ମ୍ୟାକଡୋନାଲ୍ଡ ଷ୍ଟୋର ଉପରେ ୫ କୋଟିର ଜରିମାନା

ଲଣ୍ଡନ : ଲଣ୍ଡନରେ ମ୍ୟାକଡୋନାଲ୍ଡର ଏକ ଷ୍ଟୋରରେ ଜଣେ ଗ୍ରାହକଙ୍କ ଚିଜ୍ବର୍ଗରରୁ ମୂଷାର ମଳ ବାହାରିଥିବା ଏବଂ ରେଷ୍ଟୁରାଣ୍ଟ ପରିବେଶ ଅପରିସ୍କାର ଥିବାରୁ ୫.୧୪ କୋଟି ଟଙ୍କାର ଜୋରିମାନା ଅଦାଲତ ଲଗାଇଛନ୍ତି। ଦୋକାନରୁ ବର୍ଗର ନେଇ ଖାଇବା ସମୟରେ ଗ୍ରାହକ ଜାଣିବାକୁ ପାଇଥିଲେ ଯେ ଖାଦ୍ୟ ଖୋଳ ଭିତରେ ମୂଷା ମଳ ରହିଛି। ଏହାପରେ ଗ୍ରାହକ ଜଣକ ଏକ ଅଭିଯୋଗ କରିଥିଲେ। ସ୍ବାସ୍ଥ୍ୟ ଅଧିକାରୀମାନେ ତଦନ୍ତ କରିବା ପରେ ରେଷ୍ଟୁରାଣ୍ଟ ପରିବେଶ କଦର୍ଯ୍ୟ ଅବସ୍ଥାରେ ରହିଥିବା ଜାଣିବାକୁ ପାଇଥିଲେ। ମଲାମୂଷାର ଶରୀର ଆଦି ସେଠାରୁ ମିଳିଥିଲା। ଏପରିକି ଯେଉଁଠି ଖାଦ୍ୟ ରଖାଯାଉଥିଲା ଏବଂ ପ୍ରସ୍ତୁତ କରାଯାଉଥିଲା ସେଠାରେ ମଧ୍ୟ ପରିବେଶ ଠିକ୍ ନଥିଲା। ଷ୍ଟୋରକୁ ଅଦାଲତକୁ ଟଣାଯାଇ, ଅଦାଲତ ସେହି ଷ୍ଟୋର ଉପରେ ୫.୧୪ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି।