ଆସନ୍ତୁ ନଜର ପକେଇବା ୨୦୨୩ ବିଶ୍ୱକପ୍ ହେବାକୁ ଥିବା ୫ଟି ବଡ଼ ମ୍ୟାଚ୍ ଉପରେ

ଭାରତ– ପାକିସ୍ଥାନ , ଅହମ୍ମଦାବାଦ, ଅକ୍ଟୋବର ୧୫

ଭାରତ- ପାକିସ୍ଥାନ ମ୍ୟାଚରେ ସବୁବେଳେ ଭରି ରହିଥାଏ ରୋମାଞ୍ଚ । ଦୁଇ ଦେଶର ପ୍ରଶଂସକ ନିଜ ନଜ ଦଳକୁ ସମର୍ଥନ କରିବା ପାଇଁ ଷ୍ଚାଡିୟମରେ ଭିଡ ଲଗାଇଥାନ୍ତି । ଆଉ ଯଦି କିକ୍ରେଟ୍ ବିଶ୍ୱକପ୍ ହୋଲ ଥାଏ ତ କ୍ରୀଡାପ୍ରେମୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥାଏ ଭାରତ ଓ ପାକିସ୍ଥାନ ମ୍ୟାଚ୍ । ତେବେ ଏହାରି ମଧ୍ୟରେ ୨୦୨୩ ଦିନିକିଆ ବିଶ୍ୱକପ୍ ଖେଳସୂଚୀ ପ୍ରକାଶ କରିଛି ବିସିସିଆଇ । ଯେଉଁଥିରେ ଦେଖାଦେଇଛି ଅକ୍ଟୋବର ୧୫ରେ ଭାରତ ତାର ପାରମ୍ପରିକ ପ୍ରତିପକ୍ଷ ପାକିସ୍ଥାନକୁ ଗୁଜରାଟର ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭେଟିବାକୁ ଯାଉଛି । ଯଦି ପୂର୍ବରୁ ଦୁଇଦଳର ବିଜୟ ହାର ଉପରେ ନଜର ପକାଇବା ତେବେ ଏହି ଦୁଇ ଦଳ ବିଶ୍ୱକପ୍ ରେ ୭ ଥର ସାମ୍ନାସାମ୍ନି ହୋଇଛନ୍ତି । ମାତ୍ର ଏହି ପ୍ରତିଯୋଗିତାରେ ଭାରତ ତାର ସମସ୍ତ ମ୍ୟାଚକୁ ଜିତି ବିଶ୍ଵକପରେ ନିଜର ଦବ୍ ଦବା ବଜାୟ ରଖିଛି ।

ଇଂଲଣ୍ଡ , ନ୍ୟୁଜିଲ୍ୟାଣ୍ଡ , ଅହମଦାବାଦ, ଅକ୍ଟୋବର ୫
ସେହିପରି ଦ୍ବତୀୟ ବଡ଼ ମ୍ୟାଚ୍ ତାଲିକାରେ ରହିଛନ୍ତି ଗତ ସଂସ୍କରଣର ଫାଇନାଲିଷ୍ଟି ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ । ୨୦୧୯ ବିଶ୍ବକପର ଫାଇନାଲରେ ଏହି ଦୁଇ ଦେଶର ଖେଳାଳି ଉଚ୍ଚକୋଟିର ଖେଳ ପଦର୍ଶନ କରିଥିଲେ । ତେବେ ପୁଣି ଏହି ଦୁଇ ସେନା ଦେଶ ଦିନିକିଆ ବିଶ୍ବକପର ଉଦଘାଟନୀ ମ୍ୟାଚରେ ନିଜର ଦକ୍ଷତା ଦେଖାଇବାରେ ନଜର ଆସିବେ ।

ଭାରତ ବନାମ ଅଷ୍ଟ୍ରେଲିଆ , ଚେନ୍ନାଇ , ଅକ୍ଟୋବର ୮
୨୦୧୧ ବିଶ୍ବକପର କ୍ବାଟରଫାଇନାଲରେ ଲଢିଥିବା ଏହି ଦୁଇ ଦଳ। ଏଥର ବିଶ୍ବକପରେ ପୁଣି ନିଜର ଦାବିଦାରି ରଖିବାକୁ ଯାଉଛନ୍ତି । ପାଞ୍ଚ ଥରର ବିଶ୍ବକପ ବିଜେତା ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ରୋହିତ ଆଣ୍ଡ କୋ ସ୍ବତନ୍ତ୍ର ପଦର୍ଶନ କରିବାକୁ ପଡିବ ।

ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା
୨୦୧୯ ବିଶ୍ବକପରେ ମାତ୍ର ତିନୋଟି ମ୍ୟାଚରେ ବିଜୟ ଲାଭ କରିଥିବା ଦକ୍ଷିଣ ଆଫ୍ରିକା ଦଳ ଅଷ୍ଟ୍ରେଲିଆ ଠାରୁ ମାଞ୍ଚେଷ୍ଟରରେ ବିଜୟ ପାଇବାରେ ସଫଳ ହୋଇଥିଲା । ଗତି ଓ ବାଉଁସକୁ ପସନ୍ଦ କରୁଥିବା ଏହି ଦୁଇ ଦଳ ଅକ୍ଟୋବର ୧୩ରେ ଲକ୍ଷ୍ନୌ ଠାରେ ମୁହାଁମୁହିଁ ହେବେ । କେବେ ବିଶ୍ବକପ ଜିତିନଥିବା ଆଫ୍ରିକା ଦଳ ଏଥର ବିଶ୍ବକପ ଜିତିବା ଆଶାରେ ଭାରତ ମାଟିରେ ଖେଳିବ ।

ଆଫଗାନିସ୍ତାନ ଓ ବଙ୍ଗଳାଦେଶ୍ , ଧର୍ମଶାଳା – ଅକ୍ଟୋବର ୭
ଛୋଟ ଦଳ କିନ୍ତୁ ବଡ ଖେଳ । ଆମେ ଯଦି କିଛି ବର୍ଷ ତଳକୁ ଫେରିଯିବା ତେବେ ୨୦୦୭ ବିଶ୍ୱକପରେ ଭାରତକୁ ହରାଇଥିବା ଦଳ ଏହି ବାଙ୍ଗଲାଦେଶ । ତେବେ ଏହି ଦୁଇ ଏସିୟ ଦେଶ ମଧ୍ୟରେ ପର୍ବରୁ ବହୁ ଉତ୍ତେଜନା ପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଛି । ଚଳିତ ବର୍ଷ ଦିନିକିଆ ବିଶ୍ବକପରେ ଏହି ୨ ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *