Geo Politics : Iran vs Usa ମହାବିନାଶକାରୀ କ୍ରୋଧ
(Epic Fury )
ଭୁବନେଶ୍ୱର :(ବିଜୟ ସାହୁ )-ଇରାନ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଓ ତାଙ୍କର ଚୁନିଦା କ୍ୟାବିନେଟ ତଥା ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟୁହୁଙ୍କ ଫେବୃଆରୀ 28 ରୁ ମହାବିନାଶକାରୀ ଅଭିଯାନର 48 ଘଣ୍ଟିଆ ମହଲତର କିଛି ଘଣ୍ଟା ପୂର୍ବରୁ
ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଥିଲେ , A whole civilization will die to night if Iran does not make a deal .
ତାଙ୍କର ଏହି ଘୋଷଣା ପରେ କେବଳ ଇରାନ ଓ ବିଶ୍ଵବ୍ୟାପୀ ନୁହେଁ ଏପରି କି ଆମେରିକା ଭିତରେ ଡୋନାଲଡ଼ ଟ୍ରମ୍ପଙ୍କ ମାନସିକ ସ୍ଥିତି ନେଇ ସନ୍ଦେହ ପ୍ରକାଶ ହେଇଥିଲା । ଏପରି କି ତାଙ୍କର ରାଷ୍ଟ୍ରପତି ପଦବୀ ରୁ ବହିଷ୍କାର / ଇସ୍ତଫା / କ୍ଷମତା ହସ୍ତାନ୍ତର ପାଇଁ ଆମେରିକା ସମ୍ବିଧାନର ନିର୍ଦ୍ଦିଷ୍ଟ ଅନୁଛେଦ ପ୍ରୟୋଗ କରିବା ଉପରେ ସିନେଟ ଓ କଂଗ୍ରେସ ସଭ୍ୟ ଆଲୋଚନା କରିଥିଲେ ।
ଆମେ ଜାଣୁ କେବଳ ଆମେରିକା ସମ୍ବିଧାନ ନୁହେଁ ,ଏପରି ପ୍ରତ୍ୟେକ ଦେଶର ସମ୍ବିଧାନରେ ବ୍ୟବସ୍ଥା ରହିଛି ମାନସିକ ସନ୍ତୁଳନ ଠିକ ନଥିବା ବ୍ୟକ୍ତି ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାରେ ରହିବା ପାଇଁ ଅଯୋଗ୍ୟ ।
ଏହି ବ୍ୟବସ୍ଥା କେବଳ ଆଧୁନିକ ଯୁଗରେ ନୁହେଁ, ଏପରି କି ରାଜତନ୍ତ୍ର ବେଳେ ପ୍ରତ୍ୟେକ ଭୂଖଣ୍ଡରେ ଭିନ୍ନ ଭିନ୍ନ ଉପାୟରେ କାର୍ଯ୍ୟକାରୀ ହେଉଥିଲା ।
ପ୍ରାଚୀନ ଧର୍ମଶାସ୍ତ୍ର ମନୁସ୍ମୃତିରେ ଉଲ୍ଲେଖ ରହିଛି ଗୁରୁତର ମାନସିକ ଅକ୍ଷମତା ଉତ୍ତରାଧିକାରରୁ ବଞ୍ଚିତ ହେବା କ୍ଷେତ୍ରରେ ଏକ ବଳିଷ୍ଠ କାରଣ ରୂପେ ବିବେଚିତ ହେବ ।
ଗ୍ରେଟ ବ୍ରିଟେନର ରାଜା ତୃତୀୟ ଜର୍ଜ ବାଇପୋଲାର ଡିଜଅର୍ଡର ଯୋଗୁଁ ଦୁଇ ଦଶନ୍ଧି ଧରି ଗାଦୀଚ୍ୟୁତ ହେଇ ତାଙ୍କ ସ୍ଥାନରେ ପୁତ୍ର ପ୍ରିନ୍ସ ରିଜେଣ୍ଟ ଭାବରେ ଶାସନ କରିଥିଲେ ।
ଡେନମାର୍କ ରାଜା ସପ୍ତମ କ୍ରିଶ୍ଚିୟାନ ମାନସିକ ରୋଗୀ ଥିବାରୁ ପ୍ରଥମେ ତାଙ୍କର ଚିକିତ୍ସକ ଓ ପରେ ପୁତ୍ର ଶାସନ ଚଳେଇ ଥିଲେ ।କ୍ରିଶ୍ଚିୟାନ କେବଳ ନାମମାତ୍ର ଶାସକ ଥିଲେ ।
ଅଟୋମାନ ସାମ୍ରାଜ୍ୟର ସମ୍ରାଟ ପ୍ରଥମ ମୁସ୍ତାଫା ଓ ପ୍ରଥମ ଇବ୍ରାହିମ ଙ୍କୁ ପିଞ୍ଜରା ଭିତରେ ରଖି ଦିଆ ଯାଇଥିଲା ଓ ମନ୍ତ୍ରୀ ପରିଷଦ ତାଙ୍କ ନାମରେ ସାମ୍ରାଜ୍ୟ ପରିଚାଳନା କରୁଥିଲେ ।
ଜାପାନର ସମ୍ରାଟ ଇୟୋୟେଇ ହିଂସାତ୍ମକ ଆଚରଣ ଯୋଗୁଁ ଗାଦୀ ଚ୍ୟୁତ ହେଇଥିଲେ ।
