ଆରସିବିକୁ କାଳ ହାଇଦ୍ରାବାଦ୍ ଦଳ

ନୂଆଦିଲ୍ଲୀ,୨୨/୦୫ : ଆଇପିଏଲ୍ 16ଟି ସଂସ୍କରଣ ହେଲା ଜାରି ରହିଛି। ମାତ୍ର ବହୁତ ନାମୀଦାମୀ ଖେଳାଳି ଥିବା ଆରସିବି ଏ ଯାଏଁ ଥରେ ହେଲେ ଚମ୍ପିୟାନ ହୋଇପାରି ନାହିଁ। ଏକାଧିକ ଥର ଫାଇନାଲକୁ ଯାଇ ଦଳକୁ ରନର୍ସଅପରେ ସନ୍ତୁଷ୍ଟି ହେବାକୁ ପଡିଛି। ଏହି କ୍ରମରେ ହାଇଦ୍ରାବାଦର 2 ଦଳ ଡେକାନ ଚାର୍ଜସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ଆରସିବି ପାଇଁ କାଳ ଭାବେ ଉଭା ହୋଇଛି। ଏକଥା ଏକ ଛୋଟ ପରିସଂଖ୍ୟନ ସମୀକ୍ଷାରୁ ଜଣାପଡିଛି। ପ୍ରଥମ ସିଜନ୍ ବିପର୍ଯ୍ୟୟ ପରେ ଦ୍ୱିତୀୟ ସିଜନ୍ ରେ ଆରସିବି ଫାଇନାଲକୁ ଯାଇଥିଲା। ମାତ୍ର ଡେକାନ ଚାର୍ଜସ ଠାରୁ ଆରସିବି ମାତ୍ର 6 ରନ୍ ବ୍ୟବଧାନରେ ହାରିଯାଇଥିଲା।

          ,ସେହିପରି 2012ରେ ଏକ ନିଶ୍ଚିତ ବିଜୟ ହାସଲ କରିବାକୁ ଥିବା ମ୍ୟାଚରେ ଆରସିବିକୁ ଡେକାନ ଚାର୍ଜସ 9 ରନରେ ହରାଇ ଦେଇଥିଲା। ଏହାର 4 ବର୍ଷ ଅର୍ଥାତ 2016 ଫାଇନାଲରେ ପୁଣି ହାଇଦ୍ରାବାଦ୍ ଦଳ ଏବଂ ଆରସିବି ମୁହାଁମୁହିଁ ହୋଇଥିଲେ। ହେଲେ ଡେଭିଡ ଓ୍ୱାର୍ଣ୍ଣରଙ୍କ ଦଳ ଆରସିବିକୁ ମାତ୍ର 8 ରନରେ ପରାସ୍ତ କରିଥିଲା। ଏହାର ପୁଣି 4 ବର୍ଷ ପରେ ଏକ ଏଲିମନେଟର ମ୍ୟାଚରେ ଆରସିବି ହାଇଦ୍ରାବାଦ ଠାରୁ 8 ଉଇକେଟରେ ପରାସ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *