ଏଥର ନୂଆ ଜର୍ସି ପିନ୍ଧିବ ଟିମ୍ ଇଣ୍ଡିଆ, ବାଇଜୁସ୍ ସ୍ଥାନ ନେଲା ଡ୍ରିମ୍ ୧୧
ମୁମ୍ବାଇ : ଭାରତୀୟ କ୍ରିକେଟ ବୋର୍ଡ ତଥା ‘ବିସିସିଆଇ’ ‘ଡ୍ରିମ୍୧୧’କୁ ଶନିବାର ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ ପ୍ରାୟୋଜକ ବୋଲି ଘୋଷଣା କରିଛି। ଏହା ପୂର୍ବରୁ ବାଇଜୁସ୍ ଟିମ୍ ଇଣ୍ଡିର ପ୍ରାୟୋଜକ ରହିଆସିଥିଲା। ଗତ ମାର୍ଚ୍ଚ ମାସରେ ତାହାର ଅବଧି ସରିଯାଇଛି। ‘ବିସିସିଆଇ’ ସହିତ ତିନି ବର୍ଷ ପାଇଁ ‘ଡ୍ରିମ୍୧୧’ ଏହି ରାଜିନାମା ସ୍ୱାକ୍ଷର କରିଥିବା ଜଣାପଡିଛି। ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ୱେଷ୍ଟ୍ଇଣ୍ଡିଜ୍ ଗସ୍ତଠାରୁ ‘ଟିମ୍ ଇଣ୍ଡିଆ’ର ଜର୍ସିରେ ‘ଡ୍ରିମ୍୧୧’ ସଙ୍କେତ ଭାବେ ରହିବ ବୋଲି ସ୍ପଷ୍ଟ ହୋଇସାରିଛି। ଚଳିତ ମାସ ୧୨ ତାରିଖ ଦିନ ୱେଷ୍ଟ୍ ଇଣ୍ଡିଜ୍ର ଡୋମିନିକା ଅନ୍ତର୍ଗତ ରୋଜ୍ୟିୁସ୍ଥିତ ‘ୱିନ୍ସର୍ ପାର୍କ’ରେ ଉନ୍ମୋଚନୀ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହେବ। ଏହି ଦୁଇ ମ୍ୟାଚ୍ବିଶିଷ୍ଟ ଟେଷ୍ଟ୍ ସିରିଜ୍ ହେଉଛି ‘ୱାର୍ଲଡ୍ ଟେଷ୍ଟ୍ ଚାମ୍ପିଆନ୍ସିପ୍’ (ଡବ୍ଲୁଟିସି)ର ୨୦୨୩-୨୫ ନିମନ୍ତେ ଭାରତର ପ୍ରଥମ ‘ଆସାଇନ୍ମେଣ୍ଟ୍’ ‘ବିସିସିଆଇ’ ଅଧ୍ୟକ୍ଷ ରୋଜର୍ ବିନି କହିଛନ୍ତି, ‘ଡ୍ରିମ୍୧୧’କୁ ଅଭିନନ୍ଦନ ଜଣାଇ ମୁଁ ସେମାନଙ୍କୁ ପୁଣି ‘ବୋର୍ଡ’କୁ ସ୍ୱାଗତ କରୁଛି ବୋଲି ଶ୍ରୀ ବିନ୍ନି ଉଲ୍ଲେଖ କରିଥିଲେ।