ସେମିତି ଫ୍ରାନ୍ସର ଚତୁର୍ଥ ଚାର୍ଲସ, ଇଂଲଣ୍ଡର ଷଷ୍ଠ ହେନେରୀ,ବାଭାରିଆର ଦ୍ୱିତୀୟ ଲୁଡ଼ୱିଗ ପ୍ରମୁଖଙ୍କ ନଜୀର ଆମେ ଇତିହାସରୁ ପାଇବା ।
ଭାରତରେ ଯେତେବେଳେ ବ୍ରିଟିଶ ରାଜ ଚାଲିଥିଲା ସେତେବେଳେ ବଂଶାନୁଗତ ରାଜାମାନଙ୍କ ମଧ୍ୟରେ କେହି ଯଦି ମସ୍ତିଷ୍କ ବିକୃତ ଉତ୍ତରାଧିକାରୀ ଦାବୀଦାର ପ୍ରଶ୍ନ ଆସୁଥିଲା ସେ କ୍ଷେତ୍ରରେ ରାଜା ତୃତୀୟ ଜର୍ଜଙ୍କ ପାଇଁ ଲାଗୁ ହେଇଥିବା Regency Act କୁ ପ୍ରୟୋଗ କରି ରାଜ୍ୟ ଶାସନ ହେଉଥିଲା ଏବଂ ଏଥିପାଇଁ Court of Wards ଙ୍କ ଦ୍ଵାରା ଶାସନ ପରିଚାଳନା ହେଉଥିଲା ।
ଏପରି କି ଉନବିଂଶ ଶତାବ୍ଦୀର ପ୍ରଥମ ଦଶକରେ କୁର୍ଗ ରାଜା ବୀରରାଜେନ୍ଦ୍ରଙ୍କ କ୍ଷେତ୍ରରେ Regency Actକୁ ଅନୁକରଣ କରି ଶାସନ ପରିଚାଳନା ହେଇଥିଲା ବୋଲି ଐତିହାସିକ ଲେଖିଛନ୍ତି ।
ଏହି ସବୁ ବ୍ୟବସ୍ଥାର ଆବଶ୍ୟକତା ଥିଲା । କାରଣ ଶାସକ ହାତରେ ଯେହେତୁ ସମସ୍ତ କ୍ଷମତା କେନ୍ଦ୍ରୀଭୂତ ହେଉଛି ସେତେବେଳେ ମସ୍ତିଷ୍କ ବିକୃତ ଶାସକ ହାତରେ ଦେଶ/ ରାଷ୍ଟ୍ର/ସାମ୍ରାଜ୍ୟ କେବେ ସୁରକ୍ଷିତ ହେଇ ନଥାଏ ।
ଏହି ପ୍ରଶ୍ନ ଆମେରିକା ନାଗରିକ ଓ ଆଇନପ୍ରଣେତାଙ୍କ କ୍ଷେତ୍ରରେ ଉଠିଥିବା । କାରଣ ତାଙ୍କର ବ୍ୟବହାର ନିରନ୍ତର Bi-polar disorder ଭଳି ଆମେରିକା ଓ ବିଶ୍ଵବ୍ୟାପୀ ଚର୍ଚ୍ଚା ହେଲା । ସମସ୍ତେ ଲକ୍ଷ୍ୟ କରୁଥିଲେ ରାଷ୍ଟ୍ରପତି ପ୍ରତି ମିନିଟରେ ମତ ପରିବର୍ତ୍ତନ କରୁଛନ୍ତି ।
ଏହା ଚରମ ସୀମାରେ ପହଞ୍ଚି ଥିଲା ଯେତେବେଳେ 10 ଦିନ ମହଲତ ଶେଷରେ 45 ଦିନର ଯୁଦ୍ଧ ବିରତି ପ୍ରସ୍ତାବ ଆମେରିକା ଆଡୁ ଆସିଥିଲା ଓ ଏହା ଉପରେ ସର୍ତ୍ତାବଳୀ ପାକିସ୍ତାନ ମାଧ୍ୟମରେ ଆଦାନ ପ୍ରଦାନ ହେଉଥିଲା ସେତେବେଳେ ଏହାର ଅଗ୍ରଗତି କଥା ଉଲ୍ଲେଖ ନ କରି ଇରାନର 5/7 ହଜାର ବର୍ଷର ପ୍ରାଚୀନ ସଭ୍ୟତାକୁ ଗୋଟିଏ ରାତିରେ ଶେଷ କରିଦେବେ ବୋଲି ରାଷ୍ଟ୍ରପତି ହଠାତ ଘୋଷଣା କଲେ ।
ଇରାନ , ଆମେରିକା ପିଲାମାନେ ବି କଥାଟି ଶୁଣି ରାଷ୍ଟ୍ରପତିଙ୍କ ମାନସିକ ସ୍ଥିତି ନେଇ ସନ୍ଦେହ ପ୍ରକାଶ କଲେ ।
ତାଙ୍କୁ ବହିଷ୍କାର କରିବା ଅଥବା ଆବଶ୍ୟକ ଅନୁଛେଦ ପ୍ରୟୋଗ କରି ଉପ ରାଷ୍ଟ୍ରପତିଙ୍କ ହାତକୁ କ୍ଷମତା ହସ୍ତାନ୍ତର ଦାବୀ ଉଠିଲା ।
ଅନ୍ୟ ପକ୍ଷରେ ଇରାନ ମଧ୍ୟ ନିଜକୁ ପ୍ରସ୍ତୁତ କରି ରହିଲା । ରାଷ୍ଟ୍ରପତିଙ୍କ ହାତରେ ଯେତେବେଳେ ଅଖଣ୍ଡ କ୍ଷମତା ରହିଛି ସେତେବେଳେ କିଛି ବି କରି ପାରନ୍ତି ବୋଲି ଚର୍ଚ୍ଚା ହେଲା । ଗତ ରାତି ଥିଲା କୟାମତ କି ରାତ ।
କିନ୍ତୁ ଏହି ରାତିରେ ଇରାନବାସୀ ଯେଉଁ ନଜୀର ସୃଷ୍ଟି କଲେ ଦୁନିଆର ଯୁଦ୍ଧ ଇତିହାସରେ ଅନନ୍ୟ ନଜୀର ।
