Economy ଅଭିଜିତ ବାନାର୍ଜୀଙ୍କର ଭାରତ ପାଇଁ ସତର୍କବାଣୀ — ଏବଂ ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ

ଭବାନୀପାଟଣା : (ଅନୁବାଦ -ଶୈଳେନ୍ଦ୍ର ରାଜ )-
ଆଜି ଭାରତ ଦୁନିଆ ପାଇଁ “ରହସ୍ୟ” ହେଉଛି ଏହିକାରଣରୁ ନୁହେଁ ଯେ ଦେଶ ବହୁତ ଜଟିଳ, ବରଂ ଏହିକାରଣରୁ ଯେ ସରକାରୀ ଦାବିଗୁଡ଼ିକ ଭୂମିସ୍ତରର ସତ୍ୟତା ସହିତ ମେଳ ଖାଉନାହିଁ।
• ଉଚ୍ଚ GDP ବୃଦ୍ଧିକୁ ଢାଲ କରି ବେରୋଜଗାରି, ଖରାପ ଶିକ୍ଷା ପ୍ରଣାଳୀ ଓ ବଢୁଥିବା ଅସମାନତା ପରି ମୁଖ୍ୟ ସମସ୍ୟାଗୁଡ଼ିକୁ ଅନଦେଖା କରାଯାଉଛି।
• ପାରଦର୍ଶିତାକୁ ଜାଣିଶୁଣି ଦୁର୍ବଳ କରାଯାଇଛି। ଯେତେବେଳେ ସରକାରୀ ଆଙ୍କଡ଼ା ଉପରେ ପ୍ରଶ୍ନ ଉଠେ ଓ ଅସୁବିଧାଜନକ ସତ୍ୟଗୁଡ଼ିକ ଅଦୃଶ୍ୟ ହୋଇଯାଏ, ସେତେବେଳେ ଶାସନ ପ୍ରତି ଭରସା ଭାଙ୍ଗିଯାଏ।
• ମାଧ୍ୟମର ସ୍ୱାଧୀନତା ସଂକୁଚିତ ହେଉଛି। ତାହାର ପରିଣାମ—ନl ଜନସାଧାରଣ ଶକ୍ତିକୁ ଠିକ୍‌ଭାବେ ନିରୀକ୍ଷଣ କରିପାରୁଛନ୍ତି, ନl ନିବେଶକମାନେ ସରକାରୀ ଦାବି ଉପରେ ଭରସା କରିପାରୁଛନ୍ତି।
• ନୀତିର ସ୍ଥାନ ଏବେ ତୀବ୍ର ଧ୍ରୁବୀକରଣ ନେଇଛି। ପରିଚୟ ଆଧାରିତ ରାଜନୀତି ଚାକିରି, ଶିକ୍ଷା, ସ୍ୱାସ୍ଥ୍ୟ ଓ ମଜୁରୀ ପରି ପ୍ରକୃତ ସମସ୍ୟାଗୁଡ଼ିକୁ ପଛକୁ ଠେଲିଦେଇଛି।
• ଦେଶ ପାଖରେ କୌଣସି ବିଶ୍ୱସନୀୟ ବିକାଶ ରୋଡମ୍ୟାପ ଦେଖାଯାଉନାହିଁ। ଘୋଷଣାଗୁଡ଼ିକ ଜୋରଦାର, କିନ୍ତୁ କାର୍ଯ୍ୟାନ୍ୱୟନ ଦୁର୍ବଳ ଓ ଫଳାଫଳ ନାହିଁ।
• ନିବେଶକମାନେ ପ୍ରଚାର ନୁହେଁ, ସ୍ଥିରତା ଚାହାନ୍ତି। ନୀତିର ଅନିଶ୍ଚିତତା ଓ ସଂସ୍ଥାଗତ ଦୁର୍ବଳତା ପୁଞ୍ଜି ପଳାୟନକୁ ନିଶ୍ଚିତ କରେ।
• ସଂସ୍କାର ବିଫଳ ହୁଏ କାରଣ ଭରସା ଭାଙ୍ଗିଯାଇଛି। ଯେତେବେଳେ ଲୋକମାନେ ଭାବନ୍ତି ଯେ ତାଙ୍କର କଥା ଶୁଣାଯାଉନାହିଁ, ସେତେବେଳେ ଆବଶ୍ୟକ ଆର୍ଥିକ ସଂସ୍କାର ମଧ୍ୟ ଅସମ୍ଭବ ହୋଇଯାଏ।
• ସମାବେଶ ବିନା ବିକାଶ ଟିକେଇ ରହିପାରେ ନାହିଁ। ଯେଉଁ ଦେଶରେ ଅଧିକାଂଶ ଲୋକଙ୍କୁ ଭଲ ଶିକ୍ଷା ଓ ସୁରକ୍ଷିତ ରୋଜଗାର ମିଳେ ନାହିଁ, ସେଠାରେ ପ୍ରଗତି ସ୍ଥାୟୀ ହୋଇପାରେ ନାହିଁ।
ଏହା କୌଣସି ବିରୋଧୀ ଦଳର ବକ୍ତବ୍ୟ ନୁହେଁ।
ଏହା ଏକ ବିଶ୍ୱପ୍ରସିଦ୍ଧ ଅର୍ଥନୀତିବିଦଙ୍କ ଦ୍ୱାରା ଶାସନ ବ୍ୟବସ୍ଥା ଉପରେ କରାଯାଇଥିବା ଗମ୍ଭୀର ଟିପ୍ପଣୀ, ଯାହା ଦେଖାଏ ଯେ ସଂସ୍ଥାଗୁଡ଼ିକୁ ଛାଡ଼ି ଦେଇ ଦେଖାଦେଖିକୁ ଅଧିକ ମହତ୍ତ୍ୱ ଦିଆଯାଉଛି।
ଏବେ ମୂଳ ପ୍ରଶ୍ନକୁ ଟାଳିହେବା ଯାଇପାରିବ ନାହିଁ:
ଯଦି ପାରଦର୍ଶିତା, ଭରସା ଓ ସହମତିକୁ ଧ୍ୱଂସ କରିଦିଆଯାଏ, ତେବେ ବିକାଶକୁ କେତେ ଦିନ ପର୍ଯ୍ୟନ୍ତ ମଞ୍ଚରେ ସଜାଇ ରଖାଯାଇପାରିବ — ହକିକତ ସାମ୍ନାକୁ ଆସିବା ପୂର୍ବରୁ?
ଯେ ଦେଶ କେବଳ ଦେଖାଦେଖି ଉପରେ ଚାଲେ, ସେ ସଦା ପାରଦର୍ଶିତାକୁ ଡରିଥାଏ।
ଇମାନଦାରୀ ବିନା ବିକାଶ କେବଳ ଗୋଟିଏ ନାଟକ।
GDPକୁ ସମ୍ଭାଳାଯାଇପାରେ।
କିନ୍ତୁ ଭରସାକୁ ନୁହେଁ।

Original- Sheetal P Singh

Leave a Reply

Your email address will not be published. Required fields are marked *