ଆଜି ସାଫ୍ ଚାମ୍ପିଅନସିପ୍ ଫାଇନାଲ : ଛେତ୍ରିଙ୍କ ଉପରେ ରହିବ ଦେଶର ନଜର

ବେଙ୍ଗାଲୁରୁ:  ଆଜି ଭାରତ ଓ କୁଏତ୍ ମଧ୍ୟରେ ଖେଳାଯିବ ସାଫ୍ ଚାମ୍ପିଅନସିପ୍  2023ର ଫାଇନାଲ । ଲଗାତାର ନବମ ଥର ସାଫ୍‌ ଚାମ୍ପିଅନ୍‌ସିପ୍‌ ବିଜେତା ଲକ୍ଷ୍ୟରେ ଆଜି ବେଙ୍ଗାଲୁରୁର କାନ୍ତୀରବା ଷ୍ଟାଡିୟମକୁ ଓହ୍ଲାଇବ ଭାରତୀୟ ଦଳ । ସେମିଫାଇନାଲ୍‌ରେ ଲେବାନନ୍‌କୁ ୪-୨ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଭାରତ ହରାଇଥିଲା ବେଳେ ବାଂଲାଦେଶକୁ ଅତିରିକ୍ତ ସମୟରେ ୧-୦ ଗୋଲ୍‌ରେ ହରାଇ କୁଏତ୍‌ ଫାଇନାଲ୍‌ରେ ପ୍ରବେଶ କରିଛି। ଏହାଫଳରେ ପ୍ରତିଯୋଗିତାର ଏହି ସଂସ୍କରଣରେ ଭାରତ ଦ୍ବିତୀୟ ଥର ପାଇଁ କୁଏତ୍‌କୁ ଭେଟିବାକୁ ଯାଉଛି। ଗତ ସପ୍ତାହରେ ଗ୍ରୁପ୍‌ ଏ’ ମ୍ୟାଚ୍‌ରେ ଉଭୟଙ୍କ ମଧ୍ୟରେ ହୋଇଥିବା ମୁକାବିଲା ୧-୧ ଗୋଲ୍‌ରେ ମ୍ୟାଚ୍ ଟାଏ ହୋଇ ଉଭୟଙ୍କ ମଧ୍ୟରେ ପଏଣ୍ଟ ବଣ୍ଟାଯାଇଥିଲା  ।ତେବେ ଏହି ଋତୁରେ  ସର୍ବାଧିକ ପାଞ୍ଚଟି ଗୋଲ କରିଥିବା ସୁନିଲ୍ ଛେତ୍ରିଙ୍କ ଉପରେ ସବୁ ଫ୍ୟାନ୍ସଙ୍କ ନଜର ରହିବ ।  

Leave a Reply

Your email address will not be published. Required fields are marked *