ରାଜସ୍ଥାନ ବନାମ ଲକ୍ଷ୍ନୌ; ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ହେବ ମୁକାବିଲା

ଜୟପୁର; ଜୟପୁରରେ ଚଳିତ ଆଇପିଏଲର ୨୬ତମ ମ୍ୟାଚ ରାଜସ୍ଥାନ ରୟାଲ୍‌ସ ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ୬ଷ୍ଠ ମ୍ୟାଚ ଖେଳିବେ। ରାଜସ୍ଥାନ ରୟାଲ୍‌ସ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିବା ବେଳେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ଦ୍ବିତୀୟ ସ୍ଥାନରେ ରହିଛି। ସଞ୍ଜୁ ସାମସନଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍‌ସ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟରେ ରହିଛି। ସେହିପରି ଲକ୍ଷ୍ନୌ ସୁପର ଯାଏଣ୍ଟ ୫ଟି ମ୍ୟାଚରୁ ୩ଟି ବିଜୟ ଓ ୨ଟି ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ତେଣୁ ଆଜି ସନ୍ଧ୍ୟାରେ ହେବାକୁ ଥିବା ଏହି ମ୍ୟାଚରେ ଦୁଇ ଦଳ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ।

Leave a Reply

Your email address will not be published. Required fields are marked *