Headlines

ବିଗ୍‌ ବଜାର କିଣିବା ଦୌଡ଼ରେ ୪୯ କଂପାନି: ଅମ୍ବାନି, ଆଦାନିଙ୍କ କଂପାନି ବି ସାମିଲ

ନୂଆଦିଲ୍ଲୀ: ରିଟେଲ୍‌ ଜଗତରେ ବିପ୍ଳବ ଆଣିଥିବା ବିଗ୍‌ ବଜାର ବିକ୍ରି ହେବାକୁ ଯାଉଛି। ଋଣ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଦେବାଳିଆ ହୋଇପଡ଼ିଥିବା ଏହି ସଂସ୍ଥାକୁ କିଣିବା ଲାଗି ୪୯ଟି ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ସେହି ତାଲିକାରେ ମୁକେଶ ଅମ୍ବାନି ଓ ଗୌତମ ଆଦାନିଙ୍କ ଅଧୀନରେ ପରିଚାଳିତ ହେଉଥିବା ସଂସ୍ଥା ନାମ ରହିଛି। ଜିନ୍ଦଲ ପାୱାର ଲିମିଟେଡ୍‌, ସେଞ୍ଚୁରି କପର, ଗ୍ରିନ୍‌ଟେକ୍ ୱାର୍ଲଡ୍‌ୱାଇଡ୍‌, ହର୍ଷବର୍ଧନ ରେଡ୍ଡି, ଜେ ସି ଫ୍ଲାୱାର୍ସ ଆସେଟ୍ ରିକନଷ୍ଟ୍ରକ୍ସନ, ପିନାକଲ୍ ଏୟାର, ୟୁନିଭର୍ସାଲ୍…

Read More

ସବୁ ସୁବିଧା ଥିବା ଭୁବନେଶ୍ୱର ଓଡ଼ିଶା ନୁହଁ

ଭଦ୍ରକ:(ଅମିତାଭ ଖିଲାର) – ବାତ୍ୟାକୁ ନେଇ ତାଚ୍ଛଲ୍ୟ କରୁଥିବା ଭୁବନେଶ୍ୱରର ବନ୍ଧୁମାନଙ୍କୁ ଅନୁରୋଧ,’ଦାନା ବାତ୍ୟା’ ଓ ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଭଦ୍ରକ ଜିଲ୍ଲାର କି କ୍ଷତି କରିଚାଲିଛି,ଥରେ ଖବର ରଖନ୍ତୁ।ଯଦି ସେହି ଜିଲ୍ଲାରେ କେହି ସଂପର୍କୀୟ ଥାଆନ୍ତି,ସେମାନଙ୍କଠୁ ବୁଝିକି କିଛି କୁହନ୍ତୁ।ଏବେ ବି ଲଗାଣ ବର୍ଷା ଲାଗିରହିଛି।ଅବସ୍ଥା ସାଂଘାତିକ ଆଡକୁ ଯାଉଛି।କିନ୍ତୁ ଦୁଃଖ ଓ ପରିତାପର ବିଷୟ,ବହୁ ଭୁବନେଶ୍ୱରିଆ ବନ୍ଧୁ ବାତ୍ୟା ‘ଦାନା’ ର ପ୍ରଭାବକୁ ନେଇ ଲଗାତାର ବିଭିନ୍ନ ତାଚ୍ଛଲ୍ୟ କରିବା ସହିତ ଟିଭି…

Read More

“କେନ୍ଦ୍ର କେବଳ କଥା କହେ,ଆମେ କାମରେ ବିଶ୍ୱାସ କରୁ” ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇଁ ଉଦବୋଧନ ଦେଇଛନ୍ତି ।   ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ପୂର୍ବାହ୍ନ ସ ୧୧ଟା ୩୦ ରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ସଭାସ୍ଥଳକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ବିଶାଳ ନିର୍ବାଚନୀ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ସୁଶାସନ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ…

Read More

କୁଶଳୀ ମା’ ଭଉଣୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସିଲାଇ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୪ ; ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ…

Read More

ଆହୁରି କୁହୁଳୁଛି ମଣିପୁର ହିଂସାକାଣ୍ଡ

ଇମ୍ଫାଲ,୧୦।୬:ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ୩୯ଦିନ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୧୦ଜଣ ଗୁରୁତରଆହତ ହୋଇଛନ୍ତି। ତେବେ ଏ ମଧ୍ୟରେ ରାଜ୍ୟର ୧୧ଜଣ ଅଧିକାରୀଙ୍କୁ ଶନିବାର ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମଧ୍ୟ ଅଛନ୍ତି।ତେବେ ଗୃହମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ରାଜ୍ୟର ଡିଜିପି ପି.ଡୋଙ୍ଗଲଙ୍କୁ ତାଙ୍କ…

Read More

ପରିବର୍ତ୍ତନ…. ପଶ୍ଚିମବଙ୍ଗ….. Change… West bengal…

କୋଲକାତା :(ବିଜୟ ସାହୁ)-ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଲେ l ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଥିଲା ବେଙ୍ଗଲ କୁ ଦୁଇଭାଗ କରି ହିନ୍ଦୁ ବେଙ୍ଗଲ ର ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ହେବା । ସେଥିପାଇଁ ଭାରତ ବିଭାଜନ କିଛିମାସ ପୂର୍ବରୁ ମଇ 2,1947 ମସିହାରେ ବଡଲାଟ ଲର୍ଡ଼ ମାଉଣ୍ଟବାଟେନଙ୍କୁ ଚିଠି ଲେଖିଥିଲେ । ଏହା ପୂର୍ବରୁ ମାଉଣ୍ଟବାଟେନଙ୍କୁ ଏପ୍ରିଲ 23,1947 ମସିହାରେ ଭେଟି ଏହି ଦାବୀ ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ ।ହିନ୍ଦୁ ମହାସଭା ମଧ୍ୟ ତାଙ୍କୁ…

Read More

ନିର୍ବାଚନ କମିଶନଙ୍କୁ
ଝଟକା,  ୨୨ ତାରିଖକୁ ଅପେକ୍ଷା

ନୂଆଦିଲ୍ଲୀ : (ବିଜୟ ସାହୁ)- ସୁପ୍ରିମକୋର୍ଟ  ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ଓ ଜଷ୍ଟିସ ଜୟମାଲା ବାଗ୍ଚିଙ୍କ ପୀଠ ତୃତୀୟ ଦିନର ଶୁଣାଣି ପରେ ଯେଉଁ ଅନ୍ତରୀମ ଆଦେଶ ଦେଇଛନ୍ତି ତାହା ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । 6 ଦଫା ଲିଖିତ ନିର୍ଦେଶନାମା ପରବର୍ତ୍ତୀ 22 ତାରିଖ ଶୁଣାଣି ବେଳେ SIR ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ତର୍ଜମା କରିବାକୁ ବାଧ୍ୟ । କାରଣ ସମସ୍ତ ଆବେଦନକାରୀଙ୍କ ମୂଳ ଆବେଦନ ଥିଲା ନିର୍ବାଚନ କମିଶନ ଙ୍କ ସାମ୍ବିଧାନନିକ…

Read More

ଭାଇରାଲ ଅଡ଼ିଓ ଏବଂ ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର ୬।୪ : ଆଜି କଂଗ୍ରେସ ଭବନ ଠାରେ ରାଜ୍ୟ ଯୁବ କଂଗ୍ରେସ ତରଫରୁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁଦିପ୍ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ବହୁଚର୍ଚ୍ଚିତ ରୁଚୀକା ମହାନ୍ତି ଆତ୍ମହତ୍ୟା ଘଟଣା ଏବଂ ଭାଇରାଲ ଅଡ଼ିଓ ସମ୍ବନ୍ଧରେ ରାଜ୍ୟ ସରକାର ଏବଂ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ବିଗତ ଦିନରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଦେଖାକରି ମଧ୍ୟ ଯୁବ କଂଗ୍ରେସ ଏ ସମ୍ବନ୍ଧରେ…

Read More

ବିଜେଡ଼ିର ସାମିଲ ହେଲେ ଲେଖାଶ୍ରୀ ଓ ଗଣେଶ୍ୱର

ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦଳର ପ୍ରାଥମିକ ସଦସ୍ୟ ପଦରୁ ରବିବାର ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପିର ସେ ଉପସଭାପତି ଥିଲେ । ଲେଖାଶ୍ରୀ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ନିଜର ଇସ୍ତଫା ସଂକ୍ରାନ୍ତରେ ସୂଚନା ଦେଇ ଥିଲେ l ଏହି ଇସ୍ତଫା ପର୍ବର ଦୁଇ ଘଣ୍ଟା ପରେ ସେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି ।ଶଙ୍ଖ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେବା ପରେ ଶ୍ରୀମତୀ ସାମନ୍ତସିଂହାର ମୁଖ୍ୟମନ୍ତ୍ରୀ…

Read More

ସମ୍ବାଦ କାର୍ଯ୍ୟକ୍ରମରୁ ସୌମ୍ୟ ଉଭାନ,ହେଲେ କାହିଁକି ସେ ଏପରି କଲେ…

ଭୁବନେଶ୍ୱର-  ସମ୍ବାଦର କାର୍ଯ୍ୟକ୍ରମ ହେବ। ହେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହିବେ ନାହିଁ। ଏକଥା ସାଧାରଣ ସମ୍ବାଦ ପ୍ରେମୀ ଏବଂ ପଟ୍ଟନାୟକ ପରିବାର ଶୁଭେଚ୍ଛୁ କଳ୍ପନା କରି ନ ପାରନ୍ତି। ମାତ୍ର ସେପରି ଏକ ଘଟଣା ଘଟିଯାଇଛି। ସମ୍ବାଦର ଚାଳିଶ ତମ ସ୍ୱନକ୍ଷତ୍ର ଅବସରରେ ଏହାର ପ୍ରତିଷ୍ଠାତା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ନ ଥିଲେ। ଦୁଇ ଦିନ ପୂର୍ବରୁ ସମ୍ବାଦର ନୂଆ ସମ୍ପାଦିକା ଭାବେ ତାଙ୍କ କନ୍ୟା ତନୟା ପଟ୍ଟନାୟକ ଦାୟିତ୍ୱ…

Read More