ପରିବର୍ତ୍ତନ…. ପଶ୍ଚିମବଙ୍ଗ….. Change… West bengal…

କୋଲକାତା :(ବିଜୟ ସାହୁ)-ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଲେ l ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଥିଲା ବେଙ୍ଗଲ କୁ ଦୁଇଭାଗ କରି ହିନ୍ଦୁ ବେଙ୍ଗଲ ର ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ହେବା । ସେଥିପାଇଁ ଭାରତ ବିଭାଜନ କିଛିମାସ ପୂର୍ବରୁ ମଇ 2,1947 ମସିହାରେ ବଡଲାଟ ଲର୍ଡ଼ ମାଉଣ୍ଟବାଟେନଙ୍କୁ ଚିଠି ଲେଖିଥିଲେ । ଏହା ପୂର୍ବରୁ ମାଉଣ୍ଟବାଟେନଙ୍କୁ ଏପ୍ରିଲ 23,1947 ମସିହାରେ ଭେଟି ଏହି ଦାବୀ ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ ।
ହିନ୍ଦୁ ମହାସଭା ମଧ୍ୟ ତାଙ୍କୁ ଏଥିପାଇଁ Authorise କରିଥିଲା ।
ତାଙ୍କର ଦାବୀ ମଧ୍ୟ ପୂରଣ ହେଇଥିଲା । କିନ୍ତୁ ଶ୍ୟାମା ପ୍ରସାଦ ମୁଖାର୍ଜୀ ପୂର୍ଵ ବଙ୍ଗଳା ହିନ୍ଦୁମାନେ ପାକିସ୍ଥାନୀ ହେଇଗଲେ ବୋଲି ସେ ହିନ୍ଦୁ ବଙ୍ଗ ପ୍ରଦେଶର ଶାସକ ହେଇ ପାରି ନଥିଲେ। କେବଳ ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳେ ବ୍ରିଟିଶ ସରକାରଙ୍କୁ Responsive Support ଦେବା ପାଇଁ ବଙ୍ଗଳା ରେ ମୁସଲିମ ଲିଗ-ହିନ୍ଦୁ ମହାସଭାର ମିଳିତ ମନ୍ତ୍ରୀ ମଣ୍ଡଳରେ କିଛି ମାସ (1941-42) ଅର୍ଥମନ୍ତ୍ରୀ ହେଇଥିଲେ ।
ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସେହି ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଶୁଭେନ୍ଦୁ ଅଧିକାରୀ ସୁଯୋଗ ପାଇଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଶୁଭେନ୍ଦୁ ଅଧିକାରୀ ମିଶି ଗୃହ ମନ୍ତ୍ରୀ ଅମିତ ସାହାଙ୍କ ସକ୍ରିୟ ସହଯୋଗରେ ଓ ପ୍ରଧାନମନ୍ତ୍ରୀ ଙ୍କ ଆଶୀର୍ବାଦରେ ଏହି କାର୍ଯ୍ୟ ସମାପ୍ତ କରିପାରିବେ ।
ସୂତରାଂ,ବଙ୍ଗଳାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆମେ ସବୁ ତଥ୍ୟ ରଖିବା ଉଚିତ । ଯେତେହେଲେ ଆମ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ।
ଅଧିକାରୀ ଖାନଦାନ ହେଉଛନ୍ତି
ପୂର୍ଵ ମେଦିନପୁର ଜିଲ୍ଲା ଅନ୍ତର୍ଗତ   କଣ୍ଟେଇ /କାନ୍ଥି ଅଞ୍ଚଳର କରକୁଲି ଇଲାକାର ।
ସେମାନେ ବେଙ୍ଗଲର
ପ୍ରଭାବଶାଳୀ ମହିଷ୍ୟ ସମ୍ପ୍ରଦାୟର । ପାରମ୍ପରିକ ଭାବରେ କୃଷି ଓ ଭୂମି ମାଲିକାନା ସହିତ ଜଡିତ ।
ସେମାନେ ପ୍ରାଚୀନ କୈବର୍ତ୍ତ ସମ୍ପ୍ରଦାୟର ବଂଶଧର ।
ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରେ ମୈହିଷ୍ୟ ସମ୍ପ୍ରଦାୟ ଦୁଇଭାଗ ହେଇଗଲେ । ଯେଉଁମାନେ କୃଷି ଓ ଜମି ସହ ଜଡ଼ିତ ହେଲେ ସେମାନେ ଚାଷୀ-କୈବର୍ତ୍ତ ଭାବରେ ନିଜର ପରିଚୟ ରଖିଲେ । ଯେଉଁମାନେ ମତ୍ସ୍ୟଜୀବୀ ହେଲେ ସେମାନେ ଜାଲିୟା- କୈବର୍ତ୍ତ ସମ୍ପ୍ରଦାୟର ହେଲେ । କିନ୍ତୁ ଉଚ୍ଚତର ସାମାଜିକ ପ୍ରତିଷ୍ଠା ଅର୍ଜନ ପାଇଁ ଚାଷୀ-କୈବର୍ତ୍ତ ନିଜକୁ ମହିଷ୍ୟ ସମ୍ପ୍ରଦାୟ ଭାବେ ପୁନଃ
ନାମକରଣ କରିଥିଲେ । ଶ୍ୟାମପ୍ରସାଦ ମୁଖାର୍ଜୀ ବ୍ରାହ୍ମଣ ହେଇଥିବା କାରଣରୁ ହିନ୍ଦୁ ମହାସଭା / ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ଭଳି ମନୁବାଦୀ ସଂଗଠନ କରୁଥିଲେ । କିନ୍ତୁ ଅଧିକାରୀ ସମ୍ପ୍ରଦାୟ ମୂଳତଃ କୈବର୍ତ୍ତ ହେଇ ଥିବାରୁ ଟିକିଏ ଉଗ୍ର ହେବାକୁ ବାଧ୍ୟ ଓ ବର୍ଣ୍ଣ ସୋପାନରେ ଶୁଦ୍ର ଥିଲେ ।
କିନ୍ତୁ ଯେହେତୁ ଚାଷବାସ, ପଶୁଧନ ମାଲିକାନା ସମୟ କ୍ରମେ ଅର୍ଜନ କଲେ ,ତେଣୁ ନିଜକୁ ବୈଶ୍ୟ ବା କ୍ଷତ୍ରିୟ ଭାବେ ପରିଚୟ ଦେଲେ । ପ୍ରାଚୀନ ପଦ୍ମ ପୁରାଣରେ ଉଲ୍ଲେଖ ରହିଛି ମହିଷ୍ୟ ସମ୍ପ୍ରଦାୟ କ୍ଷତ୍ରିୟ ପିତା ଓ ବୈଶ୍ୟ ମାତାଙ୍କ ଠାରୁ ଜନ୍ମ ।
ସେମାନେ ନିଜକୁ ଭୂମିପୁତ୍ର ଭାବରେ ପରିଚୟ ଦେଇ ଆସୁଛନ୍ତି । ଭୂମିପୁତ୍ର ଯୋଗୁଁ ଭୂମି ଉପରେ ଅଧିକାର ପାଇଁ ଲଢେଇ କରି ଅଧିକାରୀ ସାଙ୍ଗିଆ ହାସଲ କରିଛନ୍ତି ।
ଏଠାରେ ଆଉ ଗୋଟିଏ କଥା ଉଲ୍ଲେଖ କରା ଯାଇପାରେ । ଯଦିଓ ମହିଷ୍ୟ ସମ୍ପ୍ରଦାୟର ଅଧିକାଂଶ ଲୋକ ସାଧାରଣ ଚାଷୀ ଓ କ୍ଷେତ ମଜୁରିଆ, ତଥାପି ଏହି ସମ୍ପ୍ରଦାୟ କେତେକ ପ୍ରଭାବଶାଳୀ ଜମିଦାର, ଆଞ୍ଚଳିକ ରାଜ ପରିବାର ସୃଷ୍ଟି କରିଥିଲା । ଉଦାହରଣ ସ୍ୱରୂପ ତମଲୁକ ଓ ମୟନା ରାଜବଂଶ । ଏହି ରାଜବଂଶର କିମ୍ବଦନ୍ତୀ ଚରିତ୍ର ରାଣୀ ରାସମଣି ଯିଏ ଦକ୍ଷିଣେଶ୍ବର କାଳୀ ମନ୍ଦିର ପ୍ରତିଷ୍ଠା କରିଥିଲେ ।