ଆମେ ଦ୍ଵିତୀୟ ବିଶ୍ୱ ଯୁଦ୍ଧ ବେଳେ ନାଜି ଆକ୍ରମଣରୁ ଷ୍ଟାଲିନଗ୍ରାଡ଼ ସୁରକ୍ଷା ଯୁଦ୍ଧ ଇତିହାସ ଜାଣିଛେ । ଯେଉଁ ଯୁଦ୍ଧରେ ନାଜୀ ବାହିନୀ ହାତରୁ ଷ୍ଟାଲିନଗ୍ରାଡ଼ ରକ୍ଷା କରିବା ଅସମ୍ଭବ ଥିଲା । ସେତେବେଳେ ଜର୍ମାନୀର ଅସ୍ତ୍ରଶସ୍ତ୍ର ଓ ସେନାବାହିନୀ ମଧ୍ୟ ଦୁର୍ଜୟ ଥିଲା । କିନ୍ତୁ ସମଗ୍ର ସୋଭିଏତବାସୀ ହିଟଲର ଓ ନାଜୀ ଆକ୍ରମଣ ବିରୁଦ୍ଧରେ ଥିଲେ । ଷ୍ଟାଲିନଗ୍ରାଡ଼ ଯଦି ପତନ ହେଇଥାନ୍ତା ତାହେଲେ ସୋଭିଏତ ୟୁନିୟନ ପତନ ମଧ୍ୟ ଅସମ୍ଭବ ନଥିଲା ।
ଇରାନ ଯୁଦ୍ଧ ଭିନ୍ନ ପରିସ୍ଥିତିରେ ଇରାନବାସୀ ଲଢୁଥିଲେ ।ଅସ୍ତ୍ରଶସ୍ତ୍ର, ସାମରିକ ଶକ୍ତି, ଆର୍ଥିକ ଶକ୍ତି ଦୃଷ୍ଟିରୁ ଇରାନ ଆମେରିକା ତୁଳନାରେ କିଛି ନୁହେଁ । ପୁଣି 40 ଦିନ ଯୁଦ୍ଧ ଭିତରେ ଇରାନ ସର୍ବୋଚ୍ଚ ରାଜନୈତିକ ଓ ସାମରିକ ଅଧିକାରୀମାନଙ୍କୁ ହରେଇ ଦେଇଥିଲା । ହଜାର ହଜାର ବେସାମରିକ ଭିତ୍ତିଭୂମି , ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ କେନ୍ଦ୍ର , ଗବେଷଣା ପ୍ରତିଷ୍ଠାନ ଧ୍ୱଂସ ହେଇ ଯାଇଥିଲା । ଦୀର୍ଘ ବର୍ଷର ଆର୍ଥିକ ବାସନ୍ଦ ଯୋଗୁଁ ଇରାନର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେଇ ଯାଇଥିଲା ।
ତଥାପି ଗତକାଲି ରାତିକୁ ଇରାନର ସମଗ୍ର ଜନତା ଅସ୍ତିତ୍ୱର ଲଢେଇ ଭାବରେ ଗ୍ରହଣ କରିଥିଲେ ।ସମସ୍ତେ ପ୍ରାଚୀନ ସଭ୍ୟତାକୁ ରକ୍ଷା କରିବା ପାଇଁ ସହୀଦ ହେବାକୁ ପ୍ରସ୍ତୁତ ଥିଲେ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କୁନି କୁନି ପୁଅ ଝିଅ ମଧ୍ୟ ମାନଵ ଶୃଙ୍ଖଳ କରି ଆମେରିକା ଓ ଇସ୍ରାଏଲର ଚାଲେଞ୍ଜକୁ ଗ୍ରହଣ କଲେ । ଯୁଦ୍ଧ ଆରମ୍ଭରେ ଯେଉଁ ଇରାନ ବାସୀ ନିଜର କର୍ମ ସନ୍ଧାନରେ ବିଭିନ୍ନ ଦେଶକୁ ଚାଲି ଯାଇଥିଲେ ସେମାନେ ମଧ୍ୟ ମାତୃଭୂମି ରକ୍ଷା ପାଇଁ ଇରାନ ଫେରି ଆସିଥିଲେ । ଆମେରିକାର ପରମାଣୁ ବୋମା ଧମକକୁ ମଧ୍ୟ ଭୟ ନଥିଲା । ହୁଏତ ଆମେରିକା ପରମାଣୁ ବୋମା ପକେଇ ଆଉ କିଛି ହିରୋସିମା- ନାଗାସାକୀ କରିଥାନ୍ତା । ଇରାନ ରାଷ୍ଟ୍ରପତି ଘୋଷଣା କରିଥିଲେ ମୋ ସମେତ 2 କୋଟି ଇରାନ ବାସୀ ସହୀଦ ହେବାକୁ ପ୍ରସ୍ତୁତ ହୁଏ । ସବୁଠାରୁ ଉଲ୍ଲେଖ ଯୋଗ୍ୟ ଯେ ଇରାନରେ ବାସ କରୁଥିବା ହଜାର ହଜାର ଇହୁଦୀ ମଧ୍ୟ ଏଥିରେ ସାମିଲ ହେଇଥିଲେ ।
ଏପରି କି ଅଷ୍ଟ୍ରେଲିଆ ଯାଇଥିବା ମହିଳା ଫୁଟବଲ ଦଳ ଇରାନ ଫେରି ଆସି ଏଥିରେ ସାମିଲ ହେଇଥିଲେ । କଳାକାର, ଶିଳ୍ପୀ , ସଙ୍ଗୀତକାର ନିଜର ଉପକରଣ ସହ ବିଭିନ୍ନ ଶକ୍ତି କେନ୍ଦ୍ର ଆଗରେ ବସି ମୃତ୍ୟୁ ପାଇଁ ପ୍ରସ୍ତୁତ ଥିଲେ । ରାଷ୍ଟ୍ରପତିଙ୍କ ଆହ୍ୱାନ କ୍ରମେ ପ୍ରତ୍ୟେକ ପରିବାରରୁ ଅନ୍ୟୁନ ଜଣେ ସହୀଦ ହେବାକୁ ସୋସିଆଲ ମିଡିଆରେ ନିଜର ସହମତି ପ୍ରକାଶ କରି କୟାମତ କି ରାତ ରେ ମାନଵ ଶୃଙ୍ଖଳରେ ଯୋଗ ଦେଇଥିଲେ । ଯେଉଁମାନେ ବିକଳାଙ୍ଗ, ଅସୁସ୍ଥ ସେମାନେ ମଧ୍ୟ ବିଭିନ୍ନ ପ୍ରକାରେ ସହଯୋଗ କରିଥିଲେ । ଏହା ଥିଲା ଅନନ୍ୟ ଦେଶପ୍ରୀତି । କୌଣସି ଶାସକଙ୍କୁ ସୁରକ୍ଷା ଦେବା ପାଇଁ ନୁହେଁ, ନିଜର ଜନ୍ମଭୂମି, ନିଜର ସଭ୍ୟତା ଓ ସଂସ୍କୃତିକୁ ରକ୍ଷା କରିବା ପାଇଁ ।
