ବାହାରିଲା ବ୍ୟାଙ୍କ୍ ଚାକିରୀ, ନିଯୁକ୍ତି ପାଇବେ ୪୦୦୦ରୁ ଉର୍ଦ୍ଧ୍ୱ ଯୁବକଯୁବତୀ

ଦିନକୁ ଦିନ ଭାରତରେ ବ୍ୟାଙ୍କ୍ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ୍ ଶାଖା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଦେଶର ବିଭିନ୍ନ ଭାରତର ବ୍ୟାଙ୍କିଂ କିରାଣ ପଦ ଖୋଲି ହେବାକୁ ଯାଉଛି। ଏହି ପଦ ପୂରଣ ପାଇଁ ନୂତନ ନିଯୁକ୍ତି ସଂକ୍ରାନ୍ତୀୟ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ପ୍ରାୟ ୪୦୪୫ଟି ପଦ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନାଲ୍ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ପଦଗୁଡ଼ିକ ପାଇଁ ହେବାକୁ ଥିବା ‘ଆଇବିପିଏସ’ କିରାଣୀ ପାହ୍ୟା ପରୀକ୍ଷା ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଚଳିତ ମାସ ୨୧ ତାରିଖ ଯାଏଁ ଏହି ଆବେଦନ ଜାରି ରହିବ। ବ୍ୟାଙ୍କିଂ କ୍ଲର୍କ (ଗ୍ରୁପ୍-ସି) – ୪,୫୪୫ ପଦ ପାଇଁ କିଛି ନିର୍ଦ୍ଦିଷ୍ଟ ଯୋଗ୍ୟତା ରଖାଯାଇଛି।ଏହା ମଧ୍ୟରେ ପ୍ରାର୍ଥୀମାନଙ୍କ ବୟସ ୨୦ ବର୍ଷରୁ ୨୮ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଇଛି। ସେହିପରି ପ୍ରାର୍ଥୀମାନେ ଅତିକମରେ ଯେକୌଣସି ବିଭାଗରେ ସ୍ନାତକ କରିଥିବା ସହ ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ। ଉପରୋକ୍ତ ଯୋଗ୍ୟତା ପୂରଣ କରୁଥିବା ସବୁ ପିଲା ଏହା ଆବେଦନ କରିପାରିବେ। ଏହି ପଦବୀ ପାଇଁ ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ପ୍ରିଲିମନାରୀ ପରୀକ୍ଷା କରାଯିବ। ଏହି ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ନେଇ ମୁଖ୍ୟ ପରୀକ୍ଷା କରାଯିବ। ଏହି ମୁଖ୍ୟ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର କରାଯିବ ବୋଲି ସ୍ଥିରୀକୃତ କରାଯାଇଛି। ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଗ୍ରୁପ ସି ‘ବ୍ୟାଙ୍କିଂ କ୍ଲର୍କ’ ଭାବେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ଜଣାପଡିଛି। ଏହି ପରୀକ୍ଷା ପାଇଁ ସାଧରଣ ଓ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କୁ ୮୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ୧୭୫ ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି।

ଏହି ବ୍ୟାଙ୍କିଂ କ୍ଲର୍କ ନିଯୁକ୍ତି ପାଇଁ କେବେ ପରୀକ୍ଷା କରାଯିବ ସେନେଇ ‘ଆଇବିପିଏସ’ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହାକୁ ଆବେ ଦନ କରିବା ମଧ୍ୟ ବହୁତ ସହଜ । ibps.in ଯିବା ପରେ ସେଠାରେ ‘କ୍ଲରିକାଲ’ ନିଯୁକ୍ତି ଲିଙ୍କ ଦୃଶ୍ୟମାନ ହେବ। ଏହାକୁ କ୍ଲିକ୍ କରି ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରିବାକୁ ପଡିବେ। ସେଠାରେ ଆଶାୟୀମାନେ ନିଜର ନାମ ପଞ୍ଜିକରଣ କରାଇବେ। ଏହା ପରେ ସେଠାରେ ‘ଲଗ ଇନ’ କରି ବିଭିନ୍ନ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ। ପରୀକ୍ଷା ପାଇଁ ପ୍ରାର୍ଥୀମାନେ ନିଜ ଘର ପାଖ ଅଞ୍ଚଳରେ ଥିବା ସେଣ୍ଟରକୁ ବାଛିପାରିବେ।