ଭାରତ ପାଇଁ କ’ଣ ରହିବ ଚୂଡାନ୍ତ ଏକାଦଶ ଆସନ୍ତୁ ଜାଣିବା
ଭୁବନେଶ୍ବର : ଡବଲ୍ୟୁଟିସି ଫାଇନାଲ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ଖେଳିବେ ଫାଇନାଲ । ଗୁରୁତ୍ବପୂର୍ଣ୍ଣ ଏହି ମ୍ୟାଚରେ ଦୁଇ ଦଳ ନିଜ ଚୂଡାନ୍ତ 11 କୁ ଶକ୍ତିଶାଳି କରିବା ପାଇଁ ଚେଷ୍ଟା କରିବେ । ଯଦି ଭାରତୀୟ ଚୂଡାନ୍ତ ଏକାଦଶ ଦେଖିବା ତେବେ ଓପନିଂ ବ୍ୟାଟର ହିସାବରେ ରୋହିତ୍ ଏବଂ ଗିଲଙ୍କୁ ଦେଖିବାକୁ ମିଳିବ । ସେହିପରି 2,3,ଓ 4 ନଂ ରେ କୋହଲି , ପୂଜାରା ଏବଂ ରାହେଣେଙ୍କ ଦଳରେ ସ୍ଥାନ ପାଇବା ନିଶ୍ଚିତ ଅଟେ । ଜାଡେଜାଙ୍କ ବ୍ୟାଟିଂ ଫର୍ମକୁ ଆଖିରେ ରଖି ଦଳ ତାଙ୍କୁ 6 ନମ୍ବରରେ ଖେଳିବାକୁ ସୁଯୋଗ ଦେଇପାରେ । ରିଷବ ପନ୍ଥଙ୍କ ସ୍ଥାନରେ ଇଂଲଣ୍ଡ ଯାଇଥିବା ଦୁଇ ୱିକେଟ କିପର ଇଶାନ କିସନ ଏବଂ କେ,ଏସ୍ ଭରତଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇପାରେ । ଅନ୍ୟପକ୍ଷରେ ଯଦି ବୋଲିଂ ଲାଇନ ଅପ ଉପରେ ଦୃଷ୍ଟି ପକାଇବା ତେବେ ମହମଦ୍ଦ ଶାମି ଓ ମହମଦ୍ ଶିରାଜ ବୋଲିଂ ବିଭାଗର ନେତୃତ୍ବ ନେବେ । ଓଭାଲର ପରିସ୍ତିତି ଦୃତ ବୋଲରଙ୍କୁ ସୁହାଉ ଥିବାରୁ ରବି ଅଶ୍ବିନଙ୍କ ସ୍ଥାନରେ ଶାର୍ଦୁଲ ଠାକୁର ଏକ ବିକଳ୍ପ ହୋଇପାରନ୍ତି ।
ଆସନ୍ତୁ ନଜର ପକାଇବା ଓଡିଶା ପତ୍ରିକାର ପ୍ଲେଇଙ୍ଗ୍ ଏକାଦଶ ଉପରେ ।
ରୋହିତ ଶର୍ମା(ଅଧିନାୟକ), ଶୁଭମନ୍ ଗିଲ୍,ଚିତ୍ତେଶ୍ବର ପୂଜାରା , ବିରାଟ କୋହଲି ,
ଅଜିଙ୍କ୍ୟା ରାହାନେ , ରବିନ୍ଦ୍ର ଜାଡେଜା ,କେ,ଏସ୍ ଭରତ, ଶାର୍ଦୁଲ ଠାକୁର୍ , ମହମଦ୍ ଶାମି ,
ମହମଦ୍ ଶିରାଜ , ଜୟଦେବ ଉନଦକତ