ଏହି ମନୋଭାବ ହିଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଇରାନର 10 ଦଫା ସର୍ତ୍ତରେ ଦୁଇ ସପ୍ତାହ ସମ୍ପୂର୍ଣ୍ଣ ଯୁଦ୍ଧବିରାମ ପାଇଁ ନିଜ ପକ୍ଷରୁ ଘୋଷଣା କରିବାକୁ ପଡ଼ିଲା ।
ଦ୍ଵିତୀୟ ଭାଗରେ ଏହି ଯୁଦ୍ଧ ବିରାମର ଭବିଷ୍ୟତ ଓ ବିଶ୍ୱ ରାଜନୈତିକ ଅର୍ଥନୈତିକ କ୍ଷେତ୍ରରେ ଏହାର ପ୍ରଭାବ ଉପରେ ଆଲୋଚନା କରିବି ।
–
ଇରାନ -ଆମେରିକା ଯୁଦ୍ଧର ପ୍ରଥମ ଦିନରୁ ହିଁ ଇରାନ କହି ଆସିଥିଲା ଯୁଦ୍ଧ ଆମେ ଆରମ୍ଭ କରି ନାହୁଁ,କିନ୍ତୁ ଯୁଦ୍ଧ ଆମ ସର୍ତ୍ତରେ ହିଁ ବନ୍ଦ ହେବ ।
8 ତାରିଖ ସକାଳ 4ଟା ( ଭାରତୀୟ ସମୟ ) ପର୍ଯ୍ୟନ୍ତ ବିଶ୍ଵବ୍ୟାପୀ ଉତ୍କଣ୍ଠା ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ଇରାନ ସଭ୍ୟତା ଓ ରାଷ୍ଟ୍ରକୁ ସମ୍ପୂର୍ଣ୍ଣ ବିଲୋପ କରିବା ଘୋଷଣାକୁ କେନ୍ଦ୍ରକରି । କୟାମତ କି ରାତ । ଆଶଙ୍କା ସୃଷ୍ଟି ହେଇଥିଲା ଆମେରିକା ଇରାନକୁ ଯେଉଁ ପରିମାଣରେ ଧ୍ୱଂସ କରିବାକୁ ଘୋଷଣା କରୁଛି ତାହା ଇରାନ ଭିତରକୁ ସେନା ବାହିନୀ ପଠେଇ କରିବା ସମ୍ଭବ ନୁହେଁ । ଏକମାତ୍ର ବିକଳ୍ପ ପରମାଣୁ ଅସ୍ତ୍ର ପ୍ରୟୋଗ । ଇରାନ ସରକାର ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କର ଯୁଦ୍ଧ କ୍ୟାବିନେଟର ଏହି ଘୋଷଣାକୁ ତୁରନ୍ତ ଜବାଵ ଦେଇଥିଲା ଓ ସେଦିନ ଇରାନ ଜନତା ରାତିସାରା ମାନଵ ଶୃଙ୍ଖଳ କରି ଇରାନକୁ ଉତ୍ସବ ମୁଖର କରିଥିଲେ । ଇରାନର ପ୍ରାୟ 1700 ବର୍ଷର ପୁରୁଣା ଐତିହ୍ୟ ସେତୁ ଓ ଦେଜଫୁଲ ନଗରୀର ମୁଖ୍ୟ ସ୍ମାରକୀ ଏବଂ ପର୍ଯ୍ୟଟନ କେନ୍ଦ୍ର ସମେତ ବିଭିନ୍ନ ସେତୁ ଯଥା White Bridge (Pol-e-Sefid ) ,Black Bridge ( Pol-e-Siah ) Arch Bridge ( Pol-e-Ghowsi) ବିଭିନ୍ନ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଯଥା Tabriz Thermal Power Plant, Semnan Power Facility, Kazerun Power Plant ,Mashhad Plants, IIam Infrastructure ଓ ଏକମାତ୍ର ପରମାଣୁ କେନ୍ଦ୍ର Bushehr Nuclear Power Plant ଠାରେ ମାନବ ଶୃଙ୍ଖଳ ଘେରି ରହିଥିଲା । ହର୍ମୁଜ ଦ୍ୱୀପ ଓ ଖର୍ଗ ଦ୍ୱୀପ ଇତ୍ୟାଦି ସ୍ଥାନକୁ ମାନଵ ଶୃଙ୍ଖଳ କରି ରହିଥିଲେ ।
ଏହି ମାନବ ଶୃଙ୍ଖଳର ଶୀର୍ଷକ ଥିଲା – Iran’s Youth Human Chain For Future Iran .
କୌଣସି ଉତ୍ତେଜନା ନଥିଲା, କୌଣସି ଉନ୍ମାଦ ପ୍ରଦର୍ଶନ ନଥିଲା , କେବଳ ଗାନ୍ଧୀଗିରି ଅହିଂସ ପ୍ରଦର୍ଶନ ।
ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ନିକଟରେ କେବଳ ଦୁଇଟି ବିକଳ୍ପ ଥିଲା । ନିଜ ପକ୍ଷରୁ ମହଲତ ବୃଦ୍ଧି କରିବା ଅଥବା ପରମାଣୁ ଶକ୍ତି ପ୍ରୟୋଗ କରି ଲକ୍ଷ ଲକ୍ଷ ଇରାନ ବାସୀଙ୍କୁ ହତ୍ୟା କରିବା ।
ପ୍ରଥମ ବିକଳ୍ପକୁ ଗ୍ରହଣ କରିଥିଲେ ଆମେରିକା ରାଷ୍ଟ୍ରପତିଙ୍କ ଅବଶିଷ୍ଟ ପ୍ରତିଷ୍ଠା ସମ୍ପୂର୍ଣ୍ଣ ଧୂଳିସାତ ହେଇଥାନ୍ତା । ଦ୍ୱିତୀୟ ବିକଳ୍ପ ଅର୍ଥାତ ପରମାଣୁ ଶକ୍ତି ପ୍ରୟୋଗ ଆଦୌ ସମ୍ଭବ ନଥିଲା । ଚୀନ, ରୁଷିଆ ଅନ୍ୟାନ୍ୟ ରାଷ୍ଟ୍ରମାନେ ସତର୍କବାଣୀ ଶୁଣେଇ ଦେଇଥିଲେ । ଏପରି କି ସାଉଦୀ ଆରବିୟା ଓ ୟୁଏଇ ସମେତ ମଧ୍ୟପ୍ରାଚ୍ୟର ଇସ୍ରାଏଲ ସମର୍ଥକ ଦେଶ ଯୁଦ୍ଧକୁ ଜାରୀ ରଖିବା ସପକ୍ଷରେ ଥିଲେ ବି ପରମାଣୁ ଯୁଦ୍ଧ ସପକ୍ଷରେ ନଥିଲେ । କାରଣ ଏହା ବ୍ୟାପକ ପରମାଣୁ ଯୁଦ୍ଧ ଆଡକୁ ନେଇ ଯାଇପାରେ ଓ ତୃତୀୟ ବିଶ୍ଵ ଯୁଦ୍ଧର ସମ୍ଭାବନା ସୃଷ୍ଟି ହେଇପାରେ । ତେଣୁ ରାଷ୍ଟ୍ରପତି ଟ୍ରମ୍ପ ସମ୍ମାନଜନକ ଏକ ପ୍ରସ୍ଥାନ ପଥ ଚାହୁଁଥିଲେ । ଅସ୍ଥାୟୀ ଯୁଦ୍ଧ ବିରାମ ପାଇଁ ଇରାନକୁ କୌଣସି ପ୍ରକାର ରାଜି କରେଇବା ଓ ଆଲୋଚନା ଟେବୁଲକୁ ଆଣିବା ଟ୍ରମ୍ପଙ୍କ ପାଇଁ ଜରୁରୀ ଥିଲା ।
ବର୍ତ୍ତମାନ ଯାହା ତଥ୍ୟ ଆସୁଛି ଇରାନକୁ ରାଜି କରେଇବା କ୍ଷେତ୍ରରେ ଚୀନର ବଡ଼ ଭୂମିକା ଥିଲା । ତେଣେ ହଙ୍ଗେରୀ ନିର୍ବାଚନ ପ୍ରଚାରରେ ଯାଇଥିବା ଉପ ରାଷ୍ଟ୍ରପତି ଜେ ଡି ଭାନ୍ସ ମଧ୍ୟ ନିଜର ରାଜନୈତିକ ଭବିଷ୍ୟତ ପାଇଁ ଇରାନ ପୂର୍ବରୁ ଦେଇଥିବା 10 ଦଫା ସର୍ତ୍ତକୁ ରାଷ୍ଟ୍ରପତି ଟ୍ରମ୍ପ ଗ୍ରହଣ କରି ଆଲୋଚନା ଆରମ୍ଭ କରିବା ଉପରେ ଜୋର ଦେଇଥିଲେ । ସେତେବେଳେ ସେ ହଙ୍ଗେରୀରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସମର୍ଥିତ ପ୍ରାର୍ଥଙ୍କ ସମର୍ଥନ ରେ ଭୋଟ ପ୍ରଚାର ପାଇଁ ଦୁଇ ଦିନିଆ ଗସ୍ତରେ ଥିଲେ । ରାଷ୍ଟ୍ରପତି ଙ୍କୁ ପରମାଣୁ ଶକ୍ତି ପ୍ରୟୋଗ ନିଷ୍ପତ୍ତି ବଦଳରେ ଇରାନ ସହ ଦୁଇ ସପ୍ତାହ ଯୁଦ୍ଧ ବିରାମ ଘୋଷଣା କରିବା ଉପରେ ଜୋର ଦେଇଥିଲେ । କିନ୍ତୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ଯୋଜନାରୁ ଯୁଦ୍ଧ କ୍ୟାବିନେଟ ମନ୍ତ୍ରୀ Pete Hegseth ଙ୍କ ପ୍ରଥମେ ଦୂରେଇ ରଖିଥିଲେ । ସେ ଜାଣିଥିଲେ ବର୍ତ୍ତମାନର Secretary Of War Pete Hegseth ଓ ମଧ୍ୟପ୍ରାଚ୍ୟ Special Envoy ତଥା ଟ୍ରମ୍ପଙ୍କ ପରମ ମିତ୍ର Steve Witkoff ଇରାନ ବିରୁଦ୍ଧରେ ଯୁଦ୍ଧ ସପକ୍ଷରେ ରହିଛନ୍ତି । ଯଦିଓ Steve Witkoff ପ୍ରଥମେ ଯୁଦ୍ଧକୁ ବିରୋଧ କରୁଥିଲେ, କିନ୍ତୁ ସେ ଇସ୍ରାଏଲ ଜିଓନିଷ୍ଟ ଯୁଦ୍ଧ ଉନ୍ମାଦ ଗୋଷ୍ଠିର ସମର୍ଥକ ।
ତେଣୁ ଇରାନ -ଆମେରିକା ଆଲୋଚନାରେ ସେମାନଙ୍କ ଉପସ୍ଥିତି କୁ ଇରାନ ବିରୋଧ କରୁଥିଲା । ଇରାନକୁ ରାଜି କରେଇବା ପାଇଁ ଟ୍ରମ୍ପ ହିଁ ଉପ ରାଷ୍ଟ୍ରପତି ଜେ ଡି ଭାନ୍ସ ଙ୍କୁ ଦାୟିତ୍ୱ ଦେଇଥିଲେ । ଏବଂ ଏଥିରେ ପାକିସ୍ତାନକୁ ସାମିଲ କରିବା ପ୍ରସ୍ତାବ ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଇଜିପ୍ଟ,ସାଉଦୀ ଆରବୀୟା, ତୁର୍କୀ ,କୁଏତ ଓ ପାକିସ୍ତାନ 45 ଦିନର ଯୁଦ୍ଧ ବିରତି ପ୍ରସ୍ତାବ ଦେଇଥିଲେ । ଇରାନ ଓ ଆମେରିକା ସହ ଆଲୋଚନା ଚାଲୁ ରଖିଥିଲେ । ପାକିସ୍ତାନ ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିଥିଲେ । ଇରାନ ନିଜର ସର୍ତ୍ତ ରଖିଥିଲା । ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ ଇରାନ ନିଜସ୍ୱ ନେଟ ମାଧ୍ୟମରେ ଚାଟିଂ କରି ଇରାନର ସର୍ତ୍ତ ସମ୍ପର୍କରେ ଆଲୋଚନା କରିଥିଲେ । ଇରାନର 10 ସୂତ୍ରୀ ଏବଂ 5 ସୂତ୍ରୀ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରପତି ଟ୍ରମ୍ପ ଏହି ପ୍ରସ୍ତାବ ଉପରେ ଆଲୋଚନା ହେଇପାରେ ବୋଲି ସୂଚନା ମଧ୍ୟ ବାରମ୍ବାର ଦେଇଥିଲେ । ଏବଂ 45 ଦିନିଆ ଦୁଇ ପର୍ଯ୍ୟାୟ ଯୁଦ୍ଧ ବିରାମ ଆମେରିକା ସମ୍ବାଦପତ୍ର ପ୍ରଥମେ ସୂଚନା ଦେଇଥିଲେ । ପୂର୍ବରୁ 10 ଦିନିଆ ମହଲତ ଗୋଟିଏ ଦିନ ବୃଦ୍ଧି କରିବା ପରେ ଯୁଦ୍ଧ ବିରାମ ସମ୍ପର୍କରେ ଆଶା ସୃଷ୍ଟି ହେଇଥିଲା ।
ହଠାତ ରାଷ୍ଟ୍ରପତି ଟ୍ରମ୍ପ Dead line ଶେଷ ହେବା ପୂର୍ବରୁ ଯେଭଳି End Of Civilizaton ଧମକ ଓ ଅଶାଳୀନ ଏବଂ ଅଶ୍ଳୀଳ ଭାଷାରେ ଇରାନ , ସିହା ଇସଲମକୁ ଗାଳି ଦେଲେ , ପରମାଣୁ ଅସ୍ତ୍ର ପ୍ରୟୋଗ ସଂକେତ ତାହା ଶୁଣି ଇରାନ ଜବାବୀ ବାର୍ତ୍ତା ପୋଷ୍ଟ କଲେ । ପାକିସ୍ତାନ ମଧ୍ୟ ଆଲୋଚନାର କୌଣସି ପ୍ରୟୋଜନ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଲେ ।
ଇରାନ ଓ ପାକିସ୍ତାନର ଏହି ଘୋଷଣା ପରେ ପୁଣି Back Channel ଆଲୋଚନା ଆରମ୍ଭ ହେଇଥିଲା । କୟାମତ କି ରାତ ପ୍ରାୟ 10 ଟାରେ କିଛି ୱେବ ଚାନେଲ ଇସ୍ରାଏଲର ଏକ ସମ୍ବାଦକୁ ଉଲ୍ଲେଖ କରି କହିଥିଲେ ରାଷ୍ଟ୍ରପତି ଟ୍ରମ୍ପ ସେତେବେଳେ 6ଟି ରାଷ୍ଟ୍ର ଓ 8ଟି ଗୋଇନ୍ଦା ସଂସ୍ଥା ସହ ଟେଲିଫୋନରେ ବର୍ତ୍ତାଳାପ କରି କୌଣସି ପ୍ରକାର ଇରାନକୁ ଦୁଇ ସପ୍ତାହ ଯୁଦ୍ଧ ବିରାମ ପାଇଁ ରାଜି କରେଇବା ପ୍ରସ୍ତାବ ଦେଇଥିଲେ ।ଅର୍ଥାତ ଟ୍ରମ୍ପ ପରମାଣୁ ଅସ୍ତ୍ର ପ୍ରୟୋଗ ସପକ୍ଷରେ ନଥିଲେ ,କିମ୍ବା ଯୁଦ୍ଧକୁ ଳମ୍ବେଇବା ଇଚ୍ଛା ନଥିଲା । କେବଳ ସମ୍ମାନ ଜନକ ପ୍ରସ୍ଥାନ ପଥ ଖୋଜୁ ଥିଲେ । ଏଥିରେ ଉପ ରାଷ୍ଟ୍ରପତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଇସ୍ରାଏଲକୁ ପ୍ରଥମେ ଆଲୋଚନା ଭିତରକୁ ନ ଆଣି ଇରାନର ସର୍ତ୍ତଗୁଡିକୁ ଚୂଡାନ୍ତ କରି ଜଣେଇଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଥିଲେ । କାରଣ ପ୍ରସ୍ତାବରେ ଲେବାନନ, ହମାସ ପ୍ରଶ୍ନ ମଧ୍ୟ ଥିଲା ।
