କର୍ତ୍ତବ୍ୟ ସମ୍ପାଦନ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁରେ ରାଜ୍ୟ ସରକାର ଦେବେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି

ଭୁବନେଶ୍ୱର : ଓଡ଼ିଶାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର ଅନୁମୋଦନ ଦେଇଛନ୍ତି । ଆଗାମୀ କିଛିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବାର ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ଖୁସିରେ ରଖିବା ପାଇଁ ଏଭଳି ଘୋଷଣା କରାଯାଇଥିବା କୁହାଯାଇଛି।

       ନୂତନ ନିଷ୍ପତ୍ତି ଅନୁଯାୟୀ ଦାୟିତ୍ୱ ପାଳନ ସମୟରେ କର୍ମଚାରୀ ମାନଙ୍କ ମୃତ୍ୟୁ ଘଟିଲେ ସେ କ୍ଷେତ୍ରରେ ସହାୟତା ରାଶିର ପରିମାଣକୁ ବର୍ତ୍ତମାନର ୪ ଲକ୍ଷ ଟଙ୍କାରୁ  ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଆଘାତ ଯୋଗୁ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ  ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୧୯୯୫ରେ ସରକାରୀ କର୍ମଚାରୀ ମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଯାଇଥିଲେ। ଏହାର କିଛି ମାତ୍ରାରେ ପ୍ରଭାବ ନିର୍ବାଚନ ପରିଚାଳନାରେ ପଡିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *