ଆମେରିକାରେ ସୁଟିଂ ବେଳେ ଆହତ ହେଲେ କିଙ୍ଗ୍ ଖାନ୍

ବଲିଉଡର କିଙ୍ଗ ଖାନ କୁହାଯାଉଥିବା ଶାହରୁଖ ଖାନ ନିକଟରେ ସୁଟିଂ ପାଇଁ ଆମେରିକାର ଲସ ଏଞ୍ଜେଲସକୁ ଯାଇଥିଲେ। ସେଠାରେ ସୁଟିଂ କରୁଥିବା ବେଳେ ତାଙ୍କର ଏକ ଦୁର୍ଘଟଣା ହୋଉଥିଲା । ଏହି ଦୁର୍ଘଟଣାର ଶିକାର ହେବାପରେ ଡାକ୍ତର ଶାହରୁଖଙ୍କ ଅସ୍ତ୍ରୋପଚାର କରିଛନ୍ତି। ଶାହରୁଖ ଖାନ୍ ଲସ ଏଞ୍ଜେଲସରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ। ସୁଟିଂ ସମୟରେ ତାଙ୍କ ନାକରେ ଆଘାତ ଲାଗି ରକ୍ତ ବାହାରିଥିଲା , ଯେଉଁଥିପାଇଁ ତାଙ୍କୁ ତୁରନ୍ତ ଘଟଣାସ୍ତଳରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଡାକ୍ତର ଶାହରୁଖଙ୍କ ଚିକିତ୍ସା ଆରମ୍ଭ କରି ନାକରୁ ରକ୍ତସ୍ରାବ ବନ୍ଦ କରିବା ପାଇଁ ଛୋଟ ଅସ୍ତ୍ରୋପଚାର ଆବଶ୍ୟକ ଅଛି ବୋଲି କହିଥିଲେ। ଏହାପରେ ଶାହରୁଖଙ୍କ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ପରେ ଶାହରୁଖ ସୁସ୍ଥ ହୋଇ ଭାରତକୁ ଫେରି ଆସିଛନ୍ତି।