ଦ୍ୱିତୀୟ ଥର ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତ ବିଜେତା
ଭୁବନେଶ୍ବର : ଭାରତ ଦ୍ବିତୀୟ ଥର ଲାଗି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ବିଜେତା ହୋଇଛି। ପ୍ରଥମ ଥର ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ୧୦୧ ମାନ୍ୟତାପ୍ରାପ୍ତ ଭାରତ ୨-୦ ଗୋଲ୍ରେ ଲେବାନନ୍ (୯୯)କୁ ପରାସ୍ତ କରିଛି। ଲିଗ୍ ପର୍ଯ୍ୟାୟରେ ଏହି ଦଳ ସହ ଅମୀମାଂସିତ ରଖିଥିବା ଭାରତ ରବିବାର କୌଣସି ସୁଯୋଗ ଦେଇନଥିଲା। ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍) ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍ଟେ (୬୬ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୩୮ ବର୍ଷୀୟ ଛେତ୍ରୀ ତାଙ୍କ ୮୬ତମ ଅନ୍ତର୍ଜାତୀୟ ଗୋଲ୍ ଦେଇଥିଲେ। ଯାହା ଭରତାକୁ ଦ୍ୱିତୀୟ ଥର ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ କପରେ ବିଜେତା ଭାବେ ବିବେଚିତ କରିଛି।