ବିଏମସିର ପ୍ରଥମ ମେୟର ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ୮୪ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର : ଭୁନେଶ୍ବରର ପୂର୍ବତନ ପୌରାଧ୍ୟକ୍ଷ ତଥା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ୧୯୯୭ ମସିହାରେ ଭୁବନେଶ୍ବର ଚେୟାରମ୍ୟାନ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କ ସମୟରେ ବିଏମସି ଗଠନ ହୋଇଥିଲା । ଅଲ ଇଣ୍ଡିଆ ମେୟର ଆସୋସିଏସନର ଉପସଭାପତି ଥିଲେ ଜଗନ୍ନାଥ ମହାପାତ୍ର ।ତାଙ୍କର ମୃତ୍ୟୁ ପରେ ବହୁ ବିଶିଷ୍ଟ ବ୍ୟକ୍ତି ବାସଭବନରେ ପହଞ୍ଚି ଶେଷ ଦର୍ଶନ କିଛନ୍ତି । ଜଗନ୍ନାଥ ମହାପାତ୍ରଙ୍କ ପ୍ରାର୍ଥୀବ ଶରୀରକୁ ବିଏମସି ଅଫିସ, ସହିଦନଗର ପୂଜା ମଣ୍ଡପ ନିକଟକୁ ଶେଷ ଦର୍ଶନ ପାଇଁ ନିଆଯିବ । ତା ପରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Leave a Reply

Your email address will not be published. Required fields are marked *