ଆଗକୁ ମହଙ୍ଗା ହୋଇପାରେ ଖାଇବା ତେଲ ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ : ଆଗକୁ ଦେଶରେ ଖାଇବା ତେଲ ମହଙ୍ଗା ହୋଇପାରେ। ଖାଇବା ତେଲର ଆମଦାନୀ ଉପରେ କେନ୍ଦ୍ର ସରକାର ଶୁଳ୍କ ବୃଦ୍ଧି କରିବାର ଆଶଙ୍କା କରାଯାଉଛି ଯଦି ଏମିତି ହୁଏ ତାହେଲେ ଅଲିଭ୍‌, ସୂର୍ଯ୍ୟମୁଖୀ ଓ ସୋରିଷ ଆଦି ତେଲର ଦର ବୃଦ୍ଧି ପାଇବ। ଭାରତରେ ଚାଷୀମାନେ ତୈଳବୀଜଗୁଡ଼ିକର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। ଯଦି ଏହା ହୁଏ ତେବେ ଘରୋଇ ବଜାରରେ ଖାଇବା ତେଲର ମୂଲ୍ୟ…

Read More

ବାହାନାଗା ଦୁର୍ଘଟଣା : ଶବ ପାହାଡ଼, ବଞ୍ଚିବାର ଚିତ୍କାର ଓ ୩ଟି ଅନୋଲୋଚିତ ଦିଗ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାରେ ରେଳ ଦୁର୍ଘଟଣାକୁ ଇତି ମଧ୍ୟରେ 5 ଦିନ ବିତିଗଲାଣି। ଏହା ମଧ୍ୟରେ କାହାର ପରିବାର ଉଜୁଡିଯାଇଛି ତ କାହାରି ଖୋଜ ଖବର ମିଳୁନି। କିଏ ଜୀବନ ବଞ୍ଚାଇବାକୁ ଏବେ ବି ସଂଘର୍ଷ କରୁଛି ତ କିଏ ସାହାର ଖୋଜୁଛି। ଏସବୁ ମଧ୍ୟରେ 3ଟି ପ୍ରସଙ୍ଗ ସମ୍ବେଦନଶୀଳ ବ୍ୟକ୍ତିମାନେ ବହୁତ ସମାଲୋଚନା କରିଛନ୍ତି। ଏହି 3ଟି ପ୍ରସଙ୍ଗ ହେଉଛି- ଦୁର୍ଘଟଣା ପରଦିନ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକରେ ଭୁବନେଶ୍ୱର-ସିଙ୍ଗାପୁର ବିମାନ ଉଡାଣର…

Read More

ଦ୍ୱାଦଶ ଦିନରେ  ଆମ ଓଡ଼ିଶା ନବୀନ ଓଡ଼ିଶା, ସାମିଲ ହେଲା ସୁନ୍ଦରଗଡ଼, ଢେଙ୍କାନାଳ ଓ ବୌଦ୍ଧ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ…

Read More

ବ୍ଲକସ୍ତରରୁ ୯ ଦଫା ଦାବି ନେଇ ଆନ୍ଦୋଳନ ଆରମ୍ଭ କରିବ କଂଗ୍ରେସ

ଭୁବନେଶ୍ୱର:  ଆସନ୍ତା କାଲିଠାରୁ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୧୪ ବ୍ଲକ ଘେରାଉ କରାଯିବ। କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ୩୦ ଜିଲ୍ଲାର ୩୧୪ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ।  ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ବ୍ଲକସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାରକୁ ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କରିବା…

Read More

ରାଜ୍ୟ ସରକାର ଦେବେ ଫସଲ ବୀମା ପ୍ରିମିୟମ୍ ରାଶି

ଭୁବନେଶ୍ୱର:  ଏଣିକି ଓଡ଼ିଆ ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଚଳିତ ବର୍ଷ ଠାରୁ  ଖୋଦ୍ ଓଡ଼ିଶା ସରକାର ବହନ କରିବେ । ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ  ସୋମବାର ଏହି ସୂଚନା ପ୍ରଦାନ କରିଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ  ବିଭାଗର ସମୀକ୍ଷା କରିବାପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ଏହି ସୂଚନା ଦେଇଛନ୍ତି।  ଶ୍ରୀ ନାୟକ କହିଥିଲେ ଯେ,  ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବାପାଇଁ…

Read More

LIC Policy ; ଶୀଘ୍ର କରନ୍ତୁ ଏଲଆଇସିର ଏହି ଏକକ ପ୍ରିମିୟମ ଯୋଜନା ନହେଲେ ସରିଯିବ ସମୟ …

ଭାରତୀୟ ଜୀବନ ବୀମା ନିଗମ ବିଭିନ୍ନ ସମୟରେ ଅନେକ ପ୍ରକାରର ସ୍କିମ୍ ଆରମ୍ଭ କରିଥାଏ, ଯାହା ମାଧ୍ୟମରେ ଦେଶର ବିଭିନ୍ନ ବର୍ଗର ଲୋକମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପଲିସି କିଣିପାରିବେ । ଏଲଆସିର ଏଭଳି ଏକ ଯୋଜନା ରହିଛି ଯାହାର ନାମ  ଏଲଆଇସି ଧନ ସମୃଦ୍ଧି ଯୋଜନା ଅଟେ । ଏହା ହେଉଛି ଏକକ ପ୍ରିମିୟମ୍ ପ୍ଲାନ୍, ଯାହା ୨୦୨୩ ସେପ୍ଟେମ୍ବର ୩୦ରେ ଶେଷ ହେବ। ଏଲଆଇସି ଏହାର ଅଫିସିଆଲ ଏକ୍ସ (ଟ୍ୱିଟର) ହ୍ୟାଣ୍ଡେଲରେ ଏ ସମ୍ପର୍କରେ…

