ରୁଟଙ୍କ ଶତକ ବଳରେ ୩୯୩/୮ ଇଂଲଣ୍ଡର ପାଳି ଘୋଷିତ

ବର୍ମିଂହାମ୍‌: ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ବିଜେତା ହେବା ପରେ ଅଷ୍ଟ୍ରେଲିଆର ଆସେସ୍‌ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଏହି ଐତିହାସିକ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରିଥିଲା ବେଳେ ପ୍ରଥମ ଦିନରେ ୩୯୩/୮ ରେ ପାଳି ଘୋଷଣା କରିଛି। ଜୋ ରୁଟ୍‌ ୩୦ତମ ଶତକ ଅଜର୍ନ କରି ୧୧୮* ରନ୍‌ରେ ଅପରାଜିତ ରହିଥିଲେ। ୨୦୧୫ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପ୍ରଥମ…

Read More

ଅବସର ଘୋଷଣା କଲେ ଫୁଟବଲ୍ ତାରକା ସୁନୀଲ ଛେତ୍ରୀ   

ଭାରତୀୟ ଫୁଟବଲ ଦଳର ଷ୍ଟାର  ତଥା ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଫିଫା ବିଶ୍ୱକପ୍‌‌‌‌ ଯୋଗ୍ୟତା ପର୍ଯ୍ୟାୟରେ କୁଏତ୍‌‌ ବିପକ୍ଷ ମ୍ୟାଚ୍‌ ପରେ ଅନ୍ତର୍ଜାତୀୟ ଅନ୍ତର୍ଜାତୀୟ ଫୁଟବଲରୁ ସବୁଦିନ ପାଇଁ ବିଦାୟ ନେବେ ଛେତ୍ରୀ । ଅବସର ନେଇ ମେ’ ୧୬ରେ ଘୋଷଣା କରିଛନ୍ତି ଛେତ୍ରୀ । ସୂଚନା ଅନୁସାରେ ଫିଫା ବିଶ୍ୱକପ୍‌‌ ୨୦୨୬ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ ଜୁନ୍‌‌‌ ୬ରେ ଖେଳାଯିବ ଏହି ମ୍ୟାଚରେ ଖେଳିବେ ଛେତ୍ରୀ ।୩୯…

Read More

ହକି ଇଣ୍ଡିଆ ପ୍ରଶିକ୍ଷଣ ଶିବିରରେ ୪ ଓଡ଼ିଆଙ୍କୁ ସ୍ଥାନ

ଭୁ‌ବନେଶ୍ବର: ହକି ଇଣ୍ଡିଆ  ଜାତୀୟ ପ୍ରଶିକ୍ଷଣ ଶିବିର ଲାଗି ୩୯ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଯେଉଁଥିରେ ଓଡ଼ିଶାରୁ ୪ ଜଣଙ୍କୁ ସ୍ଥାନ ମିଳିଛି ।ସେଥିମଧ୍ୟରେ  ଅମିତ ରୋହିଦାସ, ନିଲମ ସଞ୍ଜୀପ ଖେସ, ଦୀପସାନ ତିର୍କି ଓ ଶିଳାନନ୍ଦ ଲାକ୍ରାଙ୍କୁ ସ୍ଥାନ ମିଳିଛି। ଅମିତ ରୋହିଦାସ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରହିଛନ୍ତି । ଏହି ଶିବିର ଆଜିଠୁ ଆରମ୍ଭ ହୋଇ ଜୁଲାଇ ୧୯ ପର୍ଯ୍ୟନ୍ତ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରରେ ଆୟୋଜିତ ହେବ। ଜୁଲାଇ ୨୫ରୁ…

Read More

ହ୍ୱାଟସ୍ ଆପ : ରୋଜଗାର ଦେଉଛି – ଛଡେଇ ବି ନେଉଛି, ଗ୍ରାମୀଣ ମହିଳାଙ୍କ ପାଇଁ  ଡିଜିଟାଲ ଦୁନିଆ କେମିତି ସଙ୍କଟ..

