Headlines

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ଗଲେ ମୁଖ୍ୟମନ୍ତ୍ରୀ ୬୩ଟି ବସ୍‌ ଜିଲ୍ଲାର ସବୁ ପଞ୍ଚାୟତକୁ ଯୋଡିବ, ପଞ୍ଚାୟତରୁ ବ୍ଲକ୍‌କୁ ଚାଲିବ ବସ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡିଆରେ ଏହି ଯୋଜନା…

Read More

ଇଡି ଅଫିସ୍ ଘେରାଉ ସହ ପଥପ୍ରାନ୍ତ ସଭା କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଫଳାଫଳ ପରେ ପ୍ରଦେଶ କଂଗ୍ରେସ ପ୍ରଥମ ଥର ପାଇଁ ଶକ୍ତି ପ୍ରଦର୍ଶନ କରିଛି। ଇଡି ଅଫିସ ଆଗରେ ଘେରାଉ କରିବା ସହ ଏକ ମଧ୍ୟମ ଧରଣର ପଥପ୍ରାନ୍ତ ସଭା ମଧ୍ୟ ଆୟୋଜିତ ହୋଇଯାଇଛି। ଷ୍ଟିଅରି କମିଟିର ସମସ୍ତ ସଦସ୍ୟଙ୍କ ସମେତ ବିଧାୟକ ଦଳ ଏହି ସଭାରେ ଉପସ୍ଥିତ ରହିଥିଲେ। କଂଗ୍ରେସ ନେତା ମହମ୍ମଦ ମୋକ୍କିମ ଏହି କାର୍ଯ୍ୟକ୍ରମର ସଂଯୋଜକ ରହିଥିଲେ। କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଅଦାନୀ କମ୍ପାନୀ କିପରି ଦେଶର…

Read More

ତିନି ମୁଖ୍ୟ ପଦରେ ତିନି ମହିଳାଙ୍କୁ ଦେଖିବ କି ଓଡ଼ିଶା !

ଭୁବନେଶ୍ୱର : ଏକ ସଙ୍ଗରେ ରାଜ୍ୟ ପ୍ରଶାସନ ତିନୋଟି ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ମହିଳାଙ୍କୁ ଦେଖିବାର ସମ୍ଭାବନା ସୃଷ୍ଟି ହୋଇଛି। ଏନେଇ କିଛିବର୍ଷ ହେବ ଆଲୋଚନା ରାଜ୍ୟ ପ୍ରଶାସନିକ ମହଲରେ ଜାରି ରହିଥିଲା। ମାତ୍ର କିଛିଦିନ ପୂର୍ବରୁ  ଓଡ଼ିଶା କ୍ୟାଡର ଭାରତୀୟ ପୁଲିସ୍ ସେବା ଅଧିକାରୀ ତଥା ୧୯୮୯ ବ୍ୟାଚ୍ ଅଫିସର  ବି.ରାଧିକା  କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି ତାଙ୍କୁ ଓଡ଼ିଶା  ଫେରିଛନ୍ତି। ବର୍ତ୍ତମାନ ଡିଜିପି  ଥିବା ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷରେ…

Read More

ଭାରତ – ଜାପାନ ସମ୍ପର୍କକୁ ସୁଦୃଢ଼ କରିବ ଫିକି

ଭାରତ ଗସ୍ତରେ ଥିବା ଜାପାନିଜ୍ ସାଂସଦ ପ୍ରତିନିଧି ଦଳ, ଗଣେଶ ଗ୍ରୁପ୍କୁ ଫିକି ପକ୍ଷରୁ ଆତିଥ୍ୟତା ପ୍ରଦାନ କରାଯାଇଛି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ-ଜାପାନ ଆସୋସିଏସନ୍ ଅଧ୍ୟକ୍ଷ ୟୋସିହିଦେ ସୁଗାଙ୍କ ନେତୃତ୍ଵାଧୀନ ଏହି ପ୍ରତିନିଧି ଦଳ ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି।ଜାପାନିଜ୍ ପ୍ରତିନିଧି ଦଳକୁ ସ୍ୱାଗତ କରିବା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ଦ୍ୱିପାକ୍ଷିକ ସଶକ୍ତ ସମ୍ପର୍କ ଏବଂ ନୀତିଗତ ସହଭାଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଭାରତରେ ଜାପାନିଜ…

Read More

କଂଗ୍ରେସ କିଛି ବୁଝି ପାରୁନି

ନୂଆଦିଲ୍ଲୀ : (ବିଜୟ ସାହୁ) – ବିହାର ବିଧାନସଭା ନିର୍ବାଚନ ଓ ଓଡ଼ିଶା ଉପନିର୍ବାଚନ ଫଳାଫଳ ପରେ ମହା ଗଠବନ୍ଧନ ନେତା ଓ କଂଗ୍ରେସ ଲୋକସଭାରେ ବିରୋଧୀ ଦଳ ନେତା ବିହାର ଭୋଟରଙ୍କୁ ଅଭିନନ୍ଦନ ଜଣେଇଲେ ଓ ମହା ଗଠବନ୍ଧନ କାହିଁକି ନିର୍ବାଚନରେ ଅସଫଳ ହେଲେ ତାହା ମିଶି କିରି ସମୀକ୍ଷା କରିବେ ବୋଲି ବିବୃତି ଦେଲେ ।ତାଙ୍କର X -A/C ରେ ବିବୃତି ଟି ନିମ୍ନ ପ୍ରକାର –“ମୁଁ ବିହାରର ସେହି କରୋଡ଼ ମତଦାତାଙ୍କୁ ହାର୍ଦ୍ଦିକ…

