ଆଜି ବଙ୍ଗୋପସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟିହେବ। ଏହା ଆସନ୍ତାକାଲି ବା ରବିବାର ଲଘୁଚାପରେ ପରିଣତ ହୋଇ ୮ ତାରିଖ ବେଳକୁ ଅବପାତର ରୂପ ନେବ । ହେବ। ପରେ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇ ଉତ୍ତର ଦିଗରେ ଗତି କରିବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିବ । ଏହି ଘୂର୍ଣ୍ଣିବଳୟ ଯୋଗୁଁ ଶନିବାରଠାରୁ ସମୁଦ୍ରରେ ସ୍ଥିତି ବିଗିଡ଼ିବା ସହ ସମୁଦ୍ର ଆଶାନ୍ତ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଏବେଠାରୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା କରାଯାଇଛି।
ଅନ୍ୟପଟେ ଆଇଏମଡି ପକ୍ଷରୁ ଏବେ ବି ବାତ୍ୟାର ଗତିପଥକୁ ନେଇ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଗତକାଲି ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ବାତ୍ୟାର ଗତିପଥ ଓ ଏହାର ତୀବ୍ରତା ସମ୍ପର୍କରେ ଜଣାପଡ଼ିବା ସହ ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ରହିବ, ତାହା ଅସ୍ପଷ୍ଟ ବୋଲି କହିଛନ୍ତି। ସେହିପରି ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ଜନିତ ବର୍ଷା ହୋଇଛି । ରାଜଧାନି ଭୁବନେଶ୍ବର ସମେତ ଖୋର୍ଦ୍ଧା, ଯାଜପୁର, ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ୱଲପୁରରେ ଆଦି ଜିଲ୍ଲାରେ କାଳବୈଶାଖୀର ଅଧିକ ପ୍ରଭାବ ପଡ଼ିଥିବା ଜଣାପଡ଼ିଛି।