ଭୂବନେଶ୍ବର(ଐଶ୍ଵର୍ଯ୍ୟା ପରିଜା) : ଡିଜିଟାଲ ମୋଡରେ ଏବେ ସାରା ଦୁନିଆ । ଓଡ଼ିଶାର ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ମୋବାଇଲ୍ ଫୋନ୍ ଜୀବନରେଖା ପାଲଟିଛି । ମହିଳାଙ୍କ ପାଇଁ ଡିଜିଟାଲ ଦୁନିଆ କେତେବେଳେ ରୋଜଗାରର ମାଧ୍ୟମ ସାଜିଛି ତ ଆଉ କେତେବେଳେ ଭୟର ଉତ୍ସ ପାଲଟିଛି। ହ୍ୱାଟ୍ସଆପ୍ ମାଧ୍ୟମରେ ଛୋଟ ବ୍ୟବସାୟ ଚଳାଇବା ଠାରୁ ଆରମ୍ଭ କରି ସରକାରୀ ଯୋଜନାଗୁଡ଼ିକୁ ଅନଲାଇନରେ ପ୍ରବେଶ କରିବା ପର୍ଯ୍ୟନ୍ତ, ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ନୂତନ ସୁଯୋଗ ସୃଷ୍ଟି କରିଛି । କିନ୍ତୁ ସୁଯୋଗ…

Read More

PPF Invest: ଦୈନିକ ମାତ୍ର ୧୦୦ ଟଙ୍କା ସଂଚୟ କରି ଏହି ସରକାରୀ ଯୋଜନାରେ ପାଆନ୍ତୁ ୧୦ ଲକ୍ଷ

ଆଜିର ଦର ଦାମ୍ ବୃଦ୍ଧି ଯୁଗରେ, ସମସ୍ତେ ସେମାନଙ୍କର ରୋଜଗାରର କିଛି ସଞ୍ଚୟ କରିବାକୁ ଚାହୁଁଛନ୍ତି ଏବଂ ଏହାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହୁଁଛନ୍ତି ଯେଉଁଠାରେ ସେମାନେ କେବଳ ରିଟର୍ଣ୍ଣ ନୁହେଁ ବରଂ ସେମାନଙ୍କ ଟଙ୍କାକୁ ମଧ୍ୟ ସୁରକ୍ଷିତ ରଖି ପାରିବେ ।ଏହି ପରିପ୍ରେକ୍ଷୀରେ, ପିପିଏଫ୍ ସ୍କିମ୍ ବହୁତ ଲୋକପ୍ରିୟ ଏବଂ ୭ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ପାଇବା ବ୍ୟତୀତ ସରକାର ନିଜେ ଆପଣଙ୍କ ବିନିଯୋଗର ସୁରକ୍ଷା ନିଶ୍ଚିତ କରନ୍ତି ।ଯଦି ଆପଣ ହିସାବ କରିବେ,…

Read More

Ind vs Aus : ରୋହିତ ଗମ୍ଭୀରଙ୍କ ମଧ୍ୟରେ ସମନ୍ୱୟର ଅଭାବ କହିଲେ ଏହି ଖେଳାଳି

ବ୍ରିସବେନରେ ଖେଳାଯାଉଥିବା ଗବା ଟେଷ୍ଟରେ ଭାରତୀୟ ଦଳର ସମସ୍ୟା ବଢିବାରେ ଲାଗିଛି। ଟସ୍ ଜିତିବା ପରେ ପ୍ରଥମେ ବୋଲିଂର ନିଷ୍ପତି  କ୍ୟାପଟେନ ରୋହିତ ଶର୍ମାଙ୍କ ଭୁଲ ପ୍ରମାଣିତ ହୋଇଛି । ଷ୍ଟିଭ୍ ସ୍ମିଥ୍ ଏବଂ ଟ୍ରାଭିସ୍ ହେଡଙ୍କ ଧୁଆଁଧାର ବ୍ୟାଟିଂ ଆଧାରରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫  ରନ୍ ସଂଗ୍ରହ କରିବାରେ ସଫଳ ହେଇଛି । ଭାରତୀୟ ବୋଲର ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଏହି ମ୍ୟାଚରେ ପ୍ରଭାବ ପକାଇ ପାରିନାହଁନ୍ତି । ବୁମ୍ରା…

