ଟି-୨୦ ବ୍ୟାଟର ତାଲିକାର ଶ୍ରେଷ୍ଠ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ

ଦୁବାଇ  : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିିସି ) ପକ୍ଷରୁ ପ୍ରକାଶିତ ଟି-୨୦ ବ୍ୟାଟର  ତାଲିକାରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସୂର୍ଯ୍ୟକୁମାର ୯୦୬ ପଏଣ୍ଟ ସହ ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ପାକିସ୍ଥାନର ୱିକେଟ କିପର ବ୍ୟାଟର ମହମଦ୍ଦ ରିଜୱାନ [୮୧୧ ପଏଣ୍ଟେ] ଓ ଅଧିନାୟକ ବାବର ଆଜମ [୭୫୬ ପଏଣ୍ଟେ] ପାଇ ଏହି ତାଲିକାର ଦିତୀୟ ଓ ତୃତୀୟ ସ୍ଥାନରେ ରହିଥିବାବେଳେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଆଡାମ ମାର୍କରମ୍ ଓ ରାଏଲ ରୁଷୋ ରହିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଚାମ୍ପମ୍ୟାନ ୨୯୦ରନ କରିଥିଲେ। ଫଳରେ ସେ ବ୍ୟାଟିଂ ତାଲିକାର ୪୮ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୫ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ପାକିସ୍ତାନର ଇଫତିହାର ଅହମ୍ମଦ ଶେଷ ଟ୍ବେଣ୍ଟି୨୦ ମ୍ୟାଚରେ ୩୮ରନ କରିଥିଲେ। ଫଳରେ ସେ ୩୮ତମ ସ୍ଥାନରେ ପହଞ୍ଚିଛନ୍ତି। ମହମ୍ମଦ ରିଜ୍‌ୱାନ ଶେଷ ଟ୍ବେଣ୍ଟି୨୦ରେ ଅପରାଜିତ ୯୮ରନ କରି  ସେ ଦ୍ବିତୀୟ ଓ ପାକିସ୍ତାନ ଅଧିନା୍ୟକ ବାବର ଆଜାମ ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ, ଭାରତର ବିରାଟ କୋହଲି ୧୪ତମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଚେଡ ବୋୱିସ ୧୧୮ତମ ସ୍ଥାନରେ ରହିଥିବାବେଳେ ବୋଲିଂରେ ଇସ୍‌ ସୋଢି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନ ଅଲରାଉଣ୍ଡର ଇମାଦ ୱାସୀମ ବ୍ୟାଟିଂ ମାନ୍ୟତାର ୧୫ତମ ସ୍ଥାନରେ ରହିଥିବାବେଳେ ୪୪ତମ ସ୍ଥାନ ଓ ଅଲରାଉଣ୍ଡର ମାନ୍ୟତାର ୨୪ତମ ସ୍ଥାନରେ ରହିଛନ୍ତି।

Leave a Reply

Your email address will not be published. Required fields are marked *