍ରଣକୁ ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ (ଏନ୍ସିଏଲଟି) ଦେଇଛି ଗ୍ରୀନ ସିଗନାଲ୍। ଫଳରେ ଉଭୟ ଟାଟା ଗ୍ରୁପ୍ ବିମାନସେବା ସଂସ୍ଥାର ମିଶ୍ରଣ ଆଉ ଏକ ପାଦ ଆଗକୁ ଯାଇଛି। ଦୁଇ ବର୍ଷ ପୂର୍ବେ ତଥା ୨୦୨୨ ନଭେମ୍ବରରେ ପ୍ରଥମେ ଏହି ମିଶ୍ରଣ ନେଇ ଘୋଷଣା ହୋଇଥିଲା। ଭିସ୍ତାରାର ୪୯% ଅଂଶଧନ ସିଙ୍ଗାପୁର ଏୟାରଲାଇନ୍ସ ଅଧୀନରେ ଥିବା ବେଳେ ଏୟାର ଇଣ୍ଡିଆ ସହ ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସକୁ ୨୫.୧% ଅଂଶଧନ ମିଳିବ।…
