ଭାରତ ପ୍ରତି ଆମେରିକା କଟକଣା ପାଇଁ ପ୍ରସ୍ତୁତ ରହିବା ଉଚିତ…. କାହିଁକି ଏପରି କହିଲେ କୁପର

ନୂଆଦିଲ୍ଲୀ : ଧାର୍ମିକ ଭେଦଭାବ ପ୍ରସଙ୍ଗରେ ପୁଣି ବିଶ୍ୱ ଦରବାରରେ ଭାରତକୁ ଲଜ୍ଜିତ ହେବାକୁ ପଡିଛି। ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (ୟୁଏସସିଆଇଆରଏଫ)ର ମୁଖ୍ୟ ରାବି ଆବ୍ରାହମ କୁପର ଏହି ପ୍ରସଙ୍ଗରେ ଅତି ସମ୍ବେଦନଶୀଳ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏପରିକି ଭାରତକୁ ଆଫଗାନିସ୍ତାନ ଓ ସିରିଆ ଭଳି ଦେଶ ସହ ତୁଳନା କରିଛନ୍ତି।କୁପର ଦାବି କରିଛନ୍ତି ଯେ, ସମଗ୍ର ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ଧାର୍ମିକ ଭେଦଭାବ ଭୟଙ୍କର ସ୍ତରରେ ପହଞ୍ଚିଛି। ଯଦି ଭାରତରେ ସାମ୍ପ୍ରତିକ…

Read More

ପ୍ରଥମ ଥର ପାଇଁ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ୱର : ଆଜି (ଗୁରୁବାର)ବଲାଙ୍ଗୀର ଟିଟିଲାଗଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସେଠି ପହଞ୍ଚିବା ପରେ ରାସ୍ତାର ଦୁଇ ପଟରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହାସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିଟିଲାଗଡ ଉପଜିଲ୍ଲପାଳ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ନବୀନ। ଏହି ସମୟରେ ଭିକେ ପାଣ୍ଡିଆନ, ଅନଙ୍ଗ…

Read More

ଆସନ୍ତୁ ଜାଣିବା ଜ୍ଞାନଜ୍ୟୋତି ତଥା ରାଷ୍ଟ୍ରପିତା ଜ୍ୟୋତିବାରାଓ ଫୁଲେଙ୍କୁ

ଭୁବନେଶ୍ୱର :(ଅଭିରାମ ମଲ୍ଲିକ)-ସମୟ ଥିଲା ୧୮୪୮ ମସିହା । ଜଣେ ବନ୍ଧୁଙ୍କ ବିବାହରେ ବରଯାତ୍ରୀ ଦଳରେ ଯୋଗ ଦେବାକୁ ଯାଇଥିଲେ ଶିକ୍ଷିତ ସୌମ୍ୟ ୨୧ ବର୍ଷର ଯୁବକ ଜ୍ୟୋତିରାଓ। ହେଲେ ସେ ଏହି ଶୋଭାଯାତ୍ରାରେ ସାମିଲ ହେବାକୁ କେହି ଗ୍ରହଣ କଲେ ନାହିଁ। ବରଂ ବରର ପିତା ମାତା ବନ୍ଧୁ ପରିଜନ ତାଙ୍କୁ ଅପମାନ ଓ ଲାଞ୍ଛନା ଦେଇ ଏହି କାର୍ଯ୍ୟକ୍ରମରୁ ତୁରନ୍ତ ବାହାରି ଯିବାକୁ ନିର୍ଦ୍ଦେଶ ଦେଲେ । କାହିଁକି ଏପରି ହେଲା ? କାରଣ…

Read More

ବରୀ ରାଜନୀତି ଚଳଚଞ୍ଚଳ : କେଉଁ ଦଳରୁ କିଏ ହେବ ପ୍ରାର୍ଥୀ…..ସଭିଏଁ ହେଉଛନ୍ତି ବାଉଳା…..

ଯାଜପୁର : ଯାଜପୁର ଜିଲ୍ଲାର ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ନେଇ ଅନିଶ୍ଚିତା ଜାରି ରହିଛି। ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଆଲୋଚନା ଆରମ୍ଭ ହୋଇ ଗଲାଣି। ଶାସକ ବିଜେଡି, ବିରୋଧି ବିଜେପି ଏବଂ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ମାତ୍ର ଶାସକ ଦଳ ବିଜେଡି ଆରମ୍ଭରୁ ଏହି ଆସନରେ ଲଗାତର ବିଜୟୀ ହୋଇ ଆସୁଛି। ତେଣୁ ବିଜେଡି ଟିକେଟ୍…

