ଚିନ୍ନାସ୍ବାମୀରେ ହେବ କୋଲକାତା-ବାଙ୍ଗାଲୋର ଲଢେଇ

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ବିଜୟ ଲାଗି ସଂଘର୍ଷ କରୁଥିବା ଦୁଇ ଥରର ବିଜେତା କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ‌ଚିନ୍ନାସ୍ବାମୀରେ ଭେଟିବ। କେକେଆର୍‌ ଏବେ ସୁଦ୍ଧା ୭ ମ୍ୟାଚ୍‌ ଖେଳି ୨ ବିଜୟରୁ ୪ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଆର୍‌ସିବି ୭ରୁ ୪ ଜିତି ପଞ୍ଚମରେ ରହିଛି। କେକେଆର୍‌ ପାଇଁ ବଡ଼ ଚିନ୍ତା ହେଉଛି ଦଳ ଗତ ୪ ଟି ମ୍ୟାଚ୍‌ରେ ପରାଜୟକୁ ଭେଟିଛି । ବ୍ୟାଟରଙ୍କ ବିଫଳତା ଯୋଗୁଁ ଦଳ ବିଜୟ ହାସଲ କରିପାରୁନି। ଆଉ ଏକ କାରଣ ହେଉଛି ଏହାର ନିୟମିତ ଅଧିନାୟକ ଶ୍ରେୟସ ଆୟରଙ୍କ ସହ ତାରକା ଅଲ୍‌ରାଉଣ୍ଡର ସକିବ-ଅଲ୍‌-ହାସନ ପୂରା ଆଇପିଏଲ୍‌ରୁ ବାଦ୍‌ ପଡ଼ିବା। ଗତ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଦଳ ୨୩୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ୪୯ ରନ୍‌ ପଛରେ ପଡ଼ିଯାଇଥିଲା।ସେହିପରି ବିପରିତ୍ତ ପକ୍ଷରେ ଆରସିବି ଲଗାତର ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛି । ଦଳ ପକ୍ଷରୁ ପ୍ରଥମ ତିନି ପ୍ଲେୟାର ବିରାଟ କୋହଲି , ଫାଫ ଡ୍ୟୁପ୍ଲେସି ଏବଂ ଗ୍ଲେନ ମ୍ୟାକ୍ସ ୱଲ ଭଲ ପଦର୍ଶନ କରି ଦଳକୁ ଜିତେଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ବାଙ୍ଗାଲୋର ତାର ପୂର୍ବ ମ୍ୟାଚରେ ରାଜସ୍ଥାନକୁ ସାତ ରନରେ ହରାଇ ୮ ପଏଣ୍ଟ ସହିତ ପଞ୍ଚମ ସ୍ଥାନକୁ ଅବତୀର୍ଣ୍ଣ କରିଛି ।

Leave a Reply

Your email address will not be published. Required fields are marked *