ଇସଲାମବାଦ୍ ହାଇକୋର୍ଟ ବାହାରୁ ଇମ୍ରାନ ଖାନ୍ ଗିରଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଗିରଫ ହୋଇଛନ୍ତି। ପାରାମିଲେଟାରି ଫୋର୍ସ ଦ୍ବାରା ଇସଲାମାବାଦ ହାଇକୋର୍ଟ ବାହାରୁ ତାଙ୍କୁ ପାକ ରେଞ୍ଜର୍ସ ଗିରଫ କରିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ଓକିଲ ଇମ୍ରାନଙ୍କ ଗିରଫ ହେବା ନେଇ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ପିଟିଆଇ ନେତା ମୁସରାଟ ଖେମା ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ସେମାନେ ଇମ୍ରାନ ଖାନଙ୍କୁ ମାଡ ମାରିବା ସହ ଗିରଫ କରାଯାଇଛି। ଇମ୍ରାନ ଗିରଫ ହେବା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କୋର୍ଟ ବାହାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ ଇମ୍ରାନ ଖାନଙ୍କ ଓକିଲ ତଥା ସମର୍ଥକଙ୍କୁ ମଧ୍ୟ ମାଡ ଜାରାଯାଉଛି।