Read More

ଅଷ୍ଟ୍ରିଆରେ ମୋଦିଙ୍କୁ ଭବ୍ୟ ସ୍ଵାଗତ,୪୦ ବର୍ଷ ପରେ ଭାରତ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ ପରେ ଏବେ ଏବେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ତେବେ ଅଷ୍ଟ୍ରିଆକୁ ଦୀର୍ଘ ୪୦ ବର୍ଷ ପରେ ଏହା ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ସେଠାରେ ଯାଇ ମୋଦୀ ଅଷ୍ଟ୍ରିଆ ଚାନ୍‌ସେଲର୍‌ଙ୍କୁ ଭେଟିଛନ୍ତି। ମୋଦୀ ସେଠାରେ ପହଞ୍ଚିବା ପରେ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଥିବା ବନ୍ଧୁତା ଆହୁରି ଦୃଢ଼ ହେବ। ଦୁଇ ଦିନିଆ ରୁଷ୍‌ ଗସ୍ତ ପରେ ସେ ଭିଏନା ବିମାନ ବନ୍ଦରରେ ପହଞ୍ଚିବା ପରେ…

Read More

କାହା ଭାଷଣକୁ ଅଧିକ ଲୋକ ଦେଖିଛନ୍ତି…. ମୋଦି ନା ରାହୁଲ…

ନୂଆଦିଲ୍ଲୀ : ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସ୍ପଷ୍ଟୀକରଣ ପାଇବା ପାଇଁ ଅବିଶ୍ୱାସ ପ୍ରସ୍ତାବ ରଖାଯାଇଥିଲା। ଏହି ପ୍ରସଙ୍ଗରେ ସଂସଦର ଲୋକସଭାରେ ତିନି ଦିନ ଧରି ଆଲୋଚନା ହେଲା। ପ୍ରଥମ ଦିନ ଗୌରବ ଗୋଗେଇ ଆଲୋଚନା ଆରମ୍ଭ କରିଥିବା ବେଳେ ଦ୍ୱିତୀୟ ଦିନ ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ। ତୃତୀୟ ଦିନ ଟିଏମସିର ମହୁଆ ମୈତ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବକ୍ତବ୍ୟ ରଖିଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ…

Read More

ଆସନ୍ତାକାଲିଠୁ ବଢିବ ରାଜ୍ୟରେ ଶୀତ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଓଡିଶାରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ସାଙ୍ଗକୁ କୋହଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ଅନୁଯାୟୀ, ଉତ୍ତରା ପବନ ପ୍ରବାହିତ ହେଉ ନ ଥିବାରୁ ଶୀତ ଲହର ରାଜ୍ୟରେ ସ୍ଥିର ହୋଇନାହିଁ।  ଯଦିଓ ଶୀତଦିନ ଆରମ୍ଭ…

Read More

ରାଜ୍ୟରେ ବହୁଳ ଭାବେ ପ୍ରତିଷ୍ଠା ହେବ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ  ବୁଧବାର ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସାରା ରାଜ୍ୟରେ ଚେସକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିଜନିସ୍-ଓଜୋଲା ଚେସକୁ  ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ଅନେକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।…

Read More

ଦଶମ ଦିନରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ..ମୟୂରଭଞ୍ଜ, ସମ୍ବଲପୁର ଓ ମାଲକାନଗିରିର ପ୍ରତି ପଞ୍ଚାୟତ ସାମିଲ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି।   ଏହି କାର୍ଯ୍ୟକ୍ରମର ଫୋକସ୍‌ ରହିଛି ପ୍ରତିଟି  ପଞ୍ଚାୟତ ଓ   ପ୍ରତି ଗାଁ ।  ଆଜି  ରାଜଧାନୀ ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।   ଏଥିପାଇଁ…

Read More

ହ୍ୱାଟସ୍ ଆପ : ରୋଜଗାର ଦେଉଛି – ଛଡେଇ ବି ନେଉଛି, ଗ୍ରାମୀଣ ମହିଳାଙ୍କ ପାଇଁ  ଡିଜିଟାଲ ଦୁନିଆ କେମିତି ସଙ୍କଟ..

ଭୂବନେଶ୍ବର(ଐଶ୍ଵର୍ଯ୍ୟା ପରିଜା) : ଡିଜିଟାଲ ମୋଡରେ ଏବେ ସାରା ଦୁନିଆ । ଓଡ଼ିଶାର ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ମୋବାଇଲ୍ ଫୋନ୍ ଜୀବନରେଖା ପାଲଟିଛି । ମହିଳାଙ୍କ ପାଇଁ ଡିଜିଟାଲ ଦୁନିଆ କେତେବେଳେ ରୋଜଗାରର ମାଧ୍ୟମ ସାଜିଛି ତ ଆଉ କେତେବେଳେ ଭୟର ଉତ୍ସ ପାଲଟିଛି। ହ୍ୱାଟ୍ସଆପ୍ ମାଧ୍ୟମରେ ଛୋଟ ବ୍ୟବସାୟ ଚଳାଇବା ଠାରୁ ଆରମ୍ଭ କରି ସରକାରୀ ଯୋଜନାଗୁଡ଼ିକୁ ଅନଲାଇନରେ ପ୍ରବେଶ କରିବା ପର୍ଯ୍ୟନ୍ତ, ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ନୂତନ ସୁଯୋଗ ସୃଷ୍ଟି କରିଛି । କିନ୍ତୁ ସୁଯୋଗ…

Read More