ଦଳ ଛାଡି ବିଜେଡ଼ିକୁ ଝଟକା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ …

 ଭୁବନେଶ୍ଵର: ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଏ ନେଇ ସେ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଧାୟକ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ମଧ୍ୟ ସିମୁଳିଆ ଓ ଖଇରାବାସୀଙ୍କ ସେବା କରିବି ବୋଲି କହିଛନ୍ତି…

Read More

ସୁନୀଲ ଖେଳିବେ ଆଜି ଅନ୍ତିମ ମ୍ୟାଚ୍…

କୋଲ୍‌କାତା: ସୁନୀଲ ଛେତ୍ରି ଆଜି ଖେଳିବେ ଜୀବନର ଅନ୍ତିମ ମ୍ୟାଚ୍। କୋଲ୍‌କାତାସ୍ଥିତ ସଲ୍ଟଲେକ୍‌ ଷ୍ଟାଡିୟମ୍‌ରେ ଫିଫା ବିଶ୍ବକପ୍‌ କ୍ବାଲିଫାୟର୍ସ ରାଉଣ୍ଡ-୨ର ମ୍ୟାଚ୍‌ରେ ଭାରତ କୁଏତକୁ ଭେଟିବ। ଗତ ମାସରେ ଛେତ୍ରୀ ଏହି ମ୍ୟାଚ୍‌ ପରେ ଅବସର ନେବାର ଘୋଷଣା କରିଥିଲେ। ତେଣୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟ ସହ ଛେତ୍ରୀଙ୍କୁ ବିଜୟ ଉପହାର ସହିତ ‌ବିଦାୟୀ ସମ୍ବର୍ଦ୍ଧନା ଦେବା ଲକ୍ଷ୍ୟରେ ରହିଛି ଭାରତ। ଅନ୍ୟପକ୍ଷରେ ରାଉଣ୍ଡ-୩ରେ ଖେଳିବା ଅଶା ଉଜ୍ଜୀବିତ ଲାଗି ଦଳ…

Read More

ଅସହ୍ୟ ଖରାକୁ ଗୁଳୁଗୁଳିିରେ ଅସ୍ତ ବ୍ୟସ୍ତ ସାରା ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରଷ୍ମପ୍ରବାହ ଓ ଗିଳୁଗୁଳି । ତାପମାତ୍ରା ଉପର ମୁହାଁ ହୋଇଥିବା ବେଳେ ଉପକୂଳରେ ରହୁଥିବା ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି କଲବଲ ହେଉଛି ସାରା ରାଜ୍ୟ । ଅନ୍ୟପଟେ ୨ ଦିନ ହେବ ଏଭଳି ସମସ୍ୟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତକାଲି ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ କିଛିକାଂଶରେ ଆଶ୍ୱସ୍ତି ଆଣିଛି। ଯଦିଓ ସନ୍ଧ୍ୟାରେ ବର୍ଷା ଯୋଗୁଁ ଗୁଳୁଗୁଳି କମିଛି, ହେଲେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ…

Read More

ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି ଏବଂ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଦ୍ବାରା ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରିବା ପାଇଁ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସ୍ଥାପନ …

ସୋନିପତ, ୨୦ ମାର୍ଚ୍ଚ, ୨୦୨୪: ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛି। ଏହି କାର୍ଯ୍ୟକ୍ରମରେ ଜେଜିୟୁର ୭୩୬୮ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ଯାହାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ସଂସ୍ଥାର ଅଧିକାରୀମାନେ ଅନୁମୋଦନ କରିଥିଲେ। ଏହି ନିଆରା ଅବସରରେ ଜେଜିୟୁର ସମସ୍ତ ବିଦ୍ୟାଳୟ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ, କର୍ମଚାରୀ, ଅଧ୍ୟାପକ…

Read More

ବାପା ଚାହୁଁଥିଲେ ପୁଅ ହେଉ ସୈନିକ କିନ୍ତୁ ପୁଅ ହୋଇଗଲା କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି…

ଜାନୁଆରୀ ୨୫ ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତ ଦଳ ଘୋଷଣା କରିଛି । ଶାର୍ଦୁଲ, ଶାମି, ଇଶାନଙ୍କୁ ଦଳ ବାହାରେ ରଖିଥିବା ବେଳେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଧ୍ରୁଭ ଜୁରେଲଙ୍କ ଉପରେ ଦଳ ଦେଖାଇଛି ଭରସା | ଘରୋଇ ମ୍ୟାଚ୍‌ରେ ଧ୍ରୁବଙ୍କ ଭଲ ରେକର୍ଡ ରହିଛି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି | ୨୩ ବର୍ଷିୟ ଏହି ଖେଳାଳି…

Read More

ଲୋକସେବା ଭବନରେ ଖୋଲିବ ଶିଶୁ ଯତ୍ନ ପ୍ରକୋଷ୍ଠ

ଭୁବନେଶ୍ୱର,୧୮/୪(ବ୍ୟୁରୋ ): ଓଡ଼ିଶା ପ୍ରଶାସନିକ ମୁଖ୍ୟାଳୟ ତଥା ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ସୁବିଧା ପାଇଁ ସରକାର ଲୋକସେବା ଭବନ ପରିସରରେ ଏକ କ୍ରେଚ୍(ଶିଶୁ ଯତ୍ନ ପ୍ରକୋଷ୍ଠ) ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଏହାକୁ କାର୍ଯ୍ୟକ୍ଷମ କରାଯିବ l କ୍ରେଚ ସୁବିଧା ଚାହୁଁଥିବା ଅଭିଭାବକ ୨ହଜାର ଟଙ୍କା ପଞ୍ଜିକରଣ ଫି(ଥରେ) ଓ ମାସିକ ୧୫୦୦ଟଙ୍କା ଦେଇ କର୍ମଚାରୀମାନେ ନିଜର ୬ମାସରୁ ୬ବର୍ଷ ବୟସର ପିଲାମାନଙ୍କୁ ଏହି କ୍ରେଚରେ ରଖିପାରିବେ । ଏହାର ସମୟ ସକାଳ…

Read More

ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍‌ 

ଭୁବନେଶ୍ୱର : ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍‌  । ଏନେଇ ଆଜି ବିଧାନସଭାରେ କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଓଡିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ । ଚୋରା ମଦ କାରବାର ଉପରେ ରୋକ ମଧ୍ୟ ଲଗିଆ ଯିବ।

Read More

ଗିଲଙ୍କ ଖରାପ ପ୍ରଦର୍ଶନ ଜାରି , ଟିମ୍ ଇଣ୍ଡିଆରୁ ବାଦ୍ ପଡିବା ସୁନିଶ୍ଚିତ

ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କ ଖରାପ ଫର୍ମ ଅବ୍ୟାହତ ରହିଛି । ସେ ଇଂଲଣ୍ଡ ବିପକ୍ଷରେ ବିଶାଖାପାଟନମ୍ ଟେଷ୍ଟର ପ୍ରଥମ ଇନିଂସରେ ୩୪ ରନ୍ କରି ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଛନ୍ତି । ବାସ୍ତବରେ ପରିସଂଖ୍ୟାନ ଦର୍ଶାଉଛି ଯେ, ଶୁବମାନ ଗିଲ ଟେଷ୍ଟ ଫର୍ମାଟରେ କ୍ରମାଗତ ଭାବରେ ସଂଘର୍ଷ କରୁଛନ୍ତି। ଏହାପୂର୍ବରୁ ହାଇଦ୍ରାବାଦ ଟେଷ୍ଟରେ ଶୁଭମନ ଗିଲ ତାଙ୍କ ବ୍ୟାଟିଂକୁ ନେଇ ନିରାଶ ହୋଇଥିଲେ। ବର୍ତ୍ତମାନ ସମାଲୋଚକମାନେ ବିଶ୍ୱାସ କରୁଛନ୍ତି ଯେ ଶୁବମାନ ଗିଲ…

Read More

ନିଜ ପ୍ରିୟ ସାଙ୍ଗଙ୍କୁ ଦେଇପାରିବେନି ପାସ୍ୱାର୍ଡ

ନୂଆଦିଲ୍ଲୀ : ଥରେ ମନେ ପକାନ୍ତୁ ପ୍ରାୟ ଦୁଇ କିମ୍ବା ଅଢେଇ ବର୍ଷ ତଳର କଥା। କରୋନା ମହାମାରୀ ସମୟରେ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ଚଳଚ୍ଚିତ୍ର ଏବଂ ଓ୍ୱେବ ସିରିଜ୍ ଦେଖା। ଗୋଟିଏ ସାଙ୍ଗ ସବସ୍କ୍ରିନସନ୍ ନେଇଥିଲେ। ଏକାଧିକ ସାଙ୍ଗ ସେହି ସବସ୍କ୍ରିନସନ୍ ନେଇ ସିନେମା ଓ ସିରିଜ୍ ଦେଖିଥାଆନ୍ତି। ମାତ୍ର ଏବେ ଆଉ ସେମିତି ହୋଇପାରିବ ନାହିଁ।  ଭାରତରେ ଆଜିଠାରୁ ପାସ୍ୱାର୍ଡ ସେୟାରିଂ ଉପରେ ରୋକ ଲଗାଯାଇଛି। ଏବେ ଭାରତୀୟ ନେଟ୍ରଫ୍ଲିକ୍ସ ୟୁଜର ସେମାନଙ୍କ ପ୍ରିୟ…

Read More

ଅର୍ଶଦ ନଦୀମ ସ୍ବର୍ଣ୍ଣ ପଦକ ଜିତିବା ପରେ ଏମିତି କିଛି କହିଲେ ନୀରଜଙ୍କ ମା…

ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି । କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି ଚୋପ୍ରା। ସ୍ବାଧୀନତା ପରେ ଦୌଡ କୁଦ ପ୍ରତିଯୋଗିତାରେ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି ନୀରଜ। ତେବେ ତାଙ୍କ ବିପକ୍ଷରେ ଖେଳି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପାକିସ୍ତାନର ଅର୍ଶଦ ନଦୀମ। ସେ  ଅଲିମ୍ପିକ୍ ରେକର୍ଡ (୯୨.୯୭ ମିଟର) ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ। ।ତେବେ ନୀରଜ ସ୍ବର୍ଣ୍ଣ ପଦକ ନପାଇ…

Read More