ଜୋଫ୍ରାଙ୍କୁ ଟଙ୍କାଟେ ନଦେବା ପାଇଁ କହିଲେ ଗାଭାସ୍କର
ମୁମ୍ବାଇ : ଭାରତୀୟ ପୂର୍ବତନ ବ୍ୟାଟର ଓ ଅଧିନାୟକ ସୁନିଲ ଗାଭାସ୍କର ନିଜର ବୟାନ ପାଇ ସବୁବେଳେ ଚର୍ଚାରେ ଥାଆନ୍ତି । ତେବେ ପୁଣି ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କୁ ଚର୍ଚାର କେନ୍ଦ୍ର କରିଛି । ଆଇପିଏଲର ୧୬ତମ ସଂସ୍କରଣରେ ମୁମ୍ବାଇ ଇଂଣ୍ଡିଆନ୍ସର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଘାତ କାରଣରୁ ମେ ୯ ତାରିଖରେ ଆଇପିଏଲରୁ ବାଦ୍ ପଡିଛନ୍ତି । ୮ କୋଟିରେ କିଣା ଯାଇଥିବା ଏହି ଖେଳାଳି ଜମା ପାଞ୍ଚଟି ମ୍ୟାଚ୍…
