ଅହମଦାବାଦରେ ଗୁଜୁରାଟକୁ ଭେଟିବ ହାଇଦ୍ରାବାଦ
ଅହମଦାବାଦ,୧୫।୫ : ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ(ଜିଟି) ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ଭେଟିବ। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ତେବେ ଗୁଜରାଟ ତାର ୧୨ ଟି ମ୍ୟାଚରୁ ୮ ଟିରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେହିପରି ଏସଆରଏଚ ୧୧ଟି ମ୍ୟାଚ୍ ଖେଳି ସେଥିରୁ ୪ ଟିରେ ବିଜୟ ହାସଲ କରିଛି। ଯାହାଦ୍ଵାରା ହାଇଦ୍ରାବାଦ୍ ଏବେ ନବମ ସ୍ଥାନରେ ରହି ସେମିଫାଇନାଲ ଦୌଡରୁ ନିଜକୁ ବାଦ୍ ଦେଇଛି। ସେହିପରି ଗୁଜୁରାଟ ଆଜିର ଏହି ମ୍ୟାଚକୁ ଜିତି କ୍ବାଲିଫାୟାରରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।