ଉପ ରାଷ୍ଟ୍ରପତି ଜେ ଡି ଭାନ୍ସଙ୍କ ମାଧ୍ୟମରେ ଇରାନର 10 ଦଫା ସର୍ତ୍ତ ର ଡ୍ରାଫ ପଠେଇ ଥିଲେ ଓ ତାହା ରାଷ୍ଟ୍ରପତି ଟ୍ରମ୍ପ ଚୂଡାନ୍ତ କରିବା ପରେ ହିଁ ପ୍ରାୟ ଏକା ସମୟରେ ଦୁଇ ସପ୍ତାହ ଯୁଦ୍ଧ ବିରାମ ଘୋଷଣା ରାଷ୍ଟ୍ରପତି ଟ୍ରମ୍ପ, ଇରାନ ପ୍ରେସିଡେଣ୍ଟ ମାସୁଦ ପେଜେସ୍କିନ, ବୈଦେଶିକ ମନ୍ତ୍ରୀ ଆବାସ ଆଗାଚୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ,ଫିଲ୍ଡ ମାର୍ଶାଲ ଅସୀମ ମୁନୀର ପ୍ରମୁଖଙ୍କ ପକ୍ଷରୁ ଆସିଥିଲା ।ଇସ୍ରାଏଲ ମଧ୍ୟ ଯୁଦ୍ଧ ବିରାମ ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା ହେବା କଥା ଜଣେଇ ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ସୋସିଆଲ ମିଡିଆରେ ଯେଉଁ ଇଂରାଜୀ ପୋଷ୍ଟ କରିଥିଲେ ସେଥିରେ ଲେବାନନ କଥା ଉଲ୍ଲେଖ କରି ନଥିଲେ ।
ମଧ୍ୟପ୍ରାଚ୍ୟରେ ଲେବାନନ ସମେତ ସମସ୍ତ ପ୍ରକାର ଯୁଦ୍ଧ ବିରାମ ସମ୍ବାଦ କୁ ତୁରନ୍ତ ବିଶ୍ଵ ମିଡିଆରେ ପ୍ରସାରଣ ହେଇଥିଲା ଓ ଅଧିକାଂଶ ରାଷ୍ଟ୍ର ସ୍ୱାଗତ କରିଥିଲେ । ଇରାନ ମଧ୍ୟ ହର୍ମୁଜ ଡମ୍ବରୁକୁ କେବଳ ଖୋଲି ନଥିଲା IRGC ତତ୍ୱାବଧାନ ରେ ତୈଳ ଜାହାଜ ଛାଡିବା ପ୍ରକ୍ରିୟା ଆରମ୍ଭ ହେଇଥିଲା । ଖବର ପ୍ରସାରଣ ହେଲା ପୂର୍ଵ ଉପକୂଳ ଅଭିମୁଖେ ଭାରତର ପ୍ରଥମ ତୈଳ ଟ୍ୟାଙ୍କର ସମୁଦ୍ର ଯାତ୍ରା କରିଥିଲା ।
କିନ୍ତୁ କିଛି ସମୟ ପରେ ରାଷ୍ଟ୍ରପତି ଟ୍ରମ୍ପ ଓ ଉପ ରାଷ୍ଟ୍ରପତି ଜେ ଡି ଭାନ୍ସଙ୍କ ଏହି ଯୁଦ୍ଧ ବିରାମ ନିଷ୍ପତ୍ତିକୁ ସିଧା ଚାଲେଞ୍ଜ କରି ଇସ୍ରାଏଲ ଦକ୍ଷିଣ ଲେବାନନର ଜନବସତି ଉପରେ ହଠାତ କ୍ଷେପଣାସ୍ତ୍ର ମାଡ଼ କରି ପ୍ରାୟ 260 ନାଗରିକଙ୍କୁ ହତ୍ୟା କରିଛି ଓ 700 ପାଖାପାଖି ଆହତ କରିଛି । ଏପରି କି ଡାକ୍ତର ପରିବାର , ଆମ୍ବୁଲାନ୍ସ ମଧ୍ୟ ସେଥିରୁ ବାଦ ଦେଇ ନାହିଁ ।
ବିଶ୍ୱ ନେତାମାନେ ତୀବ୍ର ନିନ୍ଦା କରିବା ଆରମ୍ଭ କରିଛନ୍ତି । ଭାରତ କିନ୍ତୁ ନୀରବ ରହିଛି ।
ଏହାର କାରଣ କଣ ହେଇପାରେ ? ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁଦ୍ଧ ନୀତି କିଏ ଚଳାଉଛି ? ରାଷ୍ଟ୍ରପତି ଟ୍ରମ୍ପ ବେଞ୍ଜାମିନ ନେତାନ୍ୟୁହୁଙ୍କ ନିକଟରେ ଏଭଳି ନିରୂପାୟ କାହିଁକି ? ନା, ଏହା ଉଭୟଙ୍କ ସୁପରିକଳିତ ଯୋଜନା ଥିଲା ? ରାଷ୍ଟ୍ରପତି ଟ୍ରମ୍ପ ଇପିସ୍ତିନ ଫାଇଲ ଭଳି କିଛି ଘଟଣା ପାଇଁ Compromised ହେଇ ନାହାଁନ୍ତି ତ ? ପୂର୍ବରୁ ଆମେରିକା ରାଷ୍ଟ୍ରପତି ରବର୍ଟ କ୍ଲିଣ୍ଟନଙ୍କୁ ଇସ୍ରାଏଲର ଗୁପ୍ତଚର ବାହିନୀ ମୋସାଦ ସିଆଇଏ ସହାୟତାରେ ଯେପରି ହତ୍ୟା କରିଥିଲେ ସେଭଳି କିଛି ଆଶଙ୍କା ଟ୍ରମ୍ପ କରୁ ନାହାନ୍ତି ତ ? ଇରାନର କୌଣସି ବଡ଼ ନେତାଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଇସ୍ରାଏଲ ଜିଓନିଷ୍ଟ ଗୋଷ୍ଠୀ କରୁ ନାହାନ୍ତି ତ ?