ସ୍ୱାଧୀନତା ଆନ୍ଦୋଳନ ବେଳେ  ଏହି ଜମିଦାରବଂଶ ମାନେ
ମେରୁଦଣ୍ଡ ଭଳି କାର୍ଯ୍ୟ କରିଥିଲେ । ବୀରେନ୍ଦ୍ର ସାଶମାଲ, ସତୀଶ ଚନ୍ଦ୍ର ସାମନ୍ତ ପ୍ରମୁଖ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ସାମିଲ ଥିଲେ ।
ପୂର୍ଵ ପୋଷ୍ଟରେ ଉଲ୍ଲେଖ କରିଥିବା ତାମ୍ରଲିପ ସମାନ୍ତରାଳ ଜାତୀୟ ସରକାରରେ ମଧ୍ୟ ଏମାନେ ନେତୃତ୍ୱ ନେଇଥିଲେ ।
ଆର୍ଥିକ ଦିଗରୁ ଏମାନେ ସ୍ୱଚ୍ଛଳ ବର୍ଗ । ବିଂଶ ଶତାବ୍ଦୀ ମଧ୍ୟ ଭାଗରେ ଏହି ସମ୍ପ୍ରଦାୟ ହାୱଡା ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ, ଇଞ୍ଜିନିୟରିଂ ଶିଳ୍ପର ଅଧିକାଂଶ ମାଲିକ ।
ମହିଷ୍ୟ ସମ୍ପ୍ରଦାୟ ମଧ୍ୟରେ ଯେଉଁ ସାଙ୍ଗିଆ ରହିଛି ତାହା ହେଉଛି ଅଧିକାରୀ,ମଣ୍ଡଳ, ଦାସ, ଜାନା, ବିଶ୍ୱାସ, ମଜୁମଦାର ଓ ସାମନ୍ତ ।
ଏମାନେ ସମସ୍ତେ ପଛୁଆ ବର୍ଗ ଦାବୀ କରୁଥିବା ସତ୍ତ୍ୱେ କେବଳ ଚାଷୀ କୈବର୍ତ୍ତ ସମ୍ପ୍ରଦାୟକୁ 2000 ପରେ ପଛୁଆ ବର୍ଗ ଘୋଷଣା କରା ଯାଇଥିଲା । ଅବଶ୍ୟ ଏହାର କୌଣସି କାରଣ ନଥିଲା ।ତଥାପି ଭୋଟ ଦେଖିବାକୁ ପଡିବ ନା ?
ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀ ସମସ୍ତଙ୍କୁ ନିଶ୍ଚିତ ପଛୁଆ ବର୍ଗ କରିବେ । କାରଣ ବେଙ୍ଗଲର ପ୍ରତ୍ୟେକ ରାଜନୈତିକଦଳ ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି ।
ଭାରତୀୟ ଜାତୀୟ କଂଗ୍ରେସ ଯେହେତୁ ମୂଳରୁ ଭୂମି ଉପରେ ଭାଷୀର ଅଧିକାରକୁ ସ୍ୱାଧୀନତା ଆନ୍ଦୋଳନ ବେଳେ ଗୋଟେ ମୁଖ୍ୟ ଏଜେଣ୍ଡା ରଖିଥିଲା, ତେଣୁ ଶୁଭେନ୍ଦୁ ଅଧିକାରୀ ପରିବାର ମଧ୍ୟ ମୂଳରୁ କଂଗ୍ରେସୀ ଥିଲେ । ତାଙ୍କ ବାପା ଶିଶିର କୁମାର ଅଧିକାରୀ 2009-2012 ପର୍ଯ୍ୟନ୍ତ ମନମୋହନ ସିଂହଙ୍କ ସରକାର ରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଥିଲେ ଓ କଣ୍ଟେଇରୁ 3 ଥର ସାଂସଦ ହେଇଥିଲେ । ତାଙ୍କର ଜେଜେ କେନାରାମ ଅଧିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ।
