ଅଗଷ୍ଟ କନଭେନସନ୍ ଜରିଆରେ ଆରମ୍ଭ ହେବ ବିରୋଧି ମେଣ୍ଟ ଅଭିଯାନ, ବିକଳ୍ପ କାର୍ଯ୍ୟସୂଚୀ ଓ ଉପଯୁକ୍ତ ସଂଯୋଜନ ନେଇ ଉଠିଲା ଆଶଙ୍କା

ଭୁବନେଶ୍ୱର : ମାତ୍ର ସପ୍ତାହକ ବ୍ୟବଧାନ ପରେ କଂଗ୍ରେସ ପୌରହିତ୍ୟରେ ରାଜ୍ୟରେ ୧୭ଟି ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳ ଦିନକ ପୂର୍ବରୁ ପୁଣି ଏକାଠି ହୋଇଥିଲେ।  ପ୍ରଥମ ସାମୂହିକ କାର୍ଯ୍ୟକ୍ରମ ଭାବେ ଆସନ୍ତା ମାସ ୧୧ ତାରିଖରେ ଏକ କନଭେନସେନ୍ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରାୟ ଏକ ବଜାର ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ମାତ୍ର କେଉଁ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଏହି ମେଣ୍ଟ କାର୍ଯ୍ୟ କରିବ, ସେ ନେଇ କୌଣସି…

Read More

କେଜ୍ରିୱାଲଙ୍କ ଆପକୁ ଭୋଟ ଦେବେ ରାହୁଲ ଗାନ୍ଧି …

ନୂଆଦିଲ୍ଲୀ:ରାହୁଲ ଗାନ୍ଧି ଦେବେ ଆମ ଆଦମୀ ପାର୍ଟିକୁ ଭୋଟ । ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ  ହେବାକୁ ଥିବା  ନିର୍ବାଚନରେ କଂଗ୍ରସର ରାହୁଲ ଗାନ୍ଧି କେଜ୍ରିୱାଲଙ୍କ ଆପ୍‌‌କୁ ଭୋଟ ଦେବେ ବୋଲି ରବିବାର ଏକ ବିଶାଳ ରାଲିରେ କହିଛନ୍ତି। ନିର୍ବାଚନୀ ପ୍ରଚାର ସମୟରେ ରାହୁଲ କହିଥିଲେ, ‘ମୁଁ ଆସନ୍ତା ୨୫ ତାରିଖରେ ମତଦାନ ସମୟରେ ଆପ୍‌‌କୁ ଭୋଟ ଦେବି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସକୁ ଭୋଟ ଦେବେ।’ ଉଲ୍ଲେଖ ଯେ, ଚଳିତ ନିର୍ବାଚନରେ ବିଜେପିକୁ ଟକ୍କର…

Read More

ଭାରତ – ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ କ’ଣ ରହିବ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ ଜାଣନ୍ତୁ …

ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ତାର ବିଶ୍ବକପ କ୍ୟାମ୍ପେନ ଆଜି ସନ୍ଧ୍ୟା ୭ଟାରେ ଆରମ୍ଭ କରିବାକୁ ଯାଉଛି ।ତେବେ ବର୍ତମାନ ସ୍ତିତିରେ ଭାରତୀୟ ଦଳରେ କିଛି ସିନିୟର ଖେଳାଳିଙ୍କ ଆହତ କାରଣରୁ ଏହି ମ୍ୟାଚରେ ଦଳ କିଛି ନୂଆ ଚେହାରା ସହ ପଡିଆକୁ ଓହ୍ଲାଇବ । ଏହି ଶୃଙ୍ଖଳା ଜରିଆରେ ଦଳ ଚଳିତ ବର୍ଷ ଦିନିକିଆ ବିଶ୍ବକପ ପାଇଁ ତାର ବ୍ୟାକପ ଖେଳାଳି ମାନଙ୍କୁ ବାଛିବ । ସେହିପରି ସୂର୍ଯ୍ୟକୁମାର…

Read More

ଟାଟା  ପାଓ୍ୱାର ସେବାକୁ ନେଇ ଅସନ୍ତୋଷ ଜାହିର କଲେ ବିଜେଡି ବିଧାୟକ ରୁଦ୍ର ମହାରଥି, ମୁଖ୍ୟମନ୍ତ୍ରୀ ଏବଂ ସିଏମଓଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନେଲେ ଟୁଇଟର ସାହାରା

ଭୁବନେଶ୍ୱର : ଟିପିସିଓଡିଏଲ୍ ବିଦ୍ୟୁତ ଯୋଗାଣ ନେଇ ଅସନ୍ତୋଷ ଜାହିର କରିଛନ୍ତି ଶାସକ ବିଜେଡି ଦଳର ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ଏନେଇ ସେ କ୍ଷୋଭ ପ୍ରକାଶ କରିବା ସହ ଟିପିଡିଓସିଏଲ୍ ପରିଚାଳନା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହି ଘଟଣାରେ ଶ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୁଦ୍ରଙ୍କ ନିର୍ବାଚନମଣ୍ଡଳୀ ପିପିଲିର ବହୁ ଅଞ୍ଚଳରେ ଗତକାଲି ଅର୍ଥାତ ୧୧ ସେପ୍ଚେମ୍ବରରେ ସକାଳ ୮ଟାରୁ ସନ୍ଧ୍ୟା ୮ଟା…

Read More

Asian Games 2023 ; ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ହାତେଇଲେ ଭାରତୀୟ ମହିଳା …