ଇରାନ ନିଜର ମତ ସ୍ପଷ୍ଟ କରି ସାରିଛି ।ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ କରି ପ୍ରଥମେ ଯୁଦ୍ଧ ବିରାମ ଲଙ୍ଘନ କରିଛି । ତେଣୁ ହର୍ମୁଜ ଡମ୍ବରୁ କୁ ପୁଣି ବନ୍ଦ କରି ଦେଇଛି ।
ଇତିମଧ୍ୟରେ ଜେଡି ଭାନ୍ସଙ୍କ ନେତୃତ୍ୱରେ ଆମେରିକା ଶାନ୍ତି ଆଲୋଚନା ଦଳ ପାକିସ୍ତାନ ଅଭିମୁଖେ ଯାତ୍ରା କରିଛନ୍ତି । ମଧ୍ୟପ୍ରାଚ୍ୟର କେବଳ ୟୁଏଇକୁ ବାଦ ଦେଇ GOC ସଭ୍ୟମାନେ ମଧ୍ୟ ଆସୁଛନ୍ତି ବୋଲି ସୂଚନା ମିଳିଛି ।
ଆଜି ରାତି ସୁଦ୍ଧା ଇସ୍ରାଏଲ ଯଦି ଲେବାନନ ଓ ଅନ୍ୟାନ୍ୟ ଫିଲିଷ୍ଟିନ ଅଞ୍ଚଳରେ ଆକ୍ରମଣ ବନ୍ଦ ନ କରେ ତାହେଲେ କତାର ମଧ୍ୟସ୍ଥିତାରେ ଗତ ଜେନେଭା ଶାନ୍ତି ଆଲୋଚନା ବିଫଳ ହେବା ଭଳି ଏଥର ମଧ୍ୟ ବିଫଳ ହେବ ଓ ଆମେରିକା ତାର ବିଶ୍ୱଶକ୍ତି ପରିଚୟର ସମସ୍ତ ମାନ୍ୟତା ହରେଇବ । ଇରାନର ବିଶେଷ କିଛି କ୍ଷତି ହେବାର ନାହିଁ । ବିଶ୍ୱ କୂଟନୀତି ରେ ଇରାନର ଜୟ ଜୟ କାର ଚାଲିଛି । ଆଗାମୀ ଦିନରେ ହୁଏତ MULTI POLAR NEW WORLD ORDER ସୃଷ୍ଟି ହେବ ଓ ଇରାନ ଏଥିରେ ଗୁରୁତ୍ୱପୂର୍ଣ ଭୂମିକା ନେବ ।
ଇରାନ ନିଜ ପକ୍ଷରୁ ବାରମ୍ବାର ଘୋଷଣା କରିଛି ପରମାଣୁ ଅସ୍ତ୍ର ପ୍ରୟୋଗ ମାନବତା ବିରୋଧୀ ଓ ଇସଲାମ ବିରୋଧୀ ।ତେଣୁ ପରମାଣୁ ଇନ୍ଧନ ସମର୍ପଣ କରିବା ପ୍ରଶ୍ନ ଉଠୁନାହିଁ । ଶାନ୍ତିପୂର୍ଣ୍ଣ ପରମାଣୁ ଉର୍ଜା ବ୍ୟବହାର ଇରାନର ଅଧିକାର । ରୁଷିଆ ମଧ୍ୟ ସ୍ପଷ୍ଟ କରିଛି ଇରାନ କେବେ ପରମାଣୁ ବୋମା ପ୍ରସ୍ତୁତ ପରିକଳ୍ପନା କରି ନାହିଁ । କାରଣ ରୁଷିଆ ଇଞ୍ଜିନିୟର ଓ ବୈଜ୍ଞାନିକମାନେ ହିଁ ଏହି ପ୍ରକଳ୍ପର ରେ କାର୍ଯ୍ୟ କରୁଥିଲେ । ରୁଷିଆର Deputy Head Russian Security Council Dmitri Medvedev ଙ୍କ ଭାଷାରେ Strait Of Hormuz କେବଳ ଇରାନର Nuclear Weapons .