ତେଣୁ ଏହି ପରିବାରକୁ Lions Family ବୋଲି କୁହାଯାଏ ।
ଶିଶିର ଅଧିକାରୀ ପ୍ରଥମେ କଂଗ୍ରେସ ମାଧ୍ୟମରେ ନିଜର ରାଜନୈତିକ ପରିବାର ସୃଷ୍ଟି କଲେ ଓ ପରେ ତୃଣମୂଳ କଂଗ୍ରେସର ଅନ୍ୟତମ ପ୍ରତିଷ୍ଠାତା
ନେତା ।
ଶିଶିର ଅଧିକାରୀ ଷାଠିଏ ଦଶକରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିବା ପରେ ରାଜନୀତିରେ କେବେ ବ୍ରେକ ଦେଇ ନାହାନ୍ତି । ଯେତେବେଳେ ବି ଦଳ ବଦଳାଇ ଛନ୍ତି ତାଙ୍କର ପୂରା ଯୌଥ ପରିବାର ଦଳ ବଦଳାଇଛନ୍ତି ।
ତେଣୁ 60 ବର୍ଷ ଧରି ସେମାନେ କ୍ଷମତା ଉପଭୋଗ କରି ଆସିଛନ୍ତି । ଶିଶିର ଅଧିକାରୀ ଗ୍ରାମ ପଞ୍ଚାୟତ ପଦବୀ, ଚେୟାରମ୍ୟାନ, ବିଧାୟକ ,
ଏମ ପି ଓ ମନ୍ତ୍ରୀ ହେଇଛନ୍ତି ।
ଶୁଭେନ୍ଦୁ ଅଧିକାରୀ 1995ରେ ରାଜନୀତିରେ ପ୍ରବେଶ କରିବା ପରେ କାଉନ୍ସିଲର,ଏମ ଏଲ ଏ ,ଏମ ପି ଓ ମନ୍ତ୍ରୀ ହେଇଛନ୍ତି ।
ଅନ୍ୟ ଦୁଇଭାଇ ଏମଏଲଏ,ଏମପି ଅଥବା ଚେୟାରମ୍ୟାନ ରହିଛନ୍ତି । ବର୍ତ୍ତମାନ ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହେବେ ।
ତୃଣମୂଳ କଂଗ୍ରେସକୁ ଛାଡି ବିଜେପି ଯିବା ମୂଳରେ ମୁଖ୍ୟ କାରଣ ସାରଦା ଚିଟ ଫଣ୍ଡ, ନରଦା ଷ୍ଟିଙ୍ଗ ଅପରେସନ, କୋଇଲା ଓ ଚାକିରୀ ସ୍କାମ, ସିକୁରୀଟି ଗାର୍ଡ ସୁବ୍ରତ ଚକ୍ରବର୍ତ୍ତୀଙ୍କ ରହସ୍ୟମୟ ମୃତ୍ୟୁ ଇତ୍ୟାଦି ଓ କେନ୍ଦ୍ର ସରକାରଙ୍କ ଭୟ । ତେଣୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଭଳି ସେ ମଧ୍ୟ ଆତ୍ମ ରକ୍ଷା ଓ ପରିବାର ରକ୍ଷା ପାଇଁ ମମତାଙ୍କୁ ଛାଡି ଥିଲେ ।
ଅନ୍ୟଥା ନନ୍ଦିଗ୍ରାମ ଆନ୍ଦୋଳନ ରେ ମମତାଙ୍କ ପାଖେ ପାଖେ ରହିଥିବା ପରିବାର ବିଜେପିକୁ ଯିବାର କାରଣ କିଛି ନାହିଁ । ମୂଳରୁ ପରିବାରର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସହ କୌଣସି ସମ୍ପର୍କ ନଥିବା ସତ୍ତ୍ୱେ କଂଗ୍ରେସ ରାଜନୈତିକ ପୃଷ୍ଠଭୂମି ରୁ ସଂଘ ପରିବାର ପର୍ଯ୍ୟନ୍ତ ଯାତ୍ରା କରିବା କାରଣ କିଛି ନଥିଲା ।ଅବଶ୍ୟ ଆଜିକାଲି କଂଗ୍ରେସରୁ ବେଶି ନେତା ସଙ୍ଘ ଆଶ୍ରୟୀ ହେବାକୁ ଭଲ ପାଉଛନ୍ତି ।ଗାନ୍ଧୀ ତମେ ଦେଖୁଛ ତ ?