ଏସିଆନ୍ ଗେମ୍ସ ୨୦୨୩ର ମହିଳା କ୍ରିକେଟ ଇଭେଣ୍ଟର ସ୍ୱର୍ଣ୍ଣ ପଦକ ମ୍ୟାଚରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ମାତ୍ର ୧୧୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ବୋଲରଙ୍କ ଭଲ  ପ୍ରଦର୍ଶନ ଆଧାରରେ ଭାରତ ଶ୍ରୀଲଙ୍କାକୁ ୨୦ ଓଭରରେ ୯୭ ରନରେ ଅଟକାଇ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି ।18…

Read More

ଆଇଆଇଏମସି, ଢେଙ୍କାନାଳର ସମସ୍ୟା ସମ୍ପର୍କରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର,୩ା୧୦: ଭାରତୀୟ ଜନ ସଂଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳର ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରିଡା  ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ପୁରାତନ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ  ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର…

Read More

ପାଞ୍ଚ ଆଇଏଏସ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡର

ଭୁବନେଶ୍ୱର,୧୮/୪(ବ୍ୟୁରୋ ): ୨୦୨୦ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ବ୍ୟାଚର୍ ୫ଜଣ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡ଼ର ଆବଣ୍ଟିତ ହୋଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଓଡ଼ିଶା ସରକାରଙ୍କୁ ଅବଗତ କରାଯାଇଛି । ୨୦୨୦ ବ୍ୟାଚର ବିଭୂତି ଭୂଷଣ ନାୟକ, ଚଭନ କୁନାଲ ମୋତିରାମ, କୁଲକର୍ଣ୍ଣୀ ଆଶୁତୋଷ ସି, ମଧୁମିତା ଓ ବେଦଭୂଷଣଙ୍କୁ ଓଡ଼ିଶା କ୍ୟାଡ଼ର ମିଳିଛି । ଏହି ଅଫିସରମାନଙ୍କର ଚାକିରି ୨୦୨୨ ଅକ୍ଟୋବର ୧୨ ତାରିଖରୁ ବୈଧ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର…

Read More

ଭୁବନେଶ୍ୱର-କଟକ ‘ମେଟ୍ରୋ ପାଇଁ ଡିପିଆର ପ୍ରସ୍ତୁତି

ଭୁବନେଶ୍ୱର: ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ବିସ୍ତୃତ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ସର୍ବନିମ୍ନ ସମୟସୀମା ମଧ୍ୟରେ ଡିପିଆର ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ଡିପିଆର୍‌‌ ପ୍ରସ୍ତୁତି ସମୟରେ ଯେଉଁ ବିଭାଗଗୁଡ଼ିକର ସହାୟତା ଆବଶ୍ୟକ ପଡ଼ିବ, ଅଗ୍ରାଧିକାର ଭିତ୍ତିରେ ସହଯୋଗ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ୱାରା ଅତି କମ୍‌‌ ସମୟ ମଧ୍ୟରେ ଏହି ପ୍ରକଳ୍ପର ଡିପିଆର୍‌‌ ପ୍ରସ୍ତୁତି ଶେଷ ହୋଇ ପ୍ରକଳ୍ପ କାମ ଆରମ୍ଭ…

Read More

ରାଜ୍ୟ ସରକାରଙ୍କୁ ଏକାଧିକ ମୌଳିକ ପ୍ରସଙ୍ଗରେ ଘେରିଲା ପିସିସି, ୫-ଟି ଉପକ୍ରମ ଏକ ପ୍ରହେଳିକା ବୋଲି କହିଲେ ବିଜୟ

ଭୁବନେଶ୍ୱର,୨୮/୪(ବ୍ୟୁରୋ): ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ରାଜ୍ୟ ସମସ୍ୟା ସମାଧାନ କ୍ଷେତ୍ରରେ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟ ସରକାର ୫-ଟି ଉପକ୍ରମ ନାଁରେ କେବଳ ତୁଛା ପ୍ରହେଳିକା ସୃଷ୍ଟି କରୁଛନ୍ତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ପକ୍ଷରୁ ଦୁଇ ପ୍ରମୁଖ ସମସ୍ୟା ପାନୀୟ ଜଳ ସଂକଟ ଓ ବିଦ୍ୟୁତ ଉପଭୋକ୍ତାଙ୍କ ହନ୍ତସନ୍ତ ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତାମାନେ ସରକାରଙ୍କୁ ଘେରିଛନ୍ତି।ପିସିସି ସଭାପତି କହିଥିଲେ ଯେ, ଓଡ଼ିଶାର ୧୫…

Read More

ସ୍ୱର ବଦଳାଇଲାଣି କଂଗ୍ରେସ, ବହୁଜନ ସମାଜ ନିକଟତର ହେବାକୁ ଚେଷ୍ଟା..ସୋନିଆ ଦେଲେ ସଙ୍କେତ

ନୂଆଦିଲ୍ଲୀ : ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ମଣ୍ଡଳ କମିଶନ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହି ସୁପାରିସ୍ କଂଗ୍ରେସ ବହୁମତରେ ଥିବା ସତ୍ତ୍ୱେ ଲାଗୁ କରିପାରି ନ ଥିଲା। ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ଏହି ସୁପାରିଶ୍ ଲାଗୁ କରିପାରି ନ ଥିଲେ। ମାତ୍ର ମେଣ୍ଟରେ ଥିବା ଭି.ପି ସିଂଙ୍କ ସରକାର ଏହି ସୁପାରିଶକୁ ଲାଗୁ କରିଥିଲା। କଂଗ୍ରେସ ଏହାକୁ ବିଧିବଦ୍ଧ ଭାବେ ପି.ଭି ନରସିଂହ ରାଓଙ୍କ କାର୍ଯ୍ୟକାଳରେ ଲାଗୁ କରିଥିଲା। ମାତ୍ର ଏହାକୁ…

Read More