ରାଜ୍ୟରେ ସ୍ୱାଭାବିକ ହେଲା ସ୍କୁଲ…

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ସ୍ୱାଭାବିକ ହୋଇଛି ସ୍କୁଲ ସମୟ।  ସକାଳ ୧୦ଟାରୁ ପାଠପଢା ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ କ୍ଲାସ୍‌‌ ହେବ। ପୂର୍ବରୁ ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି ନିଷ୍ପତି ଛାଡିଥିଲେ ରାଜ୍ୟ ସରକାର। ପାଗରେ ପରିବର୍ତ୍ତନ ହେବାରୁ ସୋମବାରଠାରୁ ସ୍ୱାଭାବିକ ଭାବେ ସମସ୍ତ ସ୍କୁଲ ଖୋଲାଯାଇଛି। ସୂଚନା ଯୋଗ୍ୟ ପୂର୍ବରୁ ସମସ୍ତ ସ୍କୁଲ ଖୋଲା ଯାଇଥିବାବେଳେ କିଛି ଜିଲାରେ ସ୍ଥାନୀୟ ପାଣିପାଗ ସ୍ଥିତି ଉପରେ ନଜର ରଖି ସ୍କୁଲ ଛୁଟି ଘୋଷଣା ହୋଇଥିଲା। ତେବେ…

Read More

ଆଜି ଭାରତ – ବାଂଲାଦେଶ ମୁକାବିଲା, ଜାଣନ୍ତୁ ଟି -୨୦ ବିଶ୍ଵକପରେ କିଏ କାହାକୁ କେତେ ଥର ହରାଇଛି…

ଚଳିତ  ଟି-୨୦ ବିଶ୍ୱକପ ର ସୁପର-୮ ଗ୍ରୁପ-ଏ ରେ ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଏହି ମ୍ୟାଚ ସଂଧ୍ୟା 8 ରେ ଖେଳାଯିବ। ଭାରତ ଆଜିର ମ୍ୟାଚକୁ ଜିତି ସେମିଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଥିବାବେଳେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ନେଇ ଜୋରଦାର ଉଦ୍ୟମ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ସୁପର-୮ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା। ବ୍ୟାଟିଂ…

Read More

OTET ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେବେ କରିବେ ଆବେଦନ…

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ୨୪ ତାରିଖରୁ ଆବେଦନ ଆରମ୍ଭ ହେଉଥିବା ବେଳେ ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ।ବିଜ୍ଞପ୍ତି ଅନୁଯାୟୀ, ଓଟିଇଟି ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଜୁନ୍‌ ୨୪ ତାରିଖରୁ ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀମାନେ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଜୁଲାଇ ୫ ତାରିଖ ଭିତରେ ଆବେଦନ କରିପାରିବେ । ଆବଶ୍ୟକ ଫି’…

Read More

ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ଆସିଲା ନୂଆ ଆଇନ୍…

ୟୁଜିସି ନେଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା ପରେ ଆକ୍ସନ ମୋଡରେ ଏବେ ସରକାର ।  ଦେଶରେ ବିଭିନ୍ନ  ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି  ହୋଇଯାଉଛି। ଏହାକୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ପ୍ରଶ୍ନପତ୍ର ପ୍ରଘଟ ନିରୋଧ ଆଇନ (ଆଣ୍ଟି ପେପର ଲିକ୍‌‌ ଲ’) ଲାଗୁ କରିଛନ୍ତି। ଚଳିତ ମାସ ଜୁନ ୨୧ ତାରିଖରୁ ଏହା ଲାଗୁ କରାଯାଇଛି। କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ପକ୍ଷରୁ ଏ ନେଇ…

Read More

ମୁଖ୍ୟମନ୍ତ୍ରୀ ଶୁଣିବେ ଲୋକଙ୍କ ଅଭିଯୋଗ…

ଭୁବନେଶ୍ୱର : ଏଣିକି ସବୁଦିନ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ପ୍ରତିଦିନ ଅପରାହ୍ଣ ୩ଟା ରୁ ୫ଟା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ।