ଏବେ ଦେଖିବାକୁ ବାକି ରହିଲା ମୁଖ୍ୟମନ୍ତ୍ରୀ ହେବା ପରେ କେତେ ଦୂର ସଂଘର ଏଜେଣ୍ଡାକୁ ପୂରଣ କରୁଛନ୍ତି । ଅବଶ୍ୟ ପୂର୍ବଭାଷ ମିଳି ସାରିଛି ।

ଅନୁରୂପ ଭାବେ ମୋର ବେଙ୍ଗଲରେ ମୂର୍ତ୍ତି ଭଙ୍ଗା (3)ପୋଷ୍ଟରେ ଜଣେ ବଡଭାଇ ଟିପ୍ପଣୀ କରିଥିଲେ ପୋଷ୍ଟରେ ଅନେକ ତଥ୍ୟ ରହିଛି, କିନ୍ତୁ ଆହୁରି କିଛି ତଥ୍ୟ ଛାଡି ଯାଇଛି ।
ମୁଁ ଏହି ପୋଷ୍ଟରେ ସେଇ ତଥ୍ୟ ଗୁଡିକ ଉଲ୍ଲେଖ କରିବି ।
1970-71 କାଳଖଣ୍ଡରେ ଯେତେବେଳେ ବେଙ୍ଗଲରେ ସିପିଏମରୁ ଗୋଟିଏ ଗୋଷ୍ଠୀ ବାହାରି ନକ୍ସଲ ଆନ୍ଦୋଳନ ଆରମ୍ଭ କଲେ ସେତେବେଳେ ସେମାନେ ମୂର୍ତ୍ତି ଓ ପ୍ରତିମାକୁ ବିକୃତ କରିବା ଏକ ପରିକଳ୍ପିତ ରାଜନୈତିକ ଓ ସାଂସ୍କୃତିକ କୌଶଳ ଭାବରେ ଗ୍ରହଣ କରିଥିଲେ । ଏହାକୁ ଆମେ ପ୍ରତିମା ଧ୍ୱଂସ ଭାବରେ ନାମିତ କରି ପାରିବା । ବୁଦ୍ଧ-ମହାବୀର ଯୁଗରୁ ଆରମ୍ଭ କରି  ମଧ୍ୟଯୁଗରେ ଧର୍ମ-ପ୍ରଣୋଦିତ ମୂର୍ତ୍ତି ଓ ପ୍ରତୀକ ଭଙ୍ଗା ଭଳି ଏହା ନଥିଲା । ସେମାନଙ୍କ ଭାଷାରେ ଏସବୁ ପ୍ରତୀକ ବୁର୍ଜୁଆ ଓ ସାମନ୍ତତାନ୍ତ୍ରିକ ଯୁଗର ପ୍ରତୀକ, ତେଣୁ ସେଗୁଡିକୁ ଭାଙ୍ଗି ଅଥବା ବିକୃତ କରି କମ୍ୟୁନିଷ୍ଟ ଦାର୍ଶନିକଙ୍କ ମୂର୍ତ୍ତି ଓ ପ୍ରତୀକ ସ୍ଥାପନା ଉପରେ ଜୋର ଦେଇଥିଲେ ।
ସାଧାରଣ କର୍ମୀ ଏସବୁ କରିବା ପାଇଁ ଆହ୍ୱାନ ଦେଇଥିଲେ ଭିନ୍ନ କଥା ହେଇଥାନ୍ତା ଓ ସେମାନଙ୍କୁ ଫ୍ରିଞ୍ଜ ଏଲିମେଣ୍ଟ କହି ଦେଇଥାନ୍ତେ । କିନ୍ତୁ ବିଶିଷ୍ଟ ନକ୍ସଲ ନେତା ଚାରୁ ମଜୁମଦାର ଓ ସରୋଜ ଦତ୍ତ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ ଏସବୁ କରିବା ପାଇଁ । ସେମାନଙ୍କ ଦୃଷ୍ଟିରେ ଏସବୁ ବୁର୍ଜୁଆ ଗଣତାନ୍ତ୍ରିକ ବିପ୍ଳବ ଓ ସାମନ୍ତିସମାଜର ପ୍ରତୀକ । ତେଣୁ ଏହି ପ୍ରତୀକମାନେ ବ୍ରିଟିଶ ବା ଆଭିଜତ୍ୟ ବର୍ଗର ସ୍ୱାର୍ଥ ରକ୍ଷା କରିଥିଲେ ,ସାଧାରଣ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା କରି ନଥିଲେ ।
ଏହି ଧ୍ୱଂସ ଓ ବିକୃତି କର୍ମକାଣ୍ଡ ଶ୍ରେଣୀ “ଶତ୍ରୁମାନଙ୍କୁ ନିର୍ମୂଳର” ଏକ ପୂର୍ବଭାଷ ଥିଲା । ଗୋଟିଏ ମୂର୍ତ୍ତିର ହତ୍ୟା ଜମିଦାର ଓ ପୋଲିସର ନିର୍ମୂଳ କରିବା ପ୍ରତଛବି ଭାବରେ ନିଆ ଯାଇଥିଲା ।
