ଚେନ୍ନାଇ ସହ ଆଇପିଏଲ ଫାଇନାଲ ଖେଳିବ କିଏ, ଆଜି ହେବ ଫଇସଲା

ଭୁବନେଶ୍ୱର : ପାଞ୍ଚ ଥର ଆଇପିଏଲ ବିଜେତା ମୁମ୍ବାଇ ଶୁକ୍ରବାର କ୍ବାଲିଫାୟର-୨ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ବିପକ୍ଷ ଖେଳିବ l ଏହି ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିପୂର୍ବରୁ ଉଭୟ ଦଳ ପରସ୍ପର ସହ ଦୁଇ ଥର ଭେଟାଭେଟି ହୋଇଥିଲା ବେଳେ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ୫୫ ରନ୍‌ରେ ବିଜୟୀ ହୋଇଥିଲା ବେଳେ ଦ୍ବିତୀୟ ମୁହାଁମୁହିଁରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଥମ ଆଇପିଏଲ୍‌ ଶତକ ସହାୟତାରେ ମୁମ୍ବାଇ ୨୭ ରନ୍‌ରେ ବିଜୟୀ ହୋଇଥିଲା। ଉଭୟ ଦଳ ମଧ୍ୟ ଚଳିତ ସଂସ୍କରଣରେ ପିଛା କରି ସର୍ବାଧିକ ଥର ଜିତିବାରେ ଶ୍ରେଷ୍ଠ ଦୁଇ ଦଳ ରହିଛନ୍ତି। ଉଭୟେ ୯ ଲେଖାଏଁ ମ୍ୟାଚ୍‌ରେ ଚେଜ୍‌ କରି ୬ ଲେଖାଏଁ ମ୍ୟାଚ୍‌ ଜିତିସାରିଛନ୍ତି l
ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଦଳ : ଈଶାନ କିଶନ, ରୋହିତ ଶର୍ମା(ଅଧିନାୟକ) କାମେରନ ଗ୍ରିନ୍‌, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଟିମ୍‌ ଡେଭିଡ୍‌, କ୍ରିସ୍‌ ଜୋର୍ଡାନ, ହ୍ରିତିକ ଶୋକିନ୍‌/ନେହାଲ ୱାଧେରା, ପୀୟୂଷ ଚାୱଲା, ଜାସନ୍‌ ବେହରେନଡର୍ଫ, ଆକାଶ ମାଧୱାଲ, କୁମାର କାର୍ତିକେୟ।

ଗୁଜରାଟ ଟାଇଟନ୍ସ ସମ୍ଭାବ୍ୟ ଦଳ : ଶୁବମନ ଗିଲ୍‌, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ ), ବିଜୟ ଶଙ୍କର, ଡେଭିଡ୍‌ ମିଲର, ସାଇ ସୁଦର୍ଶନ/ଅଭିନବ ମନୋହର, ରାହୁଲ ତିୱାତିଆ, ରସିଦ ଖାନ୍‌, ଜୋସୁଆ ଲିଟିଲ୍‌/ୟାଶ୍‌ ଦୟାଲ, ମୋହିତ ଶର୍ମା, ନୂର ଅହମ୍ମଦ, ମହମ୍ମଦ ସାମି।

Leave a Reply

Your email address will not be published. Required fields are marked *