ମୋଦୀ ଷ୍ଟାଡିୟମରେ ହୋଇପାରେ ଭାରତ – ପାକିସ୍ତାନ ଲଢେଇ

ନୂଆଦିଲ୍ଲୀ:ବିସିସିଆଇ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି। ଆଇପିଏଲ ଶେଷ ହେବା  ପରେ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହୋଇଯିବ । ରିପୋର୍ଟ ଅନୁଯାୟୀ ଅକ୍ଟୋବର ୫ରୁ ୧୯ ପର୍ଯ୍ୟନ୍ତ କ୍ରିକେଟର ମହାକୁମ୍ଭ ଆରମ୍ଭ ହୋଇଯିବ  । ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ୫ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।   ସେହିପରି ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଅକ୍ଟୋବର ୧୫ରେ ଖେଳା ଯାଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।  ଭାରତ ତାର ପ୍ରଥମ ମୁକାବିଲାରେ  ଅଷ୍ଟ୍ରେଲିଆକୁ  ଚେନ୍ନାଇର ଚେପକ୍ ରେ ଭେଟିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *