ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ‘ବିସିସିଆଇ’

ନୂଆଦିଲ୍ଲୀ :   ବିଶ୍ବ ଟେଷ୍ଚ ଚାମ୍ପିୟାନସିପ ଫାଇନାଲରେ ହାରିବା ପରେ ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ବୋଲି  ଗତକାଲି ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଯେଉଁଥିରେ ଟୋଟାଲ 10ଟି ମ୍ୟାଚ୍ ରହିଛି । ସେଥିମଧ୍ୟରୁ 2ଟି ଟେଷ୍ଟ ଥିବାବେଳେ 3ଟି ଦିନିକିଆ ଓ 5ଟି ଟି-20 ରହିଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ଡୋମିନିକାର ୱିଣ୍ଡସୋର ଷ୍ଟାଡିୟମରେ 12 ଜୁଲାଇରେ ଆରମ୍ଭ ହେବାକୁ ଥିବାବେଳେ । 20 ଜୁଲାଇରେ ଦ୍ବିତୀୟଟି ମ୍ୟାଚ୍ କୁଇନ୍ସ ପାର୍କ ଓଭାଲରେ ଖେଳାଯିବା । ଏହି ଦୁଇଟି ମ୍ୟାଚ ଭାରତୀୟ ସମୟରେ ରାତ୍ର 7.30 ରେ ଖେଳାଯିବ । ଟେଷ୍ଟ ସିରିଜର  ଦୁଇ ଦିନ ପରେ  ବା 27 ଜୁଲାଇରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଘଳା ଆରମ୍ଭ ହୋଇ ଅଗଷ୍ଟ 1ରେ ଶେଷ ହେବ । ସେହିପରି 5 ମ୍ୟାଚ ବିଶିଷ୍ଟ ଟି-20 ଶୃଙ୍ଘଳାର ପ୍ରଥମ ମ୍ୟାଚ 3 ଅଗଷ୍ଟରେ ଆରମ୍ଭ ହୋଇ ସେହି ମାସ 13ରେ ସମାପ୍ତ ହେବ ବୋଲି ବିସିସିଆଇ ଟୁଇଟ ମାଧ୍ୟମରେ ଘୋଷଣା କରିଛି ।

Leave a Reply

Your email address will not be published. Required fields are marked *