ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ; A1ରେ ୪,୧୫୮ ଜଣ ଛାତ୍ର-ଛାତ୍ରୀ ପାସ୍

କଟକ: ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲୀକ୍ ।   ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ ବେଶ୍‌ ଭଲ ହୋଇଛି । ସେହିପରି ସବୁ ବର୍ଷ ପରି ଛାତ୍ରଙ୍କ  ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ । ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪% ରହିଛି। ଏଥିସହ କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ଥିବା ବେଳେ ମାଲକାନଗିରି ସବୁଠୁ ତଳେ ରହିଛି।

ଏହି ବର୍ଷ ସମୁଦାୟ ୫,୧୬,୪୩୫ ଛାତ୍ରଛାତ୍ରୀ ମାଟ୍ରିକ ରେଗୁଲାର ପରୀକ୍ଷା ଦେଇଥିଲେ ।ତେବେ ସେମାନଙ୍କ ମଧ୍ୟରୁ ୫,୦୮୪୦୪ ଜଣ ପାସ୍‌ କରିଛନ୍ତି । A1 ରେ 4 ହଜାର ୧୫୮ ପରୀକ୍ଷାର୍ଥୀ ପାସ୍ କରିଥିବାବେଳେ A2 ରେ ୨୯ହଜାର ୭୩୮ ପରୀକ୍ଷାର୍ଥୀ , B1ରେ  ୭୬ହଜାର ୫୬୭ ଛାତ୍ରଛାତ୍ରୀ,B2 ରେ ୧ଲକ୍ଷ ୧୮ହଜାର ୭୫୦ ,C ରେ ୧ଲକ୍ଷ ୨୧ହଜାର ୬୧୧ ପାସ,D ରେ ୯୫ହଜାର ୬ଜଣ ପରୀକ୍ଷାର୍ଥୀ ପାସ୍,E ରେ ୬୧ହଜାର ୪୭୪ ପିଲା ପାସ୍,F ରେ ୭ହଜାର ୬୪୫ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି।  www. bseodisha.ac.in ୱେବସାଇଟ୍ କୁ ଯାଇ ରୋଲ ନଂ ସହାୟତାରେ ମାଟ୍ରିକ୍ ରେଜଲ୍ଟ ଜାଣିବା ଜାଣିପାରିବେ ।

Leave a Reply

Your email address will not be published. Required fields are marked *