ଟିପିଏସ୍ଓଡିଏଲ ପକ୍ଷରୁ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି

ଭଞ୍ଜନଗର : ଗ୍ରୀଷ୍ମ ଋତୁରେ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ସେଥିପାଇଁ ଟ୍ରାନ୍ସଫର୍ମରର କ୍ଷମତା ବଢ଼ାଇ ଦିଆଯାଇଛି। ଏହି କ୍ରମରେ ଗମୁଣ୍ଡି ସ୍କୁଲ ନିକଟରେ ଥିବା ଟ୍ରାନ୍ସଫର୍ମରର କ୍ଷମତା 100 କେଭିରୁ 250 କେଭିକୁ ବୃଦ୍ଧି କରାଯାଇଛି। ଏହା ଫଳରେ ସ୍ଥାନୀୟ ଲୋକଙ୍କ ଅସୁବିଧା ଦୂର ହୋଇ ପାରିବ। ସମୁଦାୟ ଦକ୍ଷିଣ ଓଡ଼ିଶାରେ ଏପରି କାର୍ଯ୍ୟ ବର୍ଷ ତମାମ ଚାଲୁଅଛି। ଏହାଦ୍ୱାରା ଗ୍ରାହକ…

Read More

LIC New Jeevan Shanti Plan: ଅବସର ପରେ ଏହି ଯୋଜନାରେ ପାଇ ପାରିବେ ମାସକୁ ୮ ହଜାର ପର୍ଯ୍ୟନ୍ତ ପେନସନ୍

ଦେଶର ସର୍ବବୃହତ ବୀମା କମ୍ପାନୀ LIC ର ସବୁ ବୟସର ଲୋକଙ୍କ ପାଇଁ ଅନେକ ଯୋଜନା ରହିଛି | ଏହା ଭିତରୁ LIC ର ଅବସର ଯୋଜନାଗୁଡିକ ବହୁତ ଲୋକପ୍ରିୟ, ଯାହା ଅବସର ପରେ ଆର୍ଥିକ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରବର୍ତ୍ତିତ ହୋଇଛି | ଏହି ନୀତିଗୁଡିକ ମଧ୍ୟରୁ ଗୋଟିଏ ହେଉଛି LIC New Jeevan Shanti ଯୋଜନା, ଯାହା ଏକକ ପ୍ରିମିୟମ୍ ଯୋଜନା ଏବଂ ଆପଣ ଥରେ ବିନିଯୋଗ କଲେ ପ୍ରତିବର୍ଷ 50,000 ଟଙ୍କା ପେନ୍ସନ୍…

Read More

ନୂଆଦିଲ୍ଲୀ, ବିଶାଖାପାଟଣା ଓ ନୋଏଡ଼ାରେ ରଥଯାତ୍ରା ପାଳିତ

ଭୁବନେଶ୍ୱର : ପୁରୀ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନକୁ ବାଦ୍ ଦେଇ ରାଜ୍ୟ ବାହାରେ ମଧ୍ୟ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀ, ନୋଏଡା ଏବଂ ବିଶାଖାପାଟଣାର ରଥଯାତ୍ରା ବେଶ୍ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା। ବିଶାଖା ପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଗତକାଲି ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ…

Read More

୮,୦୦୦ ତଳେ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୮,୦୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୦୦୦ ତଳକୁ ଖସି ଆସିଥିବା  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି  ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୭,୫୩୩ କରୋନା ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।ଆଜି ଚିହ୍ନଟ ହୋଇଥିବା ୭,୫୩୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା…

Read More

Mohanadi Tribunal : ବିଳାସମୟ ପାରିବାରିକ ବ୍ୟୟବହୁଳ ଗସ୍ତକୁ ବିରୋଧ

ଭୁବନେଶ୍ୱର :(ପ୍ରସନ୍ନ ବିଷୋୟୀ )-ଆଜି ଅପରାହ୍ନରେ ମାଷ୍ଟର କ୍ୟାଣ୍ଟିନରେ  ମହାନଦୀ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ବ୍ୟୟ ବହୁଳ ଗସ୍ତକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରତିବାଦ ପ୍ରଦର୍ଶନ କରିଛି lମହାନଦୀ ଟ୍ରିବୁନାଲ ଆଜିଠୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଓଡିଶା ଗସ୍ତରେ ଆସୁଛନ୍ତି l ଏହା ପୂର୍ବରୁ 2023 ମସିହାରେ ମଧ୍ୟ ଟ୍ରିବୁନାଲର ଓଡିଶା ଗସ୍ତରେ 5 କୋଟି ଟଙ୍କା ଓଡିଶା ସରକାରଙ୍କ ଖର୍ଚ୍ଚ ହୋଇଥିଲା l  ଟ୍ରିବୁନାଲ ର କାର୍ଯ୍ୟକାଳ…

Read More

ବାତ୍ୟାକୁ ନେଇ ବିଏମସିର ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। । କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସବୁ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି ଦୁଇଦିନ ଭିତରେ ସବୁ ପ୍ରସ୍ତୁତି ସାରିବା ପାଇଁ ମେୟର ସୁଲୋଚନା ଦାସ ନିର୍ଦ୍ଦଶ ଦେଇଛନ୍ତି ।ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଷ୍ଟେସନ ନଛାଡିବାକୁ ସମସ୍ତ ବିଏମସି କର୍ମଚାରୀଙ୍କୁ ନିର୍ଦେଶ ମିଳିବା ସହ ,ଯୋନସ୍ତରରେ ଖୋଲାଯିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ…

Read More

 ମହିଳା କୁସ୍ତି ଖେଳାଳି ମାନଙ୍କୁ ଯୈାନ ନିର୍ଯ୍ୟାତନା ପ୍ରସଙ୍ଗ : ଏ ପର୍ଯ୍ୟନ୍ତ ମୁହଁ ଖୋଲିଲେନି କ୍ରୀଡ଼ା ପ୍ରଶାସକ ନବୀନ ପଟ୍ଟନାୟକ, ରାଜଧାନୀରେ ବିଭିନ୍ନ ସଂଗଠନର ପ୍ରତିବାଦ

ଭୁବନେଶ୍ୱର : ଓଡ଼ିଶା କ୍ରୀଡ଼ାର ରାଜଧାନୀ। ଏଠି ଭିତ୍ତିଭୂମି ବିଶ୍ୱସ୍ତରୀୟ। ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ପାଇଁ ସଦା ସମର୍ପିତ। ଭାରତୀୟ ହକି ଏକ ଖରାପ ପରିସ୍ଥିତିରେ ଗତି କରୁଥିବା ବେଳେ ତାହାର ପ୍ରାୟୋଜକ ପାଇଁ ହାତ ବଢାଇଥିଲେ ନବୀନ। ହେଲେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବନାଉଥିବା ନବୀନ ଏକ କ୍ରୀଡ଼ା ସମ୍ବଦ୍ଧିତ ପ୍ରସଙ୍ଗରେ ବିଶ୍ୱସ୍ତରୀୟ ନୀରବତା ଅବଲମ୍ବନ କରିଛନ୍ତି। ଯାହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରଶାସନିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶର ପାଇଁ ଅନ୍ତର୍ଜାତୀୟ…

Read More

ରାଜ୍ୟରେ କାମ କରୁନି କି ଡବଲ ଇଞ୍ଜିନ୍,ମାନ୍ଦା ହେଲାଣି ଅର୍ଥନୀତି

ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)_ଅକ୍ଟୋବର ଶେଷ ସୁଦ୍ଧା ସରକାର ବଜେଟ ଅନୁସାରେ ପାଇବାକୁ ଥିବା ଆୟର ୫୮% ଆସିଯିବା କଥା। କାରଣ ଚଳିତ ଆର୍ଥିକ ବର୍ଷର ୭ ମାସ ପାରି ହୋଇ ସାରିଛି । କିନ୍ତୁ ଓଡ଼ିଶା ସରକାରଙ୍କ ଆୟ ଏହି ସମୟ ମଧ୍ୟରେ ହୋଇଛି ମାତ୍ର ୪୯% । ଏହା ମଧ୍ୟରେ ଆଗ ଇଞ୍ଜିନ୍ ଠାରୁ ପାଇବାକୁ ଥିବା ଆୟ ମାତ୍ର ୪୪% । ଆଗରୁ ମୁଁ ପରନ୍ତୁ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲି କେମିତି କେନ୍ଦ୍ର…

Read More

‘ଇଣ୍ଡିଆ’ ମେଣ୍ଟର ହାତ ଛାଡ଼ିଲେ ମମତା ଓ କେଜ୍ରିୱାଲ…

‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ଝଟକା । ପ୍ରଥମେ ମମତା ପରେ ଭଗଓ୍ୱନ୍ତ ମାନ ‘ଇଣ୍ଡିଆ’ ମେଣ୍ଟ ସହ କାମ କରିବେନି ବୋଲି କହିଛନ୍ତି । ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଥିବା ବେଳେ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ସେହିପରି ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଟିମବଙ୍ଗ…

Read More

ଚେଲ୍ଲା କୁମାର ଭୁଲିଥିଲେ ସୌଜନ୍ୟତା, କିଛି ନେତାଙ୍କ କଥାରେ ବିଶ୍ୱାଳ ପରିବାର ଓ ମୋକ୍କିମଙ୍କୁ ନେଇ କରିଥିଲେ ଆପତ୍ତିଜନକ ଟିପ୍ପଣୀ

ଭୁବନେଶ୍ୱର : କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ଏବଂ ପୂର୍ବତନ ବିଧାୟକ ଶରତ ରାଉତଙ୍କ ମଧ୍ୟର ଗତ ଦଳୀୟ ବୈଠକରେ ଉଚ୍ଚବାଚ ହୋଇଥିଲା । ଦୀର୍ଘ ସପ୍ତାହ ପରେ ଏହି କଥା ପଦାକୁ ଆସିଛି । କଂଗ୍ରେସର କିଛି ନେତା ପ୍ରଭାରୀ ଚେଲ୍ଲା କୁମାରଙ୍କୁ ପୂର୍ବତନ  ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ, ପୂର୍ବତନ କାର୍ଯ୍ୟକାରୀ ଚିରଞ୍ଜୀବ ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକ୍କିମଙ୍କ ବିଷୟରେ କିଛି ଆପତ୍ତିଜନକ ଟିପ୍ପଣୀ ଦେବାକୁ ପ୍ରବର୍ତ୍ତାଇଥିଲେ । ଆଉ ସେମାନଙ୍କ କଥାରେ…

Read More