Read More

ତାପକୁ କମ କରିଛି ବର୍ଷା ,ଅନୁଭବ ହେଉଛି ସାମାନ୍ୟ ଆଶ୍ବସ୍ତି          

ଭୁବନେଶ୍ଵର; ତାତିରୁ ମିଳିଛି ଆଶ୍ବସ୍ତି । ଗରମ କମିଛି, ଗୁଳୁଗୁଳିରୁ ମଣିଷକୁ ଟିକେ ତ୍ରାହି ମିଳିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାମାନଙ୍କର କିଛି କିଛି ସ୍ଥାନରେ ୨ ଦିନ ଧରି ବର୍ଷା ଯୋଗୁଁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।  ସାଧାରଣ ମଣିଷ ଟିକେ ଶାନ୍ତିରେ ନିଶ୍ୱାସ ମାରୁଛି । ଗତ କିଛି ପୂର୍ବରୁ ହେଉଥିବା ଅସହ୍ୟ ତାତି ଓ ଗୁଳୁଗୁଳି ପାଇଁ ମଣିଷ ଓ ଜୀବଜନ୍ତୁଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଛାଇ ସ୍ଥାନ କିମ୍ବା…

Read More

ସୁଟିଂ ବିଶ୍ବକପ(ଆଇଏସଏସଏଫ୍)ରେ ଭରତୀୟ ଯୋଡିଙ୍କୁ ସ୍ବର୍ଣ୍ଣ

ବକୁ: ଭାରତୀୟ ଯୋଡ଼ି ଦିବ୍ୟା ସୁବାରାଜୁ ଥାଡ଼ିଗୋଲ ଓ ସରବଜୋତ ସିଂହ ଆଜରବୈଜାନର ବକୁରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ଭାରତ ପାଇଁ ଆଣିଛନ୍ତି  ପ୍ରଥମ ସ୍ବର୍ଣ୍ଣ ପଦକ । ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍‌ ଇଭେଣ୍ଟ୍‌ ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ସର୍ବିଆର ଜୋରାନା ଅରୁନୋଭିକ ଓ ଡାମିର ମିକେକଙ୍କୁ ହରାଇ ଏହି ପଦକ ହାତେଉଛନ୍ତି  । ଦିବ୍ୟା ଓ ସରବଜୋତ ୫୫ ଦଳୀୟ ଯୋଗ୍ୟତା ରାଉଣ୍ଡରେ ୫୮୧ ପଏଣ୍ଟ ସହ ‌ପଦକ…

Read More

ରାଜ୍ୟ ବିଜେପି ପୁରୁଣା କମିଟି ଭାଙ୍ଗିଲା, ଜମ୍ବୋ ହୋଇପାରେ ପରବର୍ତ୍ତୀ ଟିମ୍

ଭୁବନେଶ୍ୱର : ସମୀର ମହାନ୍ତିଙ୍କ ସଭାପତିତ୍ୱ ପରେ ଯେଉଁ ସବୁ କମିଟି କରାଯାଇଥିଲା। ତାହାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରଦ୍ଦ କରିଛି। ସେହିପରି ଛାମୁଆ ସଭାପତିମାନଙ୍କ ଦାୟିତ୍ୱ ମଧ୍ୟ ପ୍ରତ୍ୟାହାର କରାଯାଇଛି। ନୂଆ କମିଟି ଘୋଷଣା ହେଲା ଯାଏଁ ଏହି କାର୍ଯ୍ୟକର୍ତ୍ତାମାନେ ପୂର୍ବ ପଦରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବେ। ତେଣୁ ଦୀର୍ଘ ସପ୍ତାହର କସରତ ପରେ ଦିନ କେଇଟା ମଧ୍ୟରେ ରାଜ୍ୟ ବିଜେପି ନୂଆ କମିଟି ଘୋଷଣା କରିବ। କେତେକ ଛାମୁଆ ସଭାପତି ସେମାନଙ୍କ ପଦ…

Read More

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ କେଦାର ଯାଦବ…

ଗୋଟିଏ ପଟେ ଟି-୨୦ବିଶ୍ବକପ ଚାଲିଥିବା ବେଳେ ଭାରତୀୟ ଦଳ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଯାଉଛି । ଏହାରି ଭିତରେ ଭାରତୀୟ କ୍ରିକେଟ୍ ପାଇଁ ଏକ ବଡ ଖବର ଆସୁଛି। ଜାଣିବାକୁ ମିଳିଛି ଯେ ଭାରତୀୟ ଦଳ ପାଇଁ କ୍ରିକେଟ୍ ଖେଳିଥିବା ଏବଂ ଆଇପିଏଲରେ ଅନେକ ଦଳର ଅଂଶ ରହିଥିବା କେଦାର ଯାଦବ ଅବସର ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର…

Read More

ଏଥର ୩ ଘଣ୍ଟା ପୂର୍ବରୁ ମିଳିବ ବର୍ଷା – ବଜ୍ରପାତର ସୂଚନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସିବ ଡପଲାର୍‌ ୱେଦ୍‌ର ରାଡାର । ଏହି ରାଡାର କଟକ-ଭୁବନେଶ୍ୱର ର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍‌ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ । ରାଡାର ବସାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସ୍‌ଆର୍‌ସିଙ୍କୁ ଚିଠି ଲେଖିଛି। ଏହି ରାଡାର ବସିବା…

Read More