ଅଟା ଚୋରି ରୋକିବାକୁ ପାକିସ୍ତାନରେ ୧୪୪ ଲାଗୁ

ଇସଲାମାବାଦ : ଗୋଟିଏ ପଟେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ଠିକ୍ ସେତିକି ବେଳେ ଅନ୍ୟ ପଟେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ  ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ପ୍ରସ୍ତୁତି ପାଇଁ ଅଟାର ଘୋର ଅଭାବ ଥିବାରୁ ଅଟା ଚୋରି ଆରମ୍ଭ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଅଟା ଚୋରିକୁ ରୋକିବା ପାଇଁ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଧାରାଲାଗୁ କରାଯାଇଛି। ଏକ ସରକାରୀ ଆଦେଶ ଜାରି କରି ସରକାର ଏଥିପାଇଁ ସୂଚନା ଦେଇଛନ୍ତି।
ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ବାଲୁଚିସ୍ତାନରେ ଗହମ ଉତ୍ପାଦିତ ହେଉଛି। ପାକିସ୍ତାନରେ ଅଟା ଅଭାବ ଥିବାରୁ ବାଲୁଚିସ୍ତାନ ସରକାରଙ୍କ ଖାଦ୍ୟ ବିଭାଗ ରାଜ୍ୟରେ ଉତ୍ପାଦିତ ଗହମ କିମ୍ବା ଅଟା ଚୋରା ଚାଲାଣକୁ ରୋକିବା ପାଇଁ ସମଗ୍ର ରାଜ୍ୟରେ ଧାରା ୧୪୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ଗହମ ଫସଲ ଉତ୍ପାଦନ ପର୍ଯ୍ୟନ୍ତ ରାଜ୍ୟରେ ଅଟା ଅଭାବ ନହେବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *