କେନ୍ଦ୍ର ସରକାର ବିରୋଧୀଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରିଦେବାକୁ ଚାହୁଁଛନ୍ତି : ମନୋଜ ଝା
ପାଟନା,୧୫।୪: କେନ୍ଦ୍ର ସରକାର ଦେଶର ସମସ୍ତ ବିରୋଧୀ ଦଳ ନେତାଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରି ଦିଅନ୍ତୁ। ସିବିଆଇ ଭାରତୀୟ ଜନତା ପାର୍ଟି(ଭାଜପା) ହିସାବରେ କାମ କରିବା ଆରମ୍ଭ କରି ଦେଇଛି l କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟ ଲୋକଙ୍କୁ ରାଜରାସ୍ତାକୁ ଆଣିବା ପାଇଁ ବାଧ୍ୟ କରିବ ବୋଲି ଆରଜେଡି ନେତା ମନୋଜ ଝା କହିଛନ୍ତି l ଶ୍ରୀ ଝା ଏନେଇ ଟୁଇଟରେ କିଛି ଭିଡିଓ ବି ଶେୟାର କରିଛନ୍ତି। ଏହା ଉପରେ ମନୋଜ ଝା ଲେଖିଛନ୍ତି, ବିରୋଧୀଙ୍କ ଏକତା ଓ ହାରିବା ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତାରେ ପଡିଗଲେଣି। ବିଶ୍ୱର ସବୁଠାରୁ ଭ୍ରଷ୍ଟ ଦଳ ଭାଜପା ଯାଞ୍ଚ ଏଜେନ୍ସିର ଦୁରୁପଯୋଗ କରି ସମସ୍ତ ନେତାଙ୍କୁ ଟାର୍ଗେଟ କରୁଥିବା ସେ କହିଛନ୍ତି l
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇର ସମନ ପରେ ଶ୍ରୀ ଝା ଏହା କହିଛନ୍ତି l