Justice Suryakanta Remark ଅସରପା ଉଵାଚ.. ଭିନ୍ନ ଏକ ଆଲେଖ୍ୟ

ନୂଆଦିଲ୍ଲୀ :(ବିଜୟ ସାହୁ)-ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ  ସୂର୍ଯ୍ୟକାନ୍ତ ମିଶ୍ର ସୁପ୍ରିମକୋର୍ଟକୁ ଆସିବା ପୂର୍ବରୁ ତାଙ୍କ ବିରୁଦ୍ଧରେ ଗୁରୁତର ଆର୍ଥିକ ଭ୍ରଷ୍ଟାଚାର ଅଭିଯୋଗ ହେଇ ସାରିଥିଲା ।
ଏଠାରେ ତାଙ୍କର ସୁପ୍ରିମକୋର୍ଟ ବିଚାରପତି ହେବା ପର୍ଯ୍ୟନ୍ତ କାହାଣୀର କ୍ରନୋଲୋଜୀ ଅତ୍ୟନ୍ତ ରୋଚକ ଜନକ ।

ଜଷ୍ଟିସ ସୂର୍ଯ୍ୟକାନ୍ତ ହରିୟାଣାର
ହିସାର ଜିଲ୍ଲାରେ ଆଇନ ପେଶା 1984 ମସିହାରେ ଆରମ୍ଭ କରିଥିଲେ ।
2000 ମସିହାରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆଡଭୋକେଟ ଜେନେରାଲ ଭାବରେ 4 ବର୍ଷ ଥିଲେ । ତାପରେ ତାଙ୍କୁ ଵିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେ ଯେତେବେଳେ ପଞ୍ଜାବ – ହରିୟାଣା ହାଇକୋର୍ଟର
ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ ସେତେବେଳେ ଚଣ୍ଡୀଗଡ଼ର ଜଣେ ବ୍ୟବସାୟୀ ସତୀଶ କୁମାର ଜୈନ ରିଏଲ ଇଷ୍ଟେଟ ବ୍ୟବସାୟ କରୁଥିଲେ । ସେ  2012 ମସିହାରେ ଜଷ୍ଟିସ ସୂଯ୍ୟକାନ୍ତ ମିଶ୍ରଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟ ମୁଖ୍ୟ ନ୍ୟାୟାଧୀଶଙ୍କ ନିକଟକୁ ଗୋଟିଏ ଚିଠି ଲେଖିଲେ । ସେତେବେଳେ ଏସ ଏଚ କାପାଡ଼ିଆ ସିଜିଆଇ ଥିଲେ । ଚିଠିରେ ତାଙ୍କ ସହିତ ଆର୍ଥିକ ଧୋକାଦାରୀ ଓ ଆର୍ଥିକ ଭ୍ରଷ୍ଟାଚାର ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ରିଏଲ ଇଷ୍ଟେଟ ବ୍ୟବସାୟୀ ଓ ଏଜେଣ୍ଟ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ପାଇଁ 4ଟି ପ୍ରପର୍ଟି କିଣାବିକା କରିଥିଲେ ଯେଉଁଥିରେ ଜଷ୍ଟିସ ଏଜେଣ୍ଟ ପାଉଣା ପ୍ରଦାନ କରି ନଥିଲେ ଓ ₹7.63 କୋଟି ଟିକସ ଫାଙ୍କି ଥିଲେ । ଏହି କାରବାର ମାର୍ଚ୍ଚ 2010 ରୁ ମାର୍ଚ୍ଚ 2012 ମଧ୍ୟରେ ହେଇଥିଲା ।
ରିଏଲ ଏଷ୍ଟେଟ ଏଜେଣ୍ଟ ଓ ବ୍ୟବସାୟୀ ଅଭିଯୋଗ କରିବା ତିନି ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟର ରେଜେଷ୍ଟ୍ରି ଙ୍କ ଠାରୁ ଗୋଟିଏ ଉତ୍ତର ପାଇଲେ ।
ଉତ୍ତରରେ ଉଲ୍ଲେଖ ଥିଲା – “Take note that  complaint can’t be entertained unless supported by verifiable material and affidavit, received with in 4 weeks .”
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଜୈନ ରେଜିଷ୍ଟ୍ରୀଙ୍କ ଠାରୁ ଉତ୍ତର ପାଇବା 6 ଦିନ ଭିତରେ ଏଫିଡେଭିଟ ସହ ଅଭିଯୋଗ ଚିଠିରେ ଯାହା ଲେଖିଥିଲେ ତାହା ସଲଗ୍ନ କରି କୋର୍ଟରେ ଜବାବ ରଖିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଜୈନ ଅଭିଯୋଗ ପତ୍ରରେ ଲେଖିଥିଲେ,ସୂର୍ଯ୍ୟକାନ୍ତ ତାଙ୍କର ତିନୋଟି ପ୍ରପର୍ଟିକୁ ନବୀକରଣ କରିବା ପାଇଁ ଚୁକ୍ତିବଦ୍ଧ ହେଇଥିଲେ । ଏହି ତିନୋଟି ପ୍ରପର୍ଟି ଭିତରେ ଥିଲା ଚଣ୍ଡୀଗଡ଼ ସେକ୍ଟର 10 ରେ ରହିଥିବା ତାଙ୍କର ସରକାରୀ ବାସଭବନ, ସେକ୍ଟର 16ରେ ଥିବା 2-Bed Room ବାସଗୃହ ଓ ହରିୟାଣାର ପାଞ୍ଚକୁଲାରେ ଥିବା 15 ଏକର ଫାର୍ମ ହାଉସ । ଶ୍ରୀ ଜୈନ ଅଭିଯୋଗରେ ଲେଖିଥିଲେ,ଏସବୁ ନବୀକରଣ କରିବା ପାଇଁ ତାଙ୍କୁ ₹21 ଲକ୍ଷ ଖର୍ଚ୍ଚ କରିବାକୁ ପଡିଥିଲା ,କିନ୍ତୁ ସୂର୍ଯ୍ୟକାନ୍ତ ପଇସାଟିଏ ଦେଇ ନଥିଲେ ।
ଶ୍ରୀ ଜୈନ ସୁପ୍ରିମକୋର୍ଟରେ ଶପଥପାଠ ସହ ଅଭିଯୋଗ ଦାଖଲ କରିବା ପରେ ଜଷ୍ଟିସ ମିଶ୍ର ତାଙ୍କୁ ସେପ୍ଟେମ୍ବର 2012 ରେ ₹6 ଲକ୍ଷ ପୈଠ କରିଥିଲେ ।
ସମ୍ଭବତଃ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସହ ଶ୍ରୀ ଜୈନଙ୍କ ରିଏଲ ଇଷ୍ଟେଟ କାରବାର ନେଇ ପରସ୍ପର ଭିତରେ ବିବାଦ ଯୋଗୁଁ ଶ୍ରୀ ଜୈନ ସୁପ୍ରିମକୋର୍ଟ ରେ ଏହି ଅଭିଯୋଗ କରିଥିଲେ ।
ଶ୍ରୀ ଜୈନ ଶପଥପାଠରେ ଉଲ୍ଲେଖ କରିଥିଲେ ଵିଚାରପତିଙ୍କ ପାଇଁ ସେ ଦୁଇଟି ପ୍ରପର୍ଟି ଖର୍ଦ୍ଦି କରିଥିଲେ ଓ ତାଙ୍କର ଅନ୍ୟ ଦୁଇଟି ପ୍ରପର୍ଟି ବିକ୍ରି କରେଇ ଦେଇଥିଲେ ।
ଜୈନ ପିଟିସନରେ ଦାବୀ କରିଥିଲେ ଯେଉଁ ବିକ୍ରି ଦସ୍ତାବିଜ ପ୍ରସ୍ତୁତ ହେଇଥିଲା ସେଥିରେ ବିକ୍ରି ମୂଲ୍ୟ ଠାରୁ କମ ପରିମାଣ ଦର୍ଶା ଯାଇଥିଲା ଓ ଅବଶିଷ୍ଟ ଅର୍ଥ ନଗଦ ଆକାରରେ ନିଆ ଯାଇଥିଲା । ଏହା ଦ୍ଵାରା ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରସନ ଫି ଫାଙ୍କି ଦିଆ ଯାଇଥିଲା ।
ଏହି ଅଭିଯୋଗର ଗୋଟିଏ କପି ଯେତେବେଳେ CARAVAN MAGAZINE ର ସାମ୍ବାଦିକଙ୍କ ହାତରେ ପଡିଲା, ସେ ସ୍ପଷ୍ଟୀକରଣ ପାଇଁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କଥାବାର୍ତ୍ତା ହେବା ସୁଯୋଗ ପାଇଲେ ନାହିଁ । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଫିସ ମଧ୍ୟ ଅଭିଯୋଗ ସମ୍ପର୍କରେ ନିଜ ପକ୍ଷ ରଖିବାକୁ ଏଡେଇ ଗଲେ ।
ଶ୍ରୀ ଜୈନଙ୍କ ଶପଥପାଠରେ ଉଲ୍ଲେଖ ଥିଲା,ମାର୍ଚ୍ଚ 2010 ରେ ପ୍ରଥମ ପ୍ରପର୍ଟି ବିକ୍ରି ହେଇଥିଲା । ଶ୍ରୀ ଜୈନଙ୍କ ଅଭିଯୋଗ ଅନୁଯାୟୀ ଜଷ୍ଟିସ ସୂର୍ଯ୍ୟକାନ୍ତ ହିମାଚଳ ପ୍ରଦେଶର କୁମାରହାଟି ରୋଡ଼ରେ ଥିବା ଗୋଟିଏ ବେନାମୀ ଫାର୍ମ ହାଉସକୁ ବିକ୍ରି କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ ।
ଫାର୍ମ ହାଉସ ମୂଲ୍ୟ ମୋଟ ₹2.32 କୋଟି ହେଇଥିବା ସତ୍ତ୍ୱେ ବିକ୍ରି ଦଲିଲରେ ମାତ୍ର ₹13 ଲକ୍ଷ ଉଲ୍ଲେଖ ହେଇଥିଲା ଓ ଅବଶିଷ୍ଟ ₹2.20 କୋଟି ନଗଦ ଆକାରରେ ପୈଠ ହେଇଥିଲା । ଶ୍ରୀ ଜୈନ ଲେଖିଛନ୍ତି, ” The said amount was handed over to Honourable Judge .”

2011 ମସିହା ଏପ୍ରିଲରେ ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ରଙ୍କ  441ବର୍ଗ ମିଟରର ବାସଗୃହ ଜମିକୁ ଶ୍ରୀ ଜୈନଙ୍କ ମାର୍ଫତ ₹3.10 କୋଟିରେ ବିକ୍ରି ହେଇଥିଲା ।କିନ୍ତୁ ବିକ୍ରି ଦଲିଲ ₹1.50 କୋଟିରେ ରେଜିଷ୍ଟ୍ରୀ ହେଇଥିଲା ଓ ଅବଶିଷ୍ଟ ଟଙ୍କା ନଗଦ ଆକାରରେ ପୈଠ ହେଇଥିଲା ।
ରିଏଲ ଇଷ୍ଟେଟ ଏଜେଣ୍ଟ ଶ୍ରୀ ଜୈନ ଅଭିଯୋଗରେ ଉଲ୍ଲେଖ କରିଥିଲେ,ଜଷ୍ଟିସ ତାଙ୍କ ପାଇଁ ଦିଲ୍ଲୀରେ ଗୋଟିଏ ବାସଗୃହ ଖୋଜିବା ପାଇଁ ଅନୁରୋଧ କରିଥିଲେ । ଗ୍ରେଟର କୈଳାସ (1) ଅଞ୍ଚଳରେ 285 ବର୍ଗ ଗଜର ଗୋଟିଏ ବାସଗୃହ କିଣିବା ନିଷ୍ପତ୍ତି ହେଲା । ଏହି ପ୍ରପର୍ଟିର ମାଲିକାଣି ଥିଲେ ଜୟପୁର ପୂର୍ବ ରାଜପରିବାରର
ରାଜକୁମାରୀ ଦୀୟା କୁମାରୀ  ଓ 2013 ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏହି ପ୍ରପର୍ଟିକୁ 2010 ମସିହା ସେପ୍ଟେମ୍ବର ମାସରେ ₹3.50 କୋଟିରେ କିଣିଥିଲେ ।କିନ୍ତୁ ବିକ୍ରି ଦଲିଲ ₹1.50 କୋଟିରେ ପ୍ରସ୍ତୁତ ହେଇଥିଲା । ଅବଶିଷ୍ଟ ₹2.00 କୋଟି ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ରଙ୍କ ପତ୍ନୀଙ୍କ ମାଧ୍ୟମରେ ରାଜକୁମାରୀଙ୍କୁ ତାଙ୍କର ମହାରାଣୀ ଆବାସରେ ନେଇ ନଗଦ ପୈଠ କରିଥିଲେ ।
ଶ୍ରୀ ଜୈନ ବ୍ୟକ୍ତିଗତ ଭାବରେ ରାଜକୁମାରୀଙ୍କ ବାସଭବନଙ୍କୁ ଜଷ୍ଟିସ ପତ୍ନୀଙ୍କୁ ନେଇ ଦଲିଲ ସ୍ବାକ୍ଷର କରାଇ ଥିଲେ ।
ଉପରୋକ୍ତ ଆଲେଖ୍ୟ……
(ପୋଷ୍ଟଟି ଅତୁଲଦେବ ଙ୍କ ଦ୍ଵାରା 30 ଜାନୁଆରୀ , 2019ରେ The CARAVAN ରେ ପ୍ରକାଶିତ ତଥ୍ୟର ମର୍ମାନୁବାଦ )
-ଚଣ୍ଡୀଗଡ଼ର ବ୍ୟବସାୟୀ ତଥା ରିଏଲ ଇଷ୍ଟେଟ ଏଜେଣ୍ଟ ସତୀଶ କୁମାର ଜୈନ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଅଭିଯୋଗ ଫର୍ଦ୍ଦ ରେ ଉଲ୍ଲେଖ କରିଥିଲେ ମାନ୍ୟବର ବିଚାରପତି ସୂର୍ଯ୍ୟକାନ୍ତ ମିଶ୍ର ଏକାଧିକବାର ସମ୍ପତ୍ତିର ଅବମୂଲ୍ୟାୟନ କରି ₹7.63 କୋଟିର ଷ୍ଟାମ୍ପ ଡ୍ୟୁଟି ଫାଙ୍କିଛନ୍ତି ଓ ସର୍ବୋପରି ଏହି କାରବାର ଉପରେ ଆୟକର ଫାଙ୍କିଛନ୍ତି ।
ଶ୍ରୀ ଜୈନ ଅଭିଯୋଗ କରିଥିଲେ,” The Honb’le Judge is acting like a property dealer and ensuring maximisation of profits, even at the expense of stamp duty evasion and holding benami property .”

ଶ୍ରୀ ସତୀଶ କୁମାର ଜୈନ ଅଭିଯୋଗ ଦାଖଲ କରିବା ପାଞ୍ଚ ବର୍ଷ ପରେ ପୁଣି ସାନି Serious misconduct ର ସମ୍ମୁଖୀନ ହେଲେ । ଏହି ଅଭିଯୋଗ ଆସିଥିଲା ପଞ୍ଜାବର ସର୍ବାଧିକ ନିରାପତ୍ତା ଭିତରେ ଥିବା ପାତିଆଲା ଜେଲ ରୁ । ଅଭିଯୋଗ କରିଥିଲେ ଜେଲରେ ବନ୍ଦୀ ଭାବରେ ସେତେବେଳେ ଅଟକ ଥିବା ସୁରଜିତ ସିଂ । ସେ ଅଭିଯୋଗ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ
Narcotic Drugs and Psychotropic substances Act ଦଫାରେ ବନ୍ଦୀ ହେଇ ଥିବା ଅଭିଯୁକ୍ତଙ୍କୁ
ସହଜରେ ଜାମିନ ମଞ୍ଜୁର କରୁଥିଲେ । ଏ କ୍ଷେତ୍ରରେ ଜଷ୍ଟିସଙ୍କ ଭାଇ,ପୁତୁରା ଓ ଦୁଇଜଣ ଓକିଲ ଯୋଗସୂତ୍ରକାରୀ ଭାବରେ କାର୍ଯ୍ୟ କରୁଥିଲେ ।
2015 ଅକ୍ଟୋବର ରୁ 2017 ଫେବୃଆରୀ ମଧ୍ୟରେ ଜଷ୍ଟିସ ମିଶ୍ର 8 ଜଣ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଭିଯୁକ୍ତମାନେ ବହୁ ପରିମାଣର ମାଦକ ଦ୍ରବ୍ଯ ସହ ପୋଲିସ ଦ୍ୱାରା ଗିରଫ ହେଇଥିଲେ । ପୁଣି ଏହି ସମୟଟି ଥିଲା ପଞ୍ଜାବ ଓପିୟଡ଼ ମହାମାରୀ ସମୟ ଯେଉଁଥିରେ ଶତାଧିକ ଡ୍ରଗ ସେବନକାରୀ ମୃତ୍ୟୁ ବରଣ କରିଥିଲେ ।
ଶ୍ରୀ ଜୈନ ଓ ଶ୍ରୀ ସିଂହଙ୍କ ଅଭିଯୋଗକୁ ସୁପ୍ରିମକୋର୍ଟ ପ୍ରଶାସନ କୌଣସି ପ୍ରକାର ତଦନ୍ତ ନିର୍ଦ୍ଦେଶ ଦେଇ ନଥିଲେ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ପଞ୍ଜାବ ହରିୟାଣା ବେଞ୍ଚରେ ଵିଚାରପତି ଭାବରେ କାର୍ଯ୍ୟ କରିଥିଲେ । ଚଣ୍ଡୀଗଡ଼ରେ 14 ବର୍ଷ ରହିବା ପରେ ଅକ୍ଟୋବର 3 ,2018 ମସିହାରେ ତାଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ଦିଆ ଯାଇଥିଲା ।
ହିମାଚଳ ପ୍ରଦେଶ ହାଇକୋର୍ଟକୁ ପଦୋନ୍ନତି ମଧ୍ୟ ବିବାଦଶୁନ୍ୟ ନଥିଲା । ପଞ୍ଜାବ ହରିୟାଣା ହାଇକୋର୍ଟରେ ଜଷ୍ଟିସ ମିଶ୍ରଙ୍କ ଠାରୁ 4 ବର୍ଷ ବରିଷ୍ଠ ଥିବା ବିଚାରପତି ଏ କେ ମିତ୍ତଲଙ୍କ ପଦୋନ୍ନତିକୁ ବିଚାରକୁ ନ ନେଇ
କଲେଜିୟମ ତାଙ୍କ ନାମକୁ ସୁପାରିଶ କରିଥିଲେ ।
କଲେଜିୟମ ସୁପାରିଶ କରିବା ଦୁଇ ଦିନ ପରେ ସୁପ୍ରିମକୋର୍ଟ ର ଜନୈକ୍ୟ ପଦାସୀନ ବିଚାରପତି ଏ କେ ଗୋୟେଲ
କଲେଜିୟମର ନିଷ୍ପତ୍ତିରେ ଖୋଲାଖୋଲି ନିଜର ଅସହମତି ପ୍ରକାଶ କରିଥିଲେ । ତଥାପି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ  ହିମାଚଳ ପ୍ରଦେଶ ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରଦାନ କରା ଯାଇଥିଲା । ଜଷ୍ଟିସ ମିତ୍ତଲ ଚଣ୍ଡୀଗଡ଼ ହାଇକୋର୍ଟରେ ବିଚାରପତି ଥିଲେ । The
CARAVAN ସାମ୍ବାଦିକ ଲେଖିଛନ୍ତି -2017 ମସିହା ଏପ୍ରିଲରେ ଉଚ୍ଚ ନ୍ୟାୟାଳୟର କିଛି ବିଚାରପତିଙ୍କ ସୂତ୍ରରୁ ଖବର ପାଇଥିଲେ,ଜଷ୍ଟିସ ଏକେ  ମିତ୍ତଲ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବା ପାଇଁ
କଲେଜିୟମ ବିଚାର କରିଥିଲେ । କିନ୍ତୁ ସେତେବେଳେ ତାହା କାର୍ଯ୍ୟକାରୀ ହେଇ ନଥିଲା । ଜଷ୍ଟିସ ଏସ ଏସ ସରନ ସେତେବେଳେ ପଞ୍ଜାବ ହରିୟାଣା ହାଇକୋର୍ଟରେ ଜଷ୍ଟିସ ଏ କେ ମିତ୍ତଲ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ରଙ୍କ ଠାରୁ ବରିଷ୍ଠ ଥିଲେ ଓ ତାଙ୍କର ଅବସର ପାଇଁ କିଛି ମାସ ସମୟ ଥିଲା ।
ଉଚ୍ଚ ନ୍ୟାୟାଳୟର ଜଣେ ପୂର୍ବତନ ବିଚାରପତିଙ୍କ ମତ ଅନୁଯାୟୀ, ” it was felt that Mittal’s name be sent a few months later ” .
କିନ୍ତୁ ଜଷ୍ଟିସ ସରନ ସେପ୍ଟେମ୍ବର 2017 ମସିହାରେ ଅବସର ନେବା ପରେ କଲେଜିୟମ ବିଚାରପତି ନିଯୁକ୍ତି କ୍ଷେତ୍ରରେ ବରିଷ୍ଠତାକୁ ବିଚାରକୁ ନେଇ ନଥିଲା । ଜାନୁଆରୀ 10, 2018 ବୈଠକରେ କଲେଜିୟମ ନିଷ୍ପତ୍ତି କଲେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଉପରକୁ ଉଠେଇ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରଦାନ କରା ଯାଉ । ଏହି ସମୟରେ ଜଷ୍ଟିସ ଦୀପକ ମିଶ୍ର,ଜଷ୍ଟିସ ଗୋଗେଇ, ଜଷ୍ଟିସ ଜଷ୍ଟି , ଜଷ୍ଟିସ ଚେମେଲଶ୍ୱର ଓ ଜଷ୍ଟିସ କୁରୀଏନ ଜୋଶେଫଙ୍କୁ ନେଇ କଲେଜିୟମ ଗଠନ ହେଇଥିଲା । କିନ୍ତୁ ବୈଠକର ବିବରଣୀରେ ଜୋଶେଫଙ୍କ ନାମ ସୁପ୍ରିମକୋର୍ଟ ୱେବ ସାଇଟରେ ସ୍ଥାନିତ ହେଇ ନଥିଲା ।
ଅର୍ଥାତ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ପଦୋନ୍ନତି ଦେବା ପାଇଁ Pretzel shaped logic ର ଆଶ୍ରୟ ନିଆ ଯାଇଥିଲା ।
ଅର୍ଥାତ ଜଷ୍ଟିସ ମିତ୍ତଲଙ୍କୁ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି କରିବା ପାଇଁ ପ୍ରଥମେ ଜଷ୍ଟିସ ସରନଙ୍କ ଅବସର ପର୍ଯ୍ୟନ୍ତ ଅପେକ୍ଷା କରିବା ଯୁକ୍ତି ରଖାଗଲା । ତାପରେ ଜଷ୍ଟିସ ମିତ୍ତଲଙ୍କୁ ଏହି ସମୟ ପାଇଁ ଅପେକ୍ଷାରେ ରଖାଯାଇ କନିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ପାଇଁ ସୁପାରିଶ କରା ଯାଇଥିଲା । ଜଷ୍ଟିସ ମିତ୍ତଲଙ୍କ ପଦୋନ୍ନତି କଥା ପ୍ରଥମେ ସୁପ୍ରିମକୋର୍ଟରେ ଜଷ୍ଟିସ ଖେର ମୁଖ୍ୟ ବିଚାରପତି ଥିବା ବେଳେ ଉଠେଇ ଥିଲେ । ଜଷ୍ଟିସ ଖେର ଚଣ୍ଡୀଗଡ଼ରୁ ଆସିଥିଲେ । ଜଷ୍ଟିସ ସରନ ଅବସର ନେବା ପୂର୍ବରୁ ଜଷ୍ଟିସ ଦୀପକ ମିଶ୍ର ଜଷ୍ଟିସ ଖେରଙ୍କ ସ୍ଥାନରେ ମୁଖ୍ୟ ଵିଚାରପତି ହେଇ ସାରିଥିଲେ । ଜଷ୍ଟିସ ଖେର କେବେ ଚଣ୍ଡୀଗଡ଼ ହାଇକୋର୍ଟରେ ବିଚାରପତି ନଥିଲେ । ତେଣୁ ତାଙ୍କୁ ଚଣ୍ଡୀଗଡ଼ର ଅନ୍ୟାନ୍ୟ ଵିଚାରପତିଙ୍କ ସହ ପରାମର୍ଶ କରିବାକୁ ପଡିଥିଲା ।
ଜଷ୍ଟିସ ଦୀପକ ମିଶ୍ର ଯେତେବେଳେ ଜଷ୍ଟିସ ଖେରଙ୍କ ପରେ ମୁଖ୍ୟ ବିଚାରପତି ହେଲେ ସେତେବେଳେ ସେ ଜଷ୍ଟିସ ଗୋଗେଇ ଓ ଜଷ୍ଟିସ ଏ କେ ସିକ୍ରୀଙ୍କ ମତାମତ ଗ୍ରହଣ କଲେ । ଉଭୟ ଗୋଗେଇ ଓ ସିକ୍ରୀ କିଛି ସମୟ ପଞ୍ଜାବ ହରିୟାଣା ହାଇକୋର୍ଟରେ ବିଚାରପତି ଥିଲେ । କଲେଜିୟମ ବୈଠକରେ ଗୋଗେଇ ଓ ସିକ୍ରୀ ଜଷ୍ଟିସ ମିତ୍ତଲଙ୍କ ନାମକୁ ନେଇ ହୈ ଚୈ ସୃଷ୍ଟି କଲେ ଓ ଅନୁମୋଦନ କରିବାକୁ ଅସ୍ବୀକାର କଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ The CARAVAN ଅନୁଯାୟୀ ଉଚ୍ଚ ନ୍ୟାୟାଳୟର ଜଣେ ପୂର୍ବତନ ବିଚାରପତିଙ୍କ ମତ ଅନୁଯାୟୀ ସେମାନେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଚାହୁଁଥିଲେ । ଆଉ ଜଣେ ବିଚାରପତି କହିଥିଲେ, ଗୋଗେଇ ପଞ୍ଜାବ ହରିୟାଣା ର 2011 ମସିହାରେ ମୁଖ୍ୟ ବିଚାରପତି ଥିବା ବେଳେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସହ ତାଙ୍କର ଘନିଷ୍ଠତା ଥିଲା । ଜଷ୍ଟିସ ଗୋଗେଇ ସେତେବେଳେ ଗୁରୁତର ଭାବରେ ଅସୁସ୍ଥ ହେଇ ପଡ଼ିଥିଲେ ଓ କିଛି ସମୟ ସେ କୋର୍ଟରେ ଅନୁପସ୍ଥିତ ରହୁଥିଲେ । ସେତେବେଳେ ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ତାଙ୍କ ପାଖକୁ ନିୟମିତ ଯିବା ଆସିବା କରୁଥିଲେ ।
The CARAVAN ଲେଖିଛି, ” Mishra always avoided confrontations ,so he let Gogoi have his way .”

ଜାନୁଆରୀ 10, 2018ରେ ଯେତେବେଳେ କଲେଜିୟମ ବୈଠକ ଅନୁଷ୍ଠିତ ହେଲା ସେତେବେଳେ 10ଟି ହାଇକୋର୍ଟରେ ମୁଖ୍ୟ ବିଚାରପତି ପାଇଁ ନାମ ସୁପାରିଶ ହେଲା । ଏଥିରେ ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ରଙ୍କ ନାମ ମଧ୍ୟ ଥିଲା ।
10 ତାରିଖ ବୈଠକର ବିବରଣୀ ନିମ୍ନ ପ୍ରକାର ଥିଲା –
” Though Mr Justice A K Mittal is senior to Mr Justice Surjyakant in the seniority of Judges of the High Court of Punjab and Haryana , having regard to all relevant factors and since we consider Mr Justice Surjyakant more suitable than Mr Justice A K Mittal, we are not recommending name of the latter, for the present ,for appointment as Chief Justice “

ଦୁଇଦିନ ପରେ ଜଷ୍ଟିସ ଗୋୟେଲ   ଜଷ୍ଟିସ ମିଶ୍ରଙ୍କ ପଦୋନ୍ନତିକୁ ବିରୋଧ କରି ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନିକଟକୁ ତୀବ୍ର ଭାଷାରେ ଏକ ଚିଠି ପଠେଇଲେ । ଜଷ୍ଟିସ ଗୋୟେଲ ପଞ୍ଜାବ ହରିୟାଣା ହାଇକୋର୍ଟରୁ ଆସିଥିଲେ । ସେଠାରେ 20 ବର୍ଷରୁ ଅଧିକ ଓକିଲାତି କରିଥିଲେ ଓ 10 ବର୍ଷ ବିଚାରପତି ଥିଲେ ।
ଅନଲାଇନରେ କଲେଜିୟମର ସୁପାରିଶ ପ୍ରକାଶିତ ହେବା ପରେ ତାଙ୍କର ଏହି ଚିଠି
କଲେଜିୟମର ସୁପାରିଶ କାର୍ଯ୍ୟକାରିତା ନେଇ ଆଉ କିଛି ପ୍ରଶ୍ନ ଉଠିଲା । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ପଦୋନ୍ନତି ସୁପାରିଶ କରିବା ପୂର୍ବରୁ ପରାମର୍ଶଦାତା ବିଚାରକ ହିସାବରେ ଜଷ୍ଟିସ ଗୋୟେଲଙ୍କ ମତାମତ ଲୋଡ଼ା ଯାଇଥିଲା କି ? ଅଥଚ ସେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସହ ହାଇକୋର୍ଟରେ ବିଚାରପତି ଭାବରେ 6 ବର୍ଷ ରହିଥିଲେ ।
ଜଷ୍ଟିସ ଗୋୟେଲ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ 12 ଜାନୁଆରୀ ଚିଠିରେ ଲେଖିଥିଲେ,”I am in respectful disagreement
with the proposal .”
” Opinion was sought last year by the then Chief Justice of India on complaints of corruption against justice Surjyakant .I have given my opinion dated 11th March 2017 inter-alia suggesting obtaining of independent valuation of properties aquired by the Judge mentioned therein .I had also given opinions about other complaints relating to corruption and casteism .

ଜଷ୍ଟିସ ଗୋୟେଲଙ୍କ ଚିଠିରେ ଏହା ସ୍ପଷ୍ଟ ଥିଲା ଯେ  ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ସୁପାରିଶ କରିବା ପୂର୍ବରୁ ଜଷ୍ଟିସ ଦୀପକ ମିଶ୍ର ଗୋୟେଲଙ୍କ ପରାମର୍ଶ ଲୋଡ଼ି ଥିଲେ କି ନାହିଁ ଭିନ୍ନ କଥା,କିନ୍ତୁ ଜଷ୍ଟିସ ସୂର୍ଯ୍ୟକାନ୍ତ ଙ୍କ ବିରୁଦ୍ଧରେ ଜଷ୍ଟିସ ଗୋୟେଲଙ୍କ ଅଭିଯୋଗଗୁଡିକ ସୂର୍ଯ୍ୟକାନ୍ତଙ୍କ ଫାଇଲରେ 2017 ମାର୍ଚ୍ଚ ଠାରୁ ଅଂଶ ବିଶେଷ ଥିଲା ।
ଜଷ୍ଟିସ ଗୋୟେଲ କଲେଜିୟମ ସୁପାରିଶ ପରେ ଚିଠିରେ ଲେଖିଥିଲେ, ମୋର ଅଭିଯୋଗ ର ନିର୍ଣ୍ଣୟ କଣ ହେଲା ତାହା ମୋତେ ଜଣା ନାହିଁ । କିନ୍ତୁ ମୋ ମତରେ ଜଷ୍ଟିସ ସୂର୍ଯ୍ୟକାନ୍ତ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ନୁହଁନ୍ତି,ଯେଉଁ ପର୍ଯ୍ୟନ୍ତ ମୋ ଅଭିଯୋଗଗୁଡିକ ଉପରେ ତଦନ୍ତ କରା ଯାଇନାହିଁ ।

(The CARAVAN MAGAZINE ଲେଖାର ମର୍ମାନୁବାଦ )
पाहिले पढ़ो फिर
इस्तेमाल करो
(3)

ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ରଙ୍କ ନାମ ସୁପାରିଶ କରିବା ପରେ 9 ମାସ ପର୍ଯ୍ୟନ୍ତ ସୁପାରିଶ ଉପରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ।

ଅକ୍ଟୋବର 3, 2018 ମସିହାରେ ଜଷ୍ଟିସ ଗୋଗେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବା ଦିନ The Ministry of Law and Justice ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଭାବରେ ବିଜ୍ଞପ୍ତି ପ୍ରକାଶ କଲେ ।
ପ୍ରୋକ୍ତ 9 ମାସ କାଳ ସରକାର ଙ୍କ ମନୋଭାବ ଭିତରେ କି ପରିବର୍ତ୍ତନ ଘଟି ଥିଲା ତାହା ରହସ୍ୟମୟ ହେଇ ରହିଗଲା ।
ଯଦି ସରକାରଙ୍କ ନିକଟରେ ବିଶେଷ କାରଣ ଥିଲା ଜଷ୍ଟିସ ମିଶ୍ରଙ୍କ ପଦୋନ୍ନତିକୁ ଅଟକାଇବା ଅଥବା ବିଳମ୍ବିତ କରିବା ତାହେଲେ ତାହା କିପରି ସମାଧାନ ହେଲା ?
କଲେଜିୟମ ନିଜର ସୁପାରିଶ ରେ ଲେଖିଥିଲେ,ଜଷ୍ଟିସ ମିତ୍ତଲଙ୍କ ପରିବର୍ତ୍ତେ ଜଷ୍ଟିସ ମିଶ୍ରଙ୍କ ପଦୋନ୍ନତିକୁ ଅଗ୍ରାଧିକାର ଦେବା କ୍ଷେତ୍ରରେ ସମସ୍ତ ଦିଗକୁ ବିଚାର କରିଛନ୍ତି । କିନ୍ତୁ ଏହି ସମସ୍ତ ଦିଗ କଣ ତାହା ଜଣା ପଡିଲା ନାହିଁ । ଜଷ୍ଟିସ ଗୋୟେଲଙ୍କ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟରେ ବିରୋଧ ଉପରେ ମଧ୍ୟ କୌଣସି ସ୍ୱାଧୀନ ତଦନ୍ତ ହେଇ ନଥିଲା । ଆପାତଃ କାରଣ ସମ୍ପର୍କରେ The CARAVAN ଯାହା ଲେଖିଥିଲେ,ତାହା ହେଲା ଜଷ୍ଟିସ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବା ପରେ କଲେଜିୟମର ସ୍ୱରୂପ ବଦଳି ଯାଇଥିଲା । CARAVAN ସାମ୍ବାଦିକଙ୍କୁ ଦୁଇ ଜଣ ପୂର୍ବତନ ବିଚାରପତି ସୂଚନା ଦେଇଥିଲେ ଯାହାକୁ ଗୋୟେଲ ମଧ୍ୟ କହିଥିଲେ କଲେଜିୟମ ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ଖୁବ ଶୀଘ୍ର ସୁପ୍ରିମକୋର୍ଟ ବିଚାରପତି ଭାବରେ ସୁପାରିଶ କରିବେ । ଯଦି ସେୟା ହୁଏ ତାହେଲେ ଜଷ୍ଟିସ ମିଶ୍ର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ 15 ମାସ କାର୍ଯ୍ୟ କରିବେ । ଏହି ଆଶଙ୍କା ସତ୍ୟ ହେଇଥିଲା
।( ଉପରୋକ୍ତ ତଥ୍ୟ CARAVAN ତଥ୍ୟ ଉପରେ ଆଧାରିତ )

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜଷ୍ଟିସ ଗୋଗେଇଙ୍କ ପୂର୍ବରୁ ଜଷ୍ଟିସ ଦୀପକ ମିଶ୍ର ମୁଖ୍ୟ ବିଚାରପତି ଥିଲେ । କିନ୍ତୁ ତାଙ୍କ ସମୟରେ କେନ୍ଦ୍ର ସରକାର କାହିଁକି ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ହିମାଚଳ ପ୍ରଦେଶ ମୁଖ୍ୟ ବିଚାରପତି ନିଯୁକ୍ତି ଦେଇ ନଥିଲେ ଓ ଜଷ୍ଟିସ ଗୋଗେଇ ଶପଥ ଗ୍ରହଣ ଦିନ ପର୍ଯ୍ୟନ୍ତ ଅପେକ୍ଷା କରା ଯାଇଥିଲା ତାହା ପରବର୍ତ୍ତୀ ଘଟଣାବଳୀରୁ ଅନୁମାନ କରି ହୁଏ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ ଦୀପକ ମିଶ୍ରଙ୍କ ସମୟରେ Master of Roaster ବିବାଦ ସୃଷ୍ଟି ହେଇଥିଲା । ପ୍ରଥମ ଥର ସୁପ୍ରିମକୋର୍ଟର 4 ଜଣ ବିଚାରପତି ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ ।ଏହା ଜଷ୍ଟିସ ଜଷ୍ଟି ଚେମେଲେଶ୍ବରଙ୍କ
ସରକାରୀ ବାସ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଥିଲା
ଅନ୍ୟ ତିନିଜଣ ଜଷ୍ଟିସ ହେଉଛନ୍ତି ରଞ୍ଜନ ଗୋଗେଇ,ମଦନ ଲୋକୁର ଓ କୁରିୟାନ ଜୋଶେଫ ।
ଏହି ସମ୍ମିଳନୀରେ ଜଷ୍ଟିସ ମିଶ୍ରଙ୍କୁ ଦେଇଥିବା ଚିଠିକୁ ସେମାନେ ପ୍ରକାଶ କରିଥିଲେ । ସେମାନଙ୍କ ମୁଖ୍ୟ ଅଭିଯୋଗ ଥିଲା ଅତ୍ୟନ୍ତ ସମ୍ବେଦନଶୀଳ ରାଜନୈତିକ ମୋକଦ୍ଦମାଗୁଡିକୁ ନିର୍ଦ୍ଦିଷ୍ଟ ବିଚାରପତିଙ୍କୁ ପ୍ରଦାନ କରା ଯାଉଛି,ଏପରି କି ଜୁନିୟର ହେଇ ଥିଲେ ମଧ୍ୟ । ଜଷ୍ଟିସ ଗୋଗେଇ ଜଷ୍ଟିସ ଅରୁଣ ମିଶ୍ରଙ୍କ ନାମ ପ୍ରକାଶ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ ଅରୁଣ ମିଶ୍ର ସୁପ୍ରିମକୋର୍ଟର ବରିଷ୍ଠତା ତାଲିକାରେ 10ମ ସ୍ଥାନରେ ଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀ ଜଷ୍ଟିସ ଲୋୟାଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟରେ ନିରପେକ୍ଷ ତଦନ୍ତ ପାଇଁ ଆବେଦନକୁ ଵିଚାର କରିବା ପାଇଁ ଜଷ୍ଟିସ ଅରୁଣ ମିଶ୍ରଙ୍କ କୋର୍ଟରେ ତାଲିକାଭୁକ୍ତ ହେଇଥିଲା । ସେମାନଙ୍କ ଅଭିଯୋଗ ଥିଲା ମୁଖ୍ୟ ବିଚାରପତି ନିଜେ ଅଥବା ଅନ୍ୟ ବରିଷ୍ଠ ବିଚାରପତି ଏହି ମୋକଦ୍ଦମା ଶୁଣି ପାରିଥାନ୍ତେ ।
ଅବଶ୍ୟ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ପରେ ଅରୁଣ ମିଶ୍ର  ଅତ୍ୟନ୍ତ ଭାବ ବିହ୍ଵଳ ହେଇ ମୋକଦ୍ଦମାରୁ ନିଜକୁ Recuse କରି ଦେଇଥିଲେ ଓ ଜଷ୍ଟିସ ଦୀପକ ମିଶ୍ର ନିଜେ ଶୁଣିଥିଲେ ।
ସେତେବେଳେ ଏହି ସାମ୍ବାଦିକ ସମ୍ମିଳନୀ ଜାତୀୟ ଓ ଆନ୍ତର୍ଜାତୀୟ ମିଡିଆରେ ଚର୍ଚ୍ଚାର ବିଷୟ ହେଇଥିଲା ଓ ସରକାର କଲେଜିୟମ ସୁପାରିଶକୁ 9ମାସ ଅଟକାଇ ଦେଇଥିଲେ ।