ଏହି Vandalism ମୁଖ୍ୟତଃ କଲିକତାର ଶିକ୍ଷାନୁଷ୍ଠାନ ସମୂହ ଯଥା କଲେଜ ଷ୍ଟ୍ରିଟ ଅଞ୍ଚଳରେ କେନ୍ଦ୍ରିତ ଥିଲା ।
1970 ଜୁନ ମାସରେ କଲେଜ ଛକରେ ସ୍ଥାପିତ ବିଦ୍ୟାସାଗାର ମୂର୍ତ୍ତିକୁ ବିକୃତ କରିଥିଲେ । ନକ୍ସଲମାନେ ତାଙ୍କୁ ବ୍ରିଟିଶ ସମର୍ଥକ ଓ ଅଣ ବିପ୍ଳବୀ ବୋଲି ବିଚାର କରିଥିଲେ ।
ରାଜା ରାମମୋହନ ରାୟଙ୍କ ମୂର୍ତ୍ତିକୁ ବାରମ୍ବାର ବିରୂପ କରିଥିଲେ । ତାଙ୍କୁ ବୁର୍ଜୁଆ ବେଙ୍ଗଲ ନବଜଗରଣର ଅଗ୍ରଦୂତ ଭାବରେ ବିଚାର କରିଥିଲେ ।
ରବୀନ୍ଦ୍ରନାଥଙ୍କ ପ୍ରତିଛବି ଓ ମୂର୍ତ୍ତିକୁ ଆଭିଜତ୍ୟର ପ୍ରତୀକ ଭାବେ ବିକୃତ କରିଥିଲେ ।
ସେହିପରି ସ୍ୱାମୀ ବିବେକାନନ୍ଦ, ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ଆଶୁତୋଷ ମୁଖାର୍ଜୀ ,ଗାନ୍ଧୀ ପ୍ରମୁଖଙ୍କ ମୂର୍ତ୍ତି ଭାଙ୍ଗି ଥିଲେ ଅଥବା ବିକୃତ କରିଥିଲେ ।
ସେହି ସମୟର ରେକର୍ଡ ରୁ ଜଣା ପଡେ ମାତ୍ର 3 ମାସ ମଧ୍ୟରେ ( 1970 ମଇ-ଜୁଲାଇ ) ପଶ୍ଚିମ ବଙ୍ଗରେ ପ୍ରାୟ 1257ଟି ଭଙ୍ଗାରୁଜା ଘଟଣା ଘଟିଥିଲା ଓ ସେଥି ମଧ୍ୟରୁ କଲିକତାରେ 376 ଘଟଣା ଘଟିଥିଲା ।
ସେତେବେଳେ ଏଭଳି ପରିସ୍ଥିତି ସୃଷ୍ଟି ହେଇଥିଲା କଲିକତା ପୋଲିସ ନାକେଦମ ହେଇ ଯାଇଥିଲା । ପୋଲିସ 56 ଟି ମୂର୍ତ୍ତି ଓ ପ୍ରତୀକଙ୍କ  Protection List କରି 24 ଘଣ୍ଟା ପହରା ଦେବାପାଇଁ ସେନା ନିଯୁକ୍ତି କରିବାକୁ ପଡିଥିଲା ।
ଅବଶ୍ୟ ଜନସାଧାରଣଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ହେବା କାରଣରୁ ନକ୍ସଲ ନେତା ଅସୀମ  ଚାଟାର୍ଜୀ ଓ ସନ୍ତୋଷ ରଣା ଭୁଲ ସ୍ୱୀକାର କରିଥିଲେ ।
ଅନେକ ମତ ରଖନ୍ତି ନକ୍ସଲମାନେ ମାଓ ସେତୁଙ୍ଗଙ୍କ ସାଂସ୍କୃତିକ ବିପ୍ଳବକୁ ଅନୁକରଣ
କରି ଏଭଳି ଉତ୍ପାତ କରିଥିଲେ । ଏମାନେ ନା ମାଓ ସେତୁଙ୍ଗ ଙ୍କୁ ଜାଣିଥିଲେ, କେବଳ ହାତରେ ଗୋଟିଏ Red Book ଧରି ମାଓ ସେତୁଙ୍ଗ ଆମର ଚେୟାର ମ୍ୟାନ ବୋଲି ପ୍ରଚାର କରୁଥିଲେ । ସେତେବେଳେ ହୁଏତ ଏମାନେ ମାଓଙ୍କ ଫଟୋ ମଧ୍ୟ ଦେଖି ନଥିବେ । ଚୀନ ସେତେବେଳେ ସବୁଆଡୁ ଅବରୋଧ ମଧ୍ୟରେ ଥିଲା । ଏପରି କି ସେ ଯେତେବେଳେ 9 ସେପ୍ଟେମ୍ବର 1976 ରେ ଜରୁରୀ ପରିସ୍ଥିତି ବେଳେ ମୃତ୍ୟୁବରଣ  କରିଥିଲେ ସେତେବେଳେ ଓଡ଼ିଆ ଖବରକାଗଜରେ ବୋଧେ ସପ୍ତାହ ପରେ ସାମାନ୍ୟ କିଛି ଧାଡ଼ିର ଖବର ପ୍ରକାଶ ହେଇଥିଲା ।