Read More

କାହା ମୁହଁ ଉପରେ ପରିସ୍ରା କରିବା ଅପରାଧ ନୁହେଁ ବୋଲି କହିଲେ ବ୍ରାହ୍ମଣ ସମାଜ ନେତା

ଭୋପାଳ : ଅସୁବିଧାରେ ପଡିଥିଲେ ସମାଜରେ କେହି କାହାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ହେଲେ ମଧ୍ୟପ୍ରଦେଶରେ ଓଲଟା ଘଟଣା ଘଟିଛି। ନିଜ ସମାଜର ଗୋଟିଏ ଲୋକ ଆଦିବାସୀ ଯୁବକ ଉପରେ ଅମାନବୀୟ ଭାବେ ପରିସ୍ରା କରି ଜେଲ୍ ଯିବା ପରେ ତା ସହିତ ସ୍ଥାନୀୟ ବ୍ରାହ୍ମଣ ସମାଜ ଛିଡା ହୋଇଛି। ବେଆଇନ ଭାବେ ନିର୍ମାଣ ହୋଇଥିବା ତା ଘରକୁ ପ୍ରଶାସନ ଭାଙ୍ଗିଦେବା ପରେ ସେହି ଘରକୁ ତୋଳିବା ପାଇଁ ସମାଜ ପକ୍ଷରୁ ଅର୍ଥ ଆଦାୟ କରାଯାଇଛି। …

Read More

ପ୍ରଧାନମନ୍ତ୍ରୀ ପଦକୁ କଂଗ୍ରେସର ନାଁ ; ସମ୍ବିଧାନ ସୁରକ୍ଷାକୁ ପ୍ରାଥମିକତା

ବାଙ୍ଗାଲୁର ; କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ଚାହେଁ ନାହିଁ। କଂଗ୍ରେସ କ୍ଷମତା ମଧ୍ୟ ଚାହେଁ ନାହିଁ। ବିରୋଧୀ ଏକତା ସହ ସମ୍ବିଧାନକୁ ବଞ୍ଚାଇବା ମୂଳଲକ୍ଷ୍ୟ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଦେଶ ପ୍ରଥମେ ସୁରକ୍ଷିତ ରହିବା ଦରକାର। ଦେଶ ସୁରକ୍ଷିତ ରହିଲେ ସମସ୍ତେ ସୁରକ୍ଷିତ ରହିବେ। ଏଥିପାଇଁ ସମ୍ବିଧାନ ସୁରକ୍ଷିତ ରହିବା ଆବଶ୍ୟକ ଆମେ ସେ ଦିଗରେ କାର୍ଯ୍ଯ କରିବା ଦିଗରେ ଶ୍ରୀ ଖଡଗେ କହିଛନ୍ତି। କର୍ଣ୍ଣାଟକର ବେଙ୍ଗଲୁରୁ ଠାରେ ଆୟୋଜିତ ମିଳିତ…

Read More

ରାମ ମନ୍ଦିର ଦର୍ଶନ ପାଇଁ ରେଳବାଇ ପକ୍ଷରୁ ବଡ଼ ପ୍ରସ୍ତୁତି , ଏହି ସବୁ ସହରରୁ ଚାଲିବ ୧୦୦୦ରୁ ଅଧିକ ଟ୍ରେନ୍ ଜାଣନ୍ତୁ …

ନୂଆଦିଲ୍ଲୀ ; ରାମ ମନ୍ଦିର ଖୋଲିବା ପରେ ଯାତ୍ରୀମାନଙ୍କ ଦର୍ଶନ ପାଇଁ ଯିବା ଆସିବାରେ ଯେମିତି କୌଣସି ଅସୁବିଧା ନହୁଏ । ଏଥିପାଇଁ ରେଳବାଇ ପକ୍ଷରୁ ବଡ଼ ପ୍ରସ୍ତୁତି କରାଯାଇଛି। ଦେଶର ବିଭିନ୍ନ ସହରରୁ ଅଯୋଧ୍ୟା ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ଯୋଜନା କରିଛି ଭାରତୀୟ ରେଳବାଇ। ରାମ ମନ୍ଦିର ଉଦଘାଟନର ମାତ୍ର କିଛି ଦିନ ପୂର୍ବରୁ ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହେବ, ଯାହାଦ୍ୱାରା ଯାତ୍ରୀମାନେ ଆରାମରେ ଅଯୋଧ୍ୟା ଯାତ୍ରା କରିପାରିବେ ।…

Read More

ନବୀନ ନିବାସରେ ବିଜେପି ନେତା…

ଭୁବନେଶ୍ବର; ଆସନ୍ତାକାଲି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ (ଆଜି) ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନବୀନ ନିବାସ ଯାଇ ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।

Read More