Read More

ଲୋକସଭା କାମଚଳା ବାଚସ୍ପତି ଭାବେ ନିଯୁକ୍ତି ହେଲେ ଭର୍ତ୍ତୃହରି ମହତାବ…

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ ହୋଇଛନ୍ତି। ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ସେ ୬ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ସମ୍ବିଧାନର ଅନୁଚ୍ଛେଦ ୯୫ (୧) ଦ୍ୱାରା ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

Read More

ବାରବାଟୀକୁ ଫେରିଲା କ୍ରିକେଟ, ଭାରତ ଇଂଲଣ୍ଡ ମଧ୍ୟରେ ହେବ ଦିନିକିଆ ମ୍ୟାଚ୍…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀକୁ ଫେରିଲା କ୍ରିକେଟ। କଟକ ବାରବାଟୀରେ ଖେଳାଯିବ ଭାରତ -ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ୨୦୨୫ ଫେବ୍ରୁଆରି ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍। ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଇଂଲଣ୍ଡ। ପ୍ରଥମ ମ୍ୟାଚ୍ ନାଗପୁର, ୨ୟ ମ୍ୟାଚ୍ କଟକ ଓ ୩ୟ ମ୍ୟାଚଟି ଅହମ୍ମଦାବାଦରେ ଖେଳାଯିବ।  ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ଦେଇଛନ୍ତି।ପ୍ରାୟ ୫ବର୍ଷ ପରେ କଟକକୁ ଅନ୍ତର୍ଜାତୀୟ କ୍ରିକେଟ…

Read More

ଆଉ ଗୋଟିଏ ଦିନ ବଢିଲା ସକାଳୁଆ ସ୍କୁଲ…

ଭୁବନେଶ୍ବର;ଆସନ୍ତାକାଲି ସାରା ରାଜ୍ୟରେ ହେବ ସକାଳୁଆ ସ୍କୁଲ। ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ପ୍ରଥମରୁ  ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ୨୧ ତାରିଖ ଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲା ରହିବ। ୨୨ ତାରିଖରୁ ସ୍ବାଭାବିକ ଭାବରେ ବିଦ୍ୟାଳୟ ପରିଚାଳନା ହେବ। ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗୁଳୁଗୁଳି ଓ ତାତି କୁ ନଜରରେ ରଖି ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁଆ ସ୍କୁଲ ଖୋଲା ଯାଇଥିଲା। ଏବଂ ଅନେକ ସ୍ଥାନରେ ସ୍କୁଲ୍…

Read More

ତାତି, ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି…

ଭୁବନେଶ୍ୱର : ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି। ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି। ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୌସୁମୀ ଅଗ୍ରସର ସତ୍ୱେ ୩ ଜିଲା ପାଇଁ ଗ୍ରୀଷ୍ମ ପ୍ରବାହର ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ମୟୁରଭଞ୍ଜ, ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ଜାରି କରାଯାଇଛି। ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ହେବାର…

Read More

ସୁପର -୮ ର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ

ଚଳିତ ଟି-୨୦ ବିଶ୍ୱକପ୍‌ରେ ଟିମ ଇଣ୍ଡିଆ ଆଜି ଠାରୁ ତା’ର ସୁପର-୮ ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ମେନ୍ ଇନ୍ ବ୍ଲୁ ସୁପର- ୮ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ୩ଟି ଯାକ ମ୍ୟାଚ୍‌ ଭାରତ ୱେଷ୍ଟ ଇଣ୍ଡିଯରେ ଖେଳିବ। ଆମେରିକାରୁ ଆସି ନୂଆ ପରିବେଶରେ ଭାରତ ଖାପ ଖୁଆଇ ସୁପର-୮ରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଯଦି ଦୁଇ ଦଳର ଖେଳାଳି ମାନଙ୍କୁ ସମୀକ୍ଷା କରାଯିବ ତେବେ ଭାରତୀୟ…

Read More