ବିଶ୍ୱର ପ୍ରତ୍ୟେକ କମ୍ୟୁନିଷ୍ଟ ଦାର୍ଶନିକ କାର୍ଲ ମାର୍କ୍ସ ଙ୍କ ଠାରୁ ଆରମ୍ଭ କରି ମାଓ ସେତୁଙ୍ଗ ପର୍ଯ୍ୟନ୍ତ ନିଜର ଦାର୍ଶନିକ କୃତିରେ ପ୍ରାଚୀନ ସାହିତ୍ୟ, ସଂସ୍କୃତି,ବିଭିନ୍ନ ସମୟର ନାୟକ ନାୟିକାମାନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ।
ମାଓ ସେତୁଙ୍ଗ ମାର୍କ୍ସବାଦୀ ଦର୍ଶନକୁ ଚୀନରେ ପ୍ରୟୋଗ କଲାବେଳେ ଚୀନର ପ୍ରାଚୀନ ଇତିହାସ ଓ ଲୋକକଥା ବ୍ୟବହାର କରି ଚୀନର କୃଷକ ମାନଙ୍କୁ ବୁଝେଇଛନ୍ତି । ମାଓ ସେତୁଙ୍ଗ ନିଜ ସମୟର ରାଜନୈତିକ ସଂଗ୍ରାମକୁ ବୁଝେଇବା ପାଇଁ ପ୍ରାଚୀନ କାହାଣୀର ଅବତାରଣା କରିଛନ୍ତି ।
ଏ ସମ୍ପର୍କରେ ପରେ ବିଶଦ ଭାବରେ ଲେଖିବି ।
କାର୍ଲମାର୍କ୍ସ ତାଙ୍କର Capital ର ମୁଖବନ୍ଦରେ ଅତୀତର ଅନେକ ପ୍ରତୀକଙ୍କୁ ଉଲ୍ଲେଖ କରିଛନ୍ତି ।
ସେ ଲେଖିଛନ୍ତି- we suffer not only from the living ,but from the dead .
ଅର୍ଥାତ ଆମେ କେବଳ ଜୀବିତ ମାନଙ୍କ ଦ୍ୱାରା ନୁହେଁ, ମୃତ ମାନଙ୍କ ଦ୍ୱାରା ମଧ୍ୟ ପୀଡ଼ିତ ।
ସେ ଏଥିରେ ଜର୍ମାନୀ ଭଳି ଶିଳ୍ପୋନ୍ନତ ଦେଶଗୁଡିକ ଦ୍ୱୈତ ଯନ୍ତ୍ରଣାରେ ସମ୍ମୁଖୀନ ହେଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।
ମଧ୍ୟଯୁଗୀୟ ଫରାସୀ ଆଇନ ପ୍ରବାଦ ଉଲ୍ଲେଖ କରିଛନ୍ତି -ମୃତ ଜୀଵିତକୁ ଧରି ପକାଏ । ଏହାକୁ ଐତିହାସିକ ପ୍ରେତାତ୍ମା ପ୍ରତୀକ ଭାବରେ ବ୍ୟବହାର କରିଛନ୍ତି ।
ମାର୍କ୍ସ ଗ୍ରୀକର ପ୍ରତିଶୋଧ ଦେବୀ ଫିଉରିଜଙ୍କ ପ୍ରତୀକ ମଧ୍ୟ ପ୍ରୟୋଗ କରିଛନ୍ତି ।
ସେ ଲେଖାରେ Character of Mask ର ସଂଜ୍ଞା ନିରୂପଣ କରି ଲେଖିଛନ୍ତି – he explicitely states that he is turning real people into icons or symbols of system so he can study the laws of history rather than individual personalities.