ଇତି ମଧ୍ୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ ଦୀପକ ମିଶ୍ର 18 ଅଗଷ୍ଟ 2017ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କଲେ । କିନ୍ତୁ ଅଗଷ୍ଟ 11 ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ ଜେ ଏସ କହେର ଅବସର ଗ୍ରହଣ ସପ୍ତାହ ପୂର୍ବରୁ ଅଯୋଧ୍ୟା ବାବରୀ ମସଜିଦ -ରାମ ଜନ୍ମଭୂମି ଜମି ବିବାଦ ମାମଲା ତୁରନ୍ତ ଶୁଣାଣି କରିବା ପାଇଁ 3 ଜଣିଆ ସ୍ପେଶାଲ ବେଞ୍ଚ ଗଠନ କଲେ । ଏଥିରେ ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ ଅବ୍ଦୁଲ ନଜୀର ଥିଲେ ।
ଏଥିରେ ଉଲ୍ଲେଖ କରା ଯାଇପାରେ 2019 ନିର୍ବାଚନକୁ
ଆଖି ଆଗରେ ରଖି ହଠାତ ପାଣ୍ଡୋରା ବକ୍ସ ଖୋଲା ଯାଇଥିଲା । ସେତେବେଳେ ସୁପ୍ରିମକୋର୍ଟର
ବରିଷ୍ଠ ଓକିଲ କପିଲ ସିବଲ ମାମଲାକୁ ନିର୍ବାଚନ ପରେ ଶୁଣିବାକୁ ପିଟିସନ ଦାଖଲ କରିଥିଲେ । କିନ୍ତୁ ଜଷ୍ଟିସ ମିଶ୍ର ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ।
ଫେବୃଆରୀ 8,2018 ମସିହାରେ
ହିଁ ମୂଳ ସିଭିଲ ଡିସପୁଟ ମାମଲା ଶୁଣାଣି ଆରମ୍ଭ ହେଇଥିଲା । ମାର୍ଚ୍ଚ ରୁ ଜୁଲାଇ ପର୍ଯ୍ୟନ୍ତ ଶୁଣାଣି ବେଳେ ମୁଖ୍ୟତଃ 1994 ମସିହାର Ismail Faruqui Case  ଉପରେ ବିତର୍କ ହେଇଥିଲା । ମୁସଲିମ ପକ୍ଷ ଦାବୀ କରିଥିଲେ 7 ଜଣିଆ ସମ୍ବିଧାନ ବେଞ୍ଚକୁ Refer କରିବାକୁ । ସେମାନଙ୍କ ଇସ୍ୟୁ ଥିଲା ,whether a Mosque is integral to Isalam ?
ଜୁଲାଇ 20 ,2018 ମସିହାରେ ତିନି ଜଣିଆ ବେଞ୍ଚ ରାୟକୁ
ସଂରକ୍ଷିତ କରି ଦେଇଥିଲେ ।
ଜଷ୍ଟିସ ଦୀପକ ମିଶ୍ର ଅବସର ଗ୍ରହଣ ଅଳ୍ପ ଦିନ ପୂର୍ବରୁ 2:1 ସଂଖ୍ୟାଧିକ ରାୟ ପ୍ରକାଶ କଲେ ।
ଏହି ରାୟରେ ଜଷ୍ଟିସ ଦୀପକ ମିଶ୍ର ଓ ଜଷ୍ଟିସ ଅଶୋକ ଭୂଷଣ ବୃହତ୍ତର ବେଞ୍ଚ ଗଠନ ସୁପାରିଶ ଆବେଦନକୁ ରୋକଠୋକ ନାକଚ କରିଥିଲେ ।  ସେମାନଙ୍କ ମତ ଥିଲା 1994 observation was made strictly in the context of land acquisition and would not affect the core civil dispute .
ଅନ୍ୟ ପକ୍ଷରେ ଜଷ୍ଟିସ ଏସ ଅବ୍ଦୁଲ ନଜୀର ଯୁକ୍ତି ରଖିଥିଲେ, ଇସଲାମ ଧର୍ମ ପାଳନ କ୍ଷେତ୍ରରେ ମସଜିଦ ଅପରିହାର୍ଯ୍ୟ କି ନୁହେଁ ତାହା ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପ୍ରଶ୍ନ, ତେଣୁ ବୃହତ୍ତର ବେଞ୍ଚ ଏହାକୁ ତର୍ଜମା କରିବା ଦରକାର ।
ଜଷ୍ଟିସ ଦୀପକ ମିଶ୍ର ଅବସର ଗ୍ରହଣ କରିବା ନୂଆ ମୁଖ୍ୟ ବିଚାରପତି 3 ଜଣିଆ ବେଞ୍ଚ ଗଠନ କଲେ । ଏଥିରେ ଅନ୍ୟ ଦୁଇଜଣ ସଦସ୍ୟ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ ଅବ୍ଦୁଲ ନଜୀର ରହିଲେ । ଏହି ବେଞ୍ଚ ମାମଲାର ମେରିଟ ଉପରେ କୌଣସି ବିଚାର ନ କରି କେବଳ ଉପଯୁକ୍ତ ବେଞ୍ଚ ଗଠନ ଓ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶୁଣାଣି କରିବାକୁ ସଂକ୍ଷିପ୍ତ Note ସହ ମୁଲତବୀ କରି ଦେଇଥିଲେ  ।

ଜଷ୍ଟିସ ରଞ୍ଜନ ଗୋଗେଇ ଜାନୁଆରୀ 9 ତାରିଖରେ 5 ଜଣିଆ ବେଞ୍ଚ ଗଠନ କରିଥିଲେ ଓ ନିରନ୍ତର ଶୁଣାଣି ଘୋଷଣା କରିଥିଲେ ।ଏହି ବେଞ୍ଚରେ ଜଷ୍ଟିସ ଏସ ଏ ବୋଡେ଼, ଜଷ୍ଟିସ ଚନ୍ଦ୍ରଚୁଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ ଅବ୍ଦୁଲ ନଜୀର ଅନ୍ତର୍ଭୁକ୍ତ ଥିଲେ । 5 ଜାଣିଆ ବେଞ୍ଚ ନିରନ୍ତର 40 ଦିନ ଶୁଣାଣି କରି ଅବସର ଗ୍ରହଣର ମାତ୍ର 8 ଦିନ ପୂର୍ବରୁ ରାୟ ଘୋଷଣା କରିଥିଲେ । ଏହା ପରେ ନିର୍ବାଚନ ଘୋଷଣା ହେଇଥିଲା ଓ ଏହି ରାୟ ବିଜେପି ପାଇଁ ମୁଖ୍ୟ ନିର୍ବାଚନ ପ୍ରଚାର ଏଜେଣ୍ଡା ଥିଲା ।
ସୁତରାଂ,ଗୋଟିଏ ଜମି ମାଲିକାନା ବିବାଦ ଶେଷରେ ମନ୍ଦିର ମସଜିଦ ବିବାଦ ଭାବରେ ବିଚାର ହେବା ଆମ ନ୍ୟାୟିକ ଇତିହାସରେ ଏକ ବିରଳ ଘଟଣା ।
ଅତଏବ ଆମ ବିଚାରବିଭାଗ କେତେ ନିରପେକ୍ଷ ଓ ବିଚାରପତି ନିଯୁକ୍ତି ପ୍ରକ୍ରିୟା କେତେ ନିର୍ମଳ ତାହା ଘଟଣାଗୁଡିକର
କ୍ରନୋଲୋଜୀକୁ ସମୀକ୍ଷା କଲେ ଜଣା ପଡେ । ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ Master of Roaster ଅଭିଯୋଗ ଓ ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନେତୃତ୍ୱରେ ସାମ୍ବାଦିକ ସମ୍ମିଳନୀ ପଛରେ କି ରହସ୍ୟ ଥିଲା ?
ସମାପ୍ତ –
(ଲେଖାର କିଛି ଅଂଶ The CARAVAN ଓ ଅନ୍ୟଗୁଡିକ
ସର୍ବସାଧାରଣରେ ରହିଥିବା ତଥ୍ୟ ଅନୁଯାୟୀ ପ୍ରସ୍ତୁତ )।।

Leave a Reply

Your email address will not be published. Required fields are marked *