Read More

ମାଗଣାରେ ଜିଓ ଦେବ ୱାଇଫାଇ ସେବା

ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କମ୍ପାନୀ ନିଜ ନିଜର ୟୁଜର ମାନଙ୍କ ପାଇଁ ଅଫର୍ ଆଣିଥାନ୍ତି। ସେହିପରି ଜିଓ ମଧ୍ୟ ତାର ଗ୍ରାହକ ମାନଙ୍କ ପାଇଁ ଦଏକ ନୂତନ ଅଫର ଲଂଚ କରିଛି। ବର୍ତ୍ତମାନ ଜିଓ ବ୍ୟବହାରକାରୀଙ୍କୁ ମାଗଣାରେ ୱାଇଫାଇ ବ୍ୟବହାର କରିବାର ସୁଯୋଗ ମିଳିବ ବୋଲି ଶୁଣିବାକୁ ମିଳୁଛି। ଆପଣ ମଧ୍ୟ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ! ତେଣୁ ଏହି ସ୍କିମ୍ କମ୍ପାନି ଦ୍ୱାରା ଏକ ଅଫର୍ ଅଧୀନରେ ଅଣାଯାଇଛି ଏବଂ କେବଳ…

Read More

Jio ଆଣିଛି ୧୧ ମାସର ବୈଧତା ଥିବା ଶସ୍ତା ପ୍ଲାନ, ଜାଣନ୍ତୁ ଏହାର ଦାମ

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଦେଶର ଏକ ଲୋକପ୍ରିୟ ଟେଲିକମ୍ କମ୍ପାନୀ ଅଟେ ଦେଶର କୋଟି କୋଟି ଉପଭୋକ୍ତା ରିଲାଏନ୍ସ ଜିଓ ସହିତ ଜଡ଼ିତ । ଜିଓ ପାଖରେ ତାର ଗ୍ରାହକଙ୍କ ପାଇଁ ଅନେକ ପ୍ରକାରର ଯୋଜନା ଉପଲବ୍ଧ ରହିଛି । ସମସ୍ତ ପ୍ରକାର ଶସ୍ତା ଏବଂ ମହଙ୍ଗା ପ୍ଲାନ ଜିଓ ପାଖରେ ଉପଲବ୍ଧ । ତେବେ ଜୁଲାଇରେ ଜିଓ ଏହାର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲା। ଏହା ସତ୍ତ୍ବେ କୋଟି କୋଟି ଉପଭୋକ୍ତା ତଥାପି…

Read More

ଭିନ୍ନକ୍ଷମ କମିସନରଙ୍କୁ ନିଯୁକ୍ତ କରିବା ଭୁଲି ଗଲେ କି ରାଜ୍ୟ ସରକାର!

ଭୁବନେଶ୍ୱର : ଓଡ଼ିଆଙ୍କ ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ। ତାଙ୍କ ରୂପ ସମସ୍ତ ଦେବାଦେବୀଙ୍କ ଠାରୁ ଭିନ୍ନ। ସମସ୍ତେ ତାଙ୍କୁ ନିଜ ସହ ଯୋଡି ପାରନ୍ତି। ସାଧାରଣ ମଣିଷଟିଏ ହେଉ କି ଦିବ୍ୟାଙ୍ଗ। ସେ ନିଜ ଭିତରେ ଜଗନ୍ନାଥ ଖୋଜେ ଏବଂ ଶ୍ରୀଜଗନ୍ନାଥଙ୍କ ଭିତରେ ନିଜକୁ ହଜାଇ ଦିଏ। ତାଙ୍କ ଦୁଆରରେ ସମସ୍ତେ ସମାନ। ତାଙ୍କ ମନ୍ଦିରର ସୁରକ୍ଷା ଏବଂ ଉନ୍ନୟନ ପାଇଁ ରାଜ୍ୟ ସରକାର କେତେ କଣ କରୁଛନ୍ତି। ହେଲେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରାଜ୍ୟ ଦିବ୍ୟାଙ୍ଗ ସମାଜ…

Read More

ଆଗୁଆ ନିର୍ବାଚନ : ରାଜଭବନକୁ ପରାମର୍ଶ ମାଗିଲେ ଓଡ଼ିଶା ସରକାର Exclusive …

ଭୁବନେଶ୍ୱର : ୨୦୦୪ ମସିହାରେ ଓଡ଼ିଶା ବିଧାନସଭା ଭଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ସହ ବିଧାନସଭା ନିର୍ବାଚନ ପାଇଁ ସୁପାରିଶ କରିଥିଲେ। ଧାର୍ଯ୍ୟ ସମୟର ପ୍ରାୟ ବର୍ଷକ ପୂର୍ବରୁ ଏହି ନିଷ୍ପତ୍ତି ନେଇଥିଲେ। ସେତେବେଳେ ବିଜେଡିର ବିଜେପି ସହ ମେଣ୍ଟ ମଧ୍ୟ ରହିଥିଲା। ପୂର୍ବାପେକ୍ଷା ଆସନ ମେଣ୍ଟ କିଛି ଆସନ ହରାଇଥିଲା। ହେଲେ ଦ୍ୱିତୀୟ ଥର ସରକାର ଗଢିବାରେ ସଫଳ ହୋଇଥିଲା। ତେଣୁ ସେ ସମୟରେ ବିଧାନସଭା ଭଙ୍ଗ କରିବା ପରିପ୍ରେକ୍ଷୀରେ କଣ ସବୁ…

Read More