ମାର୍କ୍ସ ବିପ୍ଳବକୁ ବର୍ଣ୍ଣନା କରିବା କୁ ଯାଇ ପ୍ରସବବେଦନା ଚିକିତ୍ସା ବିଜ୍ଞାନ ପ୍ରତୀକ ବ୍ୟବହାର କରିଛନ୍ତି । ସେ ଅତୀତକୁ ପିତାମାତା ଓ ଭବିଷ୍ୟତକୁ ଭ୍ରୁଣ ଭାବରେ ବର୍ଣ୍ଣନା କରି କହିଛନ୍ତି ଏହି ରୂପାନ୍ତର ଏକ ଅନିର୍ବାର୍ଯ୍ୟ ଜୈବିକ ଘଟଣା ।
କାର୍ଲ ମାର୍କ୍ସ ଗ୍ରୀକ ପୌରାଣିକ ପ୍ରତୀକ ପାର୍ସିଉସଙ୍କ ମ୍ୟାଜିକ ଟୋପି ଉପାଖ୍ୟାନକୁ ଉଲ୍ଲେଖ କରି ଯେଉଁମାନେ ଶିଳ୍ପର ବାସ୍ତବତାକୁ ଉପେକ୍ଷା କରିଥାନ୍ତି ସେମାନଙ୍କୁ ଉପହାସ କରିଛନ୍ତି ।
କାର୍ଲ ମାର୍କ୍ସ ଧର୍ମୀୟ ପୌରାଣିକ କାହାଣୀ Golden Calf ମଧ୍ୟ ଉଲ୍ଲେଖ କରିଛନ୍ତି ।ଏହା ପଣ୍ୟର ମୋହ ବର୍ଣ୍ଣନା କରିବା ପାଇଁ ଉଲ୍ଲେଖ କରିଛନ୍ତି ।
Marx treated three writers as ultimate authorities on the  human conditions under capitalism.
ଶେକସପିୟର ଦର୍ଶାଇଛନ୍ତି କିପରି ଅର୍ଥ ସତ୍ୟକୁ ଘୋଡେଇ ଦେଇଥାଏ । ମାର୍କ୍ସ Timon of Athens ଉଦ୍ଧୃତ କରି କହିଛନ୍ତି କିପରି money makes ugly beautiful and the wrong right .
ମାର୍କ୍ସ ଆଉ ଦୁଇଜଣ ଲେଖକ ଗୋୟେଥ ଓ ଦାନ୍ତେଙ୍କୁ ମଧ୍ୟ ଉଲ୍ଲେଖ କରିଛନ୍ତି ।
କାର୍ଲ ମାର୍କ୍ସ ପ୍ରାଚୀନ କାଳର ସର୍ବଶ୍ରେଷ୍ଠ ଚିନ୍ତାବିଦ ଭାବରେ ଆରିଷ୍ଟଟଲଙ୍କୁ ଉଲ୍ଲେଖ କରି ଲେଖିଛନ୍ତି ,ତାଙ୍କ ଭଳି ଏପରି ଜଣେ ପ୍ରତିଭାବାନ ବ୍ୟକ୍ତିର ମୂଲ୍ୟ ବୁଝି ପାରିଲେ ନାହିଁ, କାରଣ ଗ୍ରୀକ ସମାଜ ଦାସପ୍ରଥା ଉପରେ ନିର୍ମିତ ହେଇଥିଲା ।
ମାର୍କ୍ସ କଣ କମ୍ୟୁନିଷ୍ଟ ନଥିଲେ ? ତାହେଲେ କାହିଁକି ସେ ନିଜର ଦର୍ଶନ ଚର୍ଚ୍ଚାରେ ପ୍ରତ୍ୟେକ ଯୁଗର ପ୍ରତୀକଗୁଡିକୁ ସ୍ଥାନିତ କରିଥିଲେ ।

ଯେଉଁମାନେ ମାର୍କ୍ସବାଦର ମୂଳ କଥା ସମାଜକୁ ମଣିଷ ଦ୍ୱାରା ମଣିଷର ଶୋଷଣର ବିଲୋପ ପାଇଁ ଏକ ବୈଜ୍ଞାନିକ ଆଦର୍ଶ ହତିୟର ଭାବରେ ବ୍ୟବହାର କରୁଛନ୍ତି ସେମାନେ କଦାପି ଅତୀତର କୌଣସି ମନୀଷିଙ୍କ ମୂର୍ତ୍ତି ବା ପ୍ରତୀକକୁ ବିରୂପ କରି ନଥାନ୍ତି । ଯଦି କରୁଥାନ୍ତି ତାହେଲେ ସେମାନେ କେବଳ ମାର୍କବାଦ ନୁହେଁ,ଏପରି କି ମାନବତାବାଦୀ ଦର୍ଶନକୁ ବୁଝି ନଥାନ୍ତି ।
ମୂର୍ତ୍ତି ଭଙ୍ଗା ପ୍ରସଙ୍ଗରେ
ପୁଣି ଆଲୋଚନା କରିବି ।

Leave a Reply

Your email address will not be